କଟକରେ ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ…

ବାସ୍ତବବ୍ୟୁରୋ:କଟକ(ଦୀପକ୍ କୁମାର) ଟକ କଲେଜ ଛକରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ନାଁ ସନାତନ ଦାସ (୪୦) ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ । ସେ ଏଠାରେ ଶ୍ରମିକ ଭାବେ କାମ କରୁଥିଲେ । ସେହିଭଳି ଆହତ ହୋଇଥିବା ମହିଳାଙ୍କ ନାଁ ମାଳତୀ ବିଶ୍ୱାଳ (୩୦) ବୋଲି ଜଣାପଡ଼ିଛି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମାଳତୀ ବି ଏଠାରେ ମୂଲ ଲାଗନ୍ତି । ଉଭୟ କଲେଜ ଛକ ନିକଟରେ ଦୋକାନ ବାରଣ୍ଡାରେ ଶୋଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ମାଳତୀଙ୍କ ସ୍ୱାମୀ ରମେଶ ବିଶ୍ୱାଳ ଏହି ଆକ୍ରମଣ କରିଥିବା ଜଣାପଡ଼ିଛି । ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ।

ସନାତନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ମହିଳା ଜଣଙ୍କ ଗୁରୁତର ଭାବେ ଆହତ ହୋଇଥିବା ଦେଖି ତାଙ୍କୁ ପୁଲିସ୍ ଡାକ୍ତରଖାନାରେ ଭର୍ତ୍ତି କରିଛି । ଆହତ ମହିଳାଙ୍କ କହିବା ଅନୁଯାୟୀ, ସ୍ୱାମୀ ରମେଶ ସହିତ ଝଗଡ଼ା ହେବାରୁ ୭-୮ ଦିନ ହେବ ସେ ଘର ଛାଡ଼ି ଏଠାକୁ ଚାଲି ଆସିଥିଲେ । ମୃତ ସନାତନ ସହିତ ତାଙ୍କର ଆଗରୁ ପରିଚୟ ଥିଲା । ତାଙ୍କ ସାଙ୍ଗରେ ସେ ରହୁଥିଲେ । ଡିସିପିଙ୍କ କହିବା ଅନୁଯାୟୀ, ଉକ୍ତ ମହିଳାଙ୍କୁ ସନାତନଙ୍କ ସହିତ ଦେଖିବା ପରେ ତାଙ୍କ ସ୍ୱାମୀ ରମେଶ, ରାଗରେ ଉଭୟଙ୍କୁ ଆକ୍ରମଣ କରିଥିଲା । ଏଥିରେ ସନାତନଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ପୁଲିସ୍ ଘଟଣାର ତଦନ୍ତ କରିବା ସହିତ ଅଭିଯକ୍ତ ରମେଶକୁ ଗିରଫ କରିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବରୀ- ବ୍ରାହ୍ମଣୀ ନଦୀର ଶଙ୍କରାକୁଳ ଘାଟରେ ନଦୀରେ ବୁଡି ଦୁଇ ଯୁବକ ମୃତ୍ୟୁ...

Sun Jun 20 , 2021
ବାସ୍ତବବ୍ୟୁରୋ:ବରୀ(ଦେବବ୍ରତ ପଣ୍ଡା) ଯାଜପୁର ଜିଲା ବରୀ ବ୍ଳକ ବ୍ରାହ୍ମଣୀ ନଦୀର ଶଙ୍କରାକୁଳ ଘାଟରେ ଅଘଟଣ । ଗାଧୋଉଥିବା ବେଳେ ବୁଡି ଯାଇ ଦୁଇ ଯୁବକ ମୃତ । ଗ୍ରାମବାସୀ ଓ ଅଗ୍ନିଶମ ବାହନି ଖୋଜାଖୋଜି କରିବା ପରେ ଉଦ୍ଧାର ହେଲା ଦୁଇ ଯୁବକଙ୍କ ମୃତ ଦେହ । ମୃତକ ଦୁଇ ଜଣ ହେଲେ ବାଲିଆ ଗ୍ରାମର କାଳନ୍ଦୀ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର(୧୮) ଏବଂ ଶରତ ମିଶ୍ରଙ୍କ ପୁଅ ସୁନିଲ (୨୩) […]

You May Like

Pin It on Pinterest