ଆଜିର ଖାସ୍ ଖବର

ଗତ ୨୦୨୦ ଏପ୍ରିଲ ପହିଲା ଠାରୁ ଉଭୟ ବାପା, ମାଆ ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିଷା ଦୀକ୍ଷା ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ‘ଆଶୀର୍ବାଦ’ ଯୋଜନା । ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୭୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୫୯୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୭୭୫୦୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୮୭୨୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୩୫୧୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  

ଯୁକ୍ତ ୨ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟା ଚୟନ କରାଯାଇଥିବା ଘୋଷଣା କରାଯାଇଛି l ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ପାସ୍ ହାର ୯୦ ପ୍ରତିଶତରୁ ଅଧିକ ରହିବ l ମୂଲ୍ୟାୟନ ପ୍ରକ୍ରିୟା ଉପରେ ମତ ରଖି ଏହା କହିଛନ୍ତି ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ l

ଦେଶରେ ପୁଣି ତେଲଦର ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି । ଓଡ଼ିଶାର ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଓ କଳାହାଣ୍ଡିରେ ପେଟ୍ରୋଲ ୧୦୦ ଟଙ୍କା ଟପିଯାଇଛି । ଅନ୍ୟପକ୍ଷରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ଟ.୯୭.୯୮ ରେ ପହଞ୍ଚିଥିବା ବେଳେ ଡିଜେଲ ଦର ୯୫.୮୭ ପହଞ୍ଚିଛି ।

ଦିଲ୍ଲୀରେ ଜୁନ୍‌ ୨୪ ତାରିଖରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ନିମନ୍ତେ ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜନ ହେବାକୁ ଥିବା ଜମ୍ମୁ ଓ କଶ୍ମୀରର ୮ଟି ରାଜନୈତିକ ଦଳର ନେତାମାନଙ୍କ ସହ ବୈଠକରେ ‘ପିଡିପି’ ମୁଖ୍ୟ ତଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଯୋଗ ନ ଦେଇ ପାରନ୍ତି । ସୂଚନା ଅନୁସାରେ, ଦଳର ସହକର୍ମୀଙ୍କ ସହ ଆଲୋଚନା କରିବା ପରେ କେନ୍ଦ୍ର ସରକାରଙ୍କ ବୈଠକରେ ଯୋଗ ଦେବେ କି, ନାହିଁ ମେହବୁବା ମୁଫ୍‌ତି ନିଷ୍ପତ୍ତି ନେବେ।

ମଣିପୁର ଏବଂ ମିଜୋରାମରେ ପ୍ରଥମ ଥର ପାଇଁ କରୋନାର ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଛି । ହାଇଦ୍ରାବାଦରେ ପରୀକ୍ଷିତ ୨୦ଟି ମାମଲା ମଧ୍ୟରୁ ୧୮ଟି ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ମିଜୋରାମର ଆଇଜାୱାଲ ଜିଲ୍ଲାରେ କରୋନାର ଡେଲଟା ଭାରିଆଣ୍ଟରେ ପୀଡିତ ୪ ରୋଗୀ ଚିହ୍ନଟ ହୋଇଛନ୍ତି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୪୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୭୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୮ଲକ୍ଷ ୮୧ ହଜାର ୯୬୫ରେ ପହଞ୍ଚିଛି ।

ଦୁବାଇ ସରକାରୀ କର୍ତ୍ତୃପକ୍ଷମାନେ ଦୁବାଇରେ ବାସ କରୁଥିବା ଭାରତ ସମେତ ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ନାଗରିକମାନଙ୍କ ପାଇଁ ଦେଶ ପ୍ରବେଶ ନିଷେଧ କଟକଣା କୋହଳ କରିଥିବା ଜଣାପଡ଼ିଛି । କିନ୍ତୁ, ସର୍ତ୍ତ ରଖିଛନ୍ତି ଯେ, ସମ୍ପୃକ୍ତ ବ୍ୟକ୍ତିବିଶେଷ ‘ୟୁଏଇ ଅନୁମୋଦିତ’ ଦୁଇ ଡୋଜ୍‌ କୋଭିଡ୍‌-୧୯ ଟିକା ନେଇଥିବେ । ଜୁନ୍‌ ୨୩ ଠାରୁ ଏହା ଲାଗୁ କରାଯିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଦେଶୀ ମଦ ଜବତ ଅଭିଯୁକ୍ତ ଫେରାର ...

Sun Jun 20 , 2021
ବାସ୍ତବବ୍ୟୁରୋ:(ଜଳେଶ୍ୱର)ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଚମରଦିଗି ଗ୍ରାମରେ ଗତ କାଲି ବିଳମ୍ବିତ ରାତି ରେ ପୋଲିସ ଚଢ଼ାଉ କରି ୨୩ ଲିଟର ବିଦେଶୀ ମଦ ଏକ ଘରୁ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ଦଶହଜାର ହେବ ଅଭିଯୁକ୍ତ ଫେରାର, ଏ ସମ୍ପର୍କରେ୪୩/୨୧ ରେ ଏକ ମାମଲା ରୁଜୁ କରିଛି ରାଇବଣିଆ ପୋଲିସ୍। ସେୟାର କରନ୍ତୁ

You May Like

Pin It on Pinterest