ବଣଭୋଜିକୁ କେନ୍ଦ୍ର କରି ଆକ୍ରମଣ ଜଣେ ମୃତ ୩ ଗୁରୁତର…

ବାସ୍ତବବ୍ୟୁରୋ:(ପୋଲଶରା) ଗଞ୍ଜାମଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ରାଇମାଳି ଠାରେ ଦୁଇ ଯୁବ ଗୋଷ୍ଠୀ ବଣଭୋଜିର ଆୟୋଜନ କରିଥିଲେ। ଭୋଜି ଖାଇ ସାରିବା ପରେ ଗୋଟିଏ ଗୋଷ୍ଠୀ ଅପର ଗୋଷ୍ଠୀ କୁ ଆକ୍ରମଣ କରିଥିଲେ।ଆକ୍ରମଣ ସମୟରେ ବାଉଁଶ ମୁଳି ଦ୍ୱାରା ମଧୂପଲ୍ଲୀ ର ୪ ଜଣଙ୍କୁ ପଛପଟୁ ମାଡ଼ ମାରିଥିଲେ। ଗୁରୁତର ଭାବେ ୪ ଜଣଙ୍କୁ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ମଧୂପଲ୍ଲୀ ର ବାବୁଲା ପ୍ରଧାନ ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୩ ଜଣ ହେଲେ
ରାଧାଶ୍ୟାମ ପ୍ରଧାନ, ପ୍ରସନ୍ନ ପ୍ରଧାନ, ସନ୍ୟାସୀ ପୋଳାଇ ଙ୍କ ମୁଣ୍ଡର ପଛ ଭାଗ କ୍ଷତ ହୋଇଥିବା ଜଣାପଡିଛି। ଘଟଣାକୁ ଗୁରୁତର ସହ ନେଇ ପୁରୁଷୋତ୍ତମ ପୁର ଉପଖଣ୍ଡ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରରେ ପଂହଁଚି ତଦନ୍ତ କରିବା ସହ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲସରା ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଜଣା ପଡ଼ିଛି। ମୃତକ ଓ ସମସ୍ତ ଗୁରୁତର ଶାସକ ଦଳର ହେଇଥିବାରୁ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାପା ଉତେଜନା ଲାଗିରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସାଇକେଲ ମାର୍ଟ ରେ ପଶି, ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ...

Mon Jun 21 , 2021
ବାସ୍ତବବ୍ୟୁରୋ:ପୋଲସରା(ଅଭିମନୁମିଶ୍ର)ଗଞ୍ଜାମ ଜିଲ୍ଲା ର ଗାଙ୍ଗପୁର ଥାନା ଅନ୍ତର୍ଗତ ବାଡୁଳା ଗାଁ ନିକଟରେ , ଏକ ସାଇକେଲ ମାର୍ଟ ରେ ପଶି, ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଗୋଟିଏ ବାଇକ୍ ରେ ୩ ଜଣ ଅଜଣା ଦୁର୍ବୃତ୍ତ ଆସି , ସାଇକେଲ ଦୋକାନୀ ସଂଜୟ କୁମାର ବିଷୋୟୀ ଙ୍କ ମାଡମାରି ନଗଦ ୨୦ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ । ଏହି ଘଟଣା ରେ ବିଭିନ୍ନ ସ୍ଥାନରେ […]

You May Like

Pin It on Pinterest