
ବାସ୍ତବ ବ୍ୟୁରୋ:(କେନ୍ଦ୍ରାପଡା) –ବିଶିଷ୍ଟ ଗାନ୍ଧୀବାଦୀ ନେତା, ମାହାଙ୍ଗାର ପୂର୍ବତନ ବିଧାୟକ ତଥା ରାଜ୍ୟ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ( ୟୁଟିଆ ) ର ପ୍ରତିଷ୍ଠାତା ସଭାପତି ଅଧ୍ୟାପକ ବିକ୍ରମ କେଶରୀ ବର୍ମ୍ମାଙ୍କ ଅଷ୍ଟାଦଶାହ ଦିବସ ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା ୟୁଟିଆ ସଂଘ ତରଫରୁ ଏକ ଭରଚୁଆଲ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ସଂଘ ସଭାପତି କଣ୍ଡୁରି ଚରଣ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ରାଜ୍ୟର ସଂଘ ମହାସଚିବ ପ୍ରଫେସର ଡଃ ଯୁଧିଷ୍ଠିର ଖଟୁଆ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦ୍ଘାଟନ କରିଥିଲେ। ଇତ୍ୟବସରରେ ସ୍ଵର୍ଗତ ବର୍ମ୍ମାଙ୍କ ଆତ୍ମାର ଅମରତ୍ଵ କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀ ଶାନ୍ତି ମନ୍ତ୍ର ପାଠକରିଥିଲେ ।
ୟୁଟିଆ ସମ୍ପାଦକ ହେମନ୍ତ ଜେନାଙ୍କ ସଂଯୋଜନାରେ ପରିଚାଳିତ ଭରଚୁଆଲ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି , ରାଜନଗର ବିଧାୟକ ଧ୍ରୁବଚରଣ ସାହୁ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷକ ନେତା ଉପେନ୍ଦ୍ର ନାଥ ସ୍ଵାଇଁ , ଭାଗବତ ଚନ୍ଦ୍ର ପ୍ରଧାନ , ଦ୍ଵାରିକା ନାଥ ସେନାପତି , ଡଃ ଉପେନ୍ଦ୍ର ନାଥ ସାହୁ , ଡଃ ଅମୀୟ କୁମାର ଜେନା ,ଡଃ ବ୍ରଜକିଶୋର ନାୟକ ଏବଂ ପ୍ରଣବ ରାଉତରାୟ ପ୍ରମୁଖ ଯୋଗଦେଇ ସ୍ଵର୍ଗତ ବର୍ମ୍ମାଙ୍କ ସରଳ ଜୀବନଚର୍ଯ୍ୟା ଓ ନିଃସ୍ୱାର୍ଥପର ସେବା ଉପରେ ଆଲୋକପାତ କରିଥିଲେ ।
ଅଧ୍ୟାପନାରୁ କର୍ମମୟ ଜୀବନ ଆରମ୍ଭ କରିଥିବା ବିଜୁ ଅନୁଗାମୀ ବିକ୍ରମ ବର୍ମ୍ମା ରାଜ୍ୟ ବିହନ ନିଗମ ଓ କାଜୁ ନିଗମର ଅଧ୍ୟକ୍ଷ ତଥା ମାହାଙ୍ଗାର ବିଧାୟକ ଭାବେ ଜନହିତକର କାର୍ଯ୍ୟ କରି ପ୍ରଶଂସନୀୟ ହୋଇଥିଲେ । ରାଜ୍ୟ ଶିକ୍ଷକ ସଂଘର ନେତା ଭାବେ ସେ ଶିକ୍ଷକ ମାନଙ୍କର ନାନା ସମସ୍ୟାକୁ ସମାଧାନ କରିବା ସଙ୍ଗେ ସଙ୍ଗେ ମାଧ୍ୟମିକ ବିଦ୍ୟାଳୟକୁ ସରକାରୀକରଣ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଓଡ଼ିଆ ସଂସ୍କୃତି ମଞ୍ଚ ଏବଂ ଗାନ୍ଧୀ ଅହିଁସା ମଞ୍ଚର ପ୍ରତିଷ୍ଠାତା ଭାବେ ଭାଷା ସାହିତ୍ୟର ବିକାଶ ଲାଗି ସେ ବହୁବିଧ ପଦକ୍ଷେପ ନେଇଥିଲେ ।
ତାଙ୍କ ବିୟୋଗରେ ରାଜ୍ୟର ଅପୂରଣୀୟ କ୍ଷତି ଘଟିଛି ବୋଲି ଶିକ୍ଷକ ନେତା ମହେନ୍ଦ୍ର କୁମାର ମଲ୍ଲିକ , ଅରୁଣ କୁମାର ମହାରଣା , ଭିକାରୀ ଚରଣ ଧଳ , କାଶୀନାଥ ରାଉତରାୟ , ରାଘବ ପାଣିଗ୍ରାହୀ , ପବିତ୍ର ମୋହନ ପଟ୍ଟନାୟକ , ବାବାଜୀ ଚରଣ ମହାରଣା , ରବୀନ୍ଦ୍ର କୁମାର ରାଉଳ , ନିମାଇଁ ଚରଣ ଦାଶ , ଡଃ ଏକାଦଶୀ ପ୍ରଧାନ , ମନୋରଞ୍ଜନ ବାରିକ , ରାଘବ ପାଣିଗ୍ରାହୀ , ରାଜେନ୍ଦ୍ର କୁମାର ତ୍ରିପାଠୀ , ସଚ୍ଚିତ୍ର କୁମାର ବେହୁରା , ପ୍ରହ୍ଲାଦ ଜେନା , ସୌଭାଗିନୀ ସାମଲ , ସୁପ୍ରିୟା ସାହୁ , ରଘୁନାଥ ମହାନ୍ତି, କିଶୋର ଚନ୍ଦ୍ର ସେନ୍ , ବିଜୟ କୁମାର ସାମଲ , ଦ୍ଵାରିକା ମୋହନ ଦାସ , କୈଳାସ ଚନ୍ଦ୍ର ମିଶ୍ର , ପବିତ୍ର କୁମାର ପାଇଟାଲ୍ , ଦେବେନ୍ଦ୍ର ମହାନ୍ତି , ମୁକ୍ତା ବେହେରା , ଜୟନ୍ତ କୁମାର ପ୍ରଧାନ ପ୍ରମୂଖ ସ୍ଵର୍ଗତ ବର୍ମ୍ମାଙ୍କୁ ଶ୍ରଦ୍ଧା ନିବେଦନ କରିଥିଲେ । ପରିଶେଷରେ କବି ବିକ୍ରମକେଶରୀ ବର୍ମ୍ମାଙ୍କୁ ସର୍ବଶ୍ରୀ ଉପେନ୍ଦ୍ର ନାଥ ସ୍ଵାଇଁ , ହେମନ୍ତ ଜେନା , ରବୀନ୍ଦ୍ର କୁମାର ରାଉଳ ଓ ଡଃ ଯୁଧିଷ୍ଠିର ଖଟୁଆ ଆଦି କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ସୁରେଶ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।