ଯୌତୁକ ଯୂଇରେ ଆଉ ଏକ ନବବଧୂ …

ବାସ୍ତବବ୍ୟୁରୋ:(ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଅଧିନସ୍ଥ ରାଜେନ୍ଦ୍ରପଲ୍ଲି ଗ୍ରାମରୁ ଆସିଛି ପୁଣି ଏକ ବଧୂ ହତ୍ୟାର ଅଭିଯୋଗ। ଝିଅକୁ ମାରି ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ସୂଚନାଯୋଗ୍ୟ କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ଗ୍ରାମର ଝୁନା ପାତ୍ରଙ୍କ ଝିଅ ସହିତ ଚଡଦିଆ ଗ୍ରାମର ରତ୍ନାକର ଦଳାଇଙ୍କ ପୁଅ ସତ୍ୟରଞ୍ଜନଙ୍କ ସହିତ ବୈଦିକ ରୀତିରେ ୧୦୧୯ ରେ ବିବାହ ହୋଇଥିଲା ।

ଵିଵାହ ପରେ ପୁଅ ଘର ଲୋକେ ଝିଅକୁ ଆହୁରି ଯୌତୁକ ଦାବି କରୀଥିଲେ କିନ୍ତୁ ଝିଅ ଘର ଅତିଗରିବ ହୋଇଥିବାରୁ ସେ ଅଧିକ ଯୌତୁକ ଦେଇପାରୁନଥିଲେ ଯାହାକୁ ନେଇ ଶାଶୂଘର ଲୋକେ ପ୍ରତିଦିନ ସୁମିତ୍ରାଙ୍କୁ ମାଡ଼ ମାରିବା ସହିତ ନାନାଦି ଯନ୍ତ୍ରଣା ମଧ୍ୟ ଦେଉଥିଲେ। କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଶାଶୂଘର ଲୋକେ ମାରି ଦେଇଛନ୍ତି ବୋଲି ସୁମିତ୍ରାର ବାପଘର ଲୋକେ ବାଂଶଡାରେ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ପହଁଚି ଏକ ମାମଲା ରୁଜୁ କରିବା ସହିତ ଘଟଣା ଅଧିକ ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ବାପଘର ପକ୍ଷରୁ ହତ୍ୟା ଅଭିଯୋଗ ପରେ ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିବା ସହ ବାଂଶଡ଼ା ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକରେ ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ...

Sun Jun 20 , 2021
ବାସ୍ତବବ୍ୟୁରୋ:କଟକ(ଦୀପକ୍ କୁମାର) କଟକ କଲେଜ ଛକରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ନାଁ ସନାତନ ଦାସ (୪୦) ତାଙ୍କ ଘର ଜଗତସିଂହପୁର […]

You May Like

Pin It on Pinterest