
ବାସ୍ତବବ୍ୟୁରୋ:(ଚାନ୍ଦବାଲି )ଏବେ କରୋନା ୨ୟ ଲହର ଭୟାବହ ତାକୁ ନେଇ ସବୁଆଡେ ସ୍କୁଲ କଲେଜ ବନ୍ଦ,ପିଲାମାନଙ୍କ ପାଠ ପଢିବା ପାଇଁ ନାନା ସମସ୍ୟା ଥିବାରୁ ଛାତ୍ର ଛାତ୍ରୀ, ବୟସ୍କ, ଯୁବକ, ଯୁବତି,ସବୁ ବର୍ଗ ମାନଙ୍କ ପାଇଁ ଗୋଟିଏ ଛାତ ତଳେ ସବୁ ପ୍ରକାର ବହି ମିଳିବାର ଲକ୍ଷନେଇ, ବଡ ଓସ୍ତିଆ ପଞ୍ଚାୟତ ର ଯୁବ ଇଞ୍ଜିନିୟର ଚମ୍ପକ ଲାଲ ମହାନ୍ତି ତାଙ୍କ ର ସହ କର୍ମୀ ମାନଙ୍କୁ ନେଇ ସ୍ଥାନୀୟ ଅଞ୍ଚଳ ପାଇଁ ଏକ ପାଠାଗାର ଖୋଲିଛନ୍ତି।ଏହି ପାଠା ଗାରରେ ଉପଲବ୍ଧ ବହି ଗୁଡିକ ଲୋକାଦୃତ ହେବବୋଲି ଶ୍ରୀ ମହାନ୍ତି ଆଶାକରନ୍ତି।
ଏବେ ଇଣ୍ଟରନେଟ ର ଯୁଗ ପିଲାମାନେ ଅଧିକ ସମୟ ଇଣ୍ଟରନେଟ ମାଧ୍ୟମରେ ପଢାପଢି କରୁଛନ୍ତି ଯାହା ଫଳରେ ବହି ଠାରୁ ଦୁରେଇ ଯାଉଛନ୍ତି | ଯାହା ଫଳରେ ସେମାନଙ୍କର ସମୟ ଏହି ପାଠା ଗାର ଉପରେ ଦେଇ ନିଜର ଗ୍ଯାନ ବଢାଇବା ସହ ସେମାନଙ୍କ ଏହି ପାଠା ସହାୟକ ହୋଇପାରିବ ବୋଲି ଇନିଞ୍ଜିନିୟର ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି। ଶ୍ରୀ ମହାନ୍ତିଙ୍କ ସେବା ମନୋବୃତ୍ତି ଓ ସାଧୁ ଉଦ୍ୟମ ପାଇଁ ଗ୍ରାମବାସୀ ତାଙ୍କର ଉତ୍ତରତର ଉନ୍ନତି କାମନା କରିଛନ୍ତି।