କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ପିଉଷ୍ ଗୋୟଲ ଙ୍କ କରକମଳରେ ଆସନ୍ତା କାଲି ଉଦ୍ଘାଟନ ହେବ ଭୁବନେଶ୍ୱର-ନୟାଗଡ଼ ଏକ୍ସପ୍ରେସ

କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ ଆସନ୍ତାକାଲି ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ କୁ ଉଦ୍ଘାଟନ କରିବେ

ଆସନ୍ତା କାଲିଠାରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ଏକ ସେବା ଏକ୍ସପ୍ରେସ ଟ୍ରେନର ପ୍ରଚଳନ କୁ ରେଳ ମନ୍ତ୍ରଣାଳୟ ସ୍ଥିର କରିଅଛି I ଭୁବନେଶ୍ୱର ଠାରୁ ଏହି ଟ୍ରେନ ଅପରାହ୍ନ ୧ଘ.୩୦ମି. ସମୟରେ ଏହାର ପ୍ରାରମ୍ଭିକ ଯାତ୍ରା ଆରମ୍ଭ କରିବ I

କେନ୍ଦ୍ର ରେଳ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ ଆସନ୍ତାକାଲି ନୂଆ ଦିଲ୍ଲୀ ଠାରୁ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ଼ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ ସହିତ ଅନ୍ୟ ୯ଟି ସେବା ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିବେ I

ମାନନୀୟ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ନୂଆ ଦିଲ୍ଲୀ ଠାରେ ଉପସ୍ଥିତ ରହିବେ I ଓଡିଶା ସରକାରଙ୍କ ମନ୍ତ୍ରୀ, ସ୍ଥାନୀୟ ସାଂସଦ ଓ ବିଧାୟକ ମାନେ ମଧ୍ୟ ଏହି ଅବସରରେ ଭୁବନେଶ୍ୱର ଠାରେ ଉପସ୍ଥିତ ରହିବେ I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସିସି ଟିଭି କ୍ୟାମେରା ରେ ମହାବଳ...

Tue Oct 15 , 2019
ବ୍ରହ୍ମପୂର୍ ଗଜପତି ନଗର ଏମକେସିଜି ମେଡିକାଲ ପ୍ରଫେସର୍ ଙ୍କ ଘରେ ଲାଗିଥିବା ସିସି ଟିଭି କ୍ୟାମେରା ରେ ଜଂଗଲୀ ବାଘ ର ଦୃଶ୍ୟ କୟେଦ ହୋଇଛି । https://www.bastabtv.in/wp-content/uploads/2019/10/VID-20191015-WA0001-2.mp4 ସାରା ଅଞ୍ଚଳରେ ଭୟ ର ବାତାବରଣ ସୃଷ୍ଟି ହେଇଛି । ବାହାରକୁ ବାହାରିବା ପାଇଁ ଲୋକମାନଙ୍କ ମନରେ କୋକୁଆ ଭୟ । ହେଲେ ଏପର୍ଯ୍ୟନ୍ତ କୌଣସି ସରକାରୀ ପଦକ୍ଷେପ ନିଆଯାଇନାହିଁ । ବାସ୍ତବ ବ୍ୟୁରୋ ବ୍ରହ୍ମପୁର ସେୟାର କରନ୍ତୁ

You May Like

Pin It on Pinterest