
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଆସନ୍ତା କାଲିଠାରୁ ସାରା ରାଜ୍ୟରେ କ୍ୟାମ୍ପେନ୍ ମୋଡ୍ରେ ହେବ କୋଭିଡ ଟିକାକରଣ l କେନ୍ଦ୍ର ସରକାରଙ୍କ ନୂଆ ଟିକାକରଣ ନୀତି ଅନୁଯାୟୀ ଟିକାକରଣ କରାଯିବ l ପୂର୍ବରୁ ରାଜ୍ୟରେ ଦୈନିକ ହେଉଥିବା ଟିକାକରଙ୍କୁ ଦ୍ୱିଗୁଣିତ କରାଯିବ,ଅର୍ଥାତ ଦୈନିକ ଦେଢ଼ ଲକ୍ଷ ଲୋକଙ୍କୁ ଟିକାକାରଣ କରାଯାଉଥିବା ବେଳେ କାଲିଠୁ ଏହା ୩ ଲକ୍ଷ ଟୀକାକରଣ । କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ପଠାଇଥିବା ଓ ରାଜ୍ୟ କିଣିଥିବା ଟିକା ଲୋକଙ୍କୁ ଦିଆଯିବା ନେଇ ଅତି ରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
କାଲିଠାରୁ ଟୀକା କରଣ ପାଇଁ ପ୍ରତି ବ୍ଲକ ଓ ଏନ୍ଏସିରେ ୫ ଟି ଲେଖାଏଁ ସେସନ୍ କରାଯିବ l ପୌରପରିଷଦରେ ୧୦ଟି ଓ ମହାନଗର ନିଗମରେ ୨୦ଟି ସେସନ୍ କରାଯିବ lସୁବିଧା ଅନୁସାରେ ଉଭୟ ଅନଲାଇନ ଓ ଅଫଲାଇନ ଟିକାକରଣ ପାଇଁ ଜିଲ୍ଲା ସ୍ତରରେ ଯୋଜନା କରାଯିବ। ସଠିକ୍ ସମୟରେ ଦ୍ୱିତୀୟ ଡୋଜ ଦିଆଯିବା ଉପରେ ଗୁରୁତ୍ୱ ଦେବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।



