
ବାସ୍ତବ ବ୍ୟୁରୋ,କଟକ:(ଦୀପକ୍ କୁମାର) ଏକ ଟ୍ରକରେ ସାଢେ ୫ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଗଞ୍ଜେଇ ଗାଡିକୁ ଜବତ କରିଛି ଜଗତପୁର ପୋଲିସ। ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହେବାରେ ସକ୍ଷମ ହୋଇଥିବାର ଜଣାପଡିଛି ।
ଉକ୍ତ ଟ୍ରକରେ ଗଞ୍ଜେଇ ଚାଲାଣ କରାଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ଜଗତପୁର ପୋଲିସ । ଏହି ଖବର ଆଧାରରେ ପୋଲିସ୍ ଉକ୍ତ ଟ୍ରକ୍ କୁ ଖୋଜିବାକୁ ଲାଗିଥିଲା । ସଂଯୋଗ ବଶତଃ ମହାନଦୀ ପୋଲ ଉପରେ ଉକ୍ତ ଟ୍ରକ୍ ଟି ଦୁର୍ଘଟଣା ଘଟିଥିଲା।ଦୁର୍ଘଟଣା ଖବର ପାଇ ପୋଲିସ ଘଟଣାସ୍ଥଳକୁ ଯାଇଥିଲା। ତେବେ ଦୁର୍ଘଟଣାସ୍ଥଳରେ ଏହି ଟ୍ରକ ଭିତରେ ଗଞ୍ଜେଇ ପ୍ୟାକେଟ ଥିବା ପୋଲିସ ଦେଖିଥିଲା। ଉକ୍ତ ଟ୍ରକରେ ଏକ ସିକ୍ରେଟ ଚାମ୍ବର ମଧ୍ୟରେ ଗଞ୍ଜେଇ ଥିଲା ଏବଂ ପୋଲିସ କଟର ସାହାଯ୍ୟରେ କାଟି ସେଥିରୁ ସାଢେ ୫ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ପୋଲିସ। ଏହି ଗଞ୍ଜେଇ ର ହାରାହାରି ମୂଲ୍ୟ ୫୦ ଲକ୍ଷରୁ ଊର୍ଦ୍ଧ୍ବ ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ।



