ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦୩୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬୭୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୮୩୪୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୪୯୬୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୪୪୮୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ପୁରୀରେ ସ୍ନାନ ପୂର୍ଣ୍ଣିମା ଅବସରରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଏହା ଆସନ୍ତା ୨୩ ତାରିଖ ରାତ୍ର ୧୦ ଘଣ୍ଟିକାରୁ ୨୫ ତାରିଖ ଭୋର ୨ ଘଣ୍ଟିକା ପର୍ଯ୍ୟନ୍ତ ବଳବତ୍ତର ରହିବ । କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ଅନ୍ୟ କାହାରିକୁ ପ୍ରବେଶ କରାଯିବ ନାହିଁ ।

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଆଜି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଗଜପତି, ଗଂଜାମ, କନ୍ଧମାଳ ଜିଲ୍ଲାରେ କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ଏହାସହ ଘଡ଼ଘଡ଼ି ସହ  ବଜ୍ରପାତ ନେଇ ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨,୬୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୬୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୯ଲକ୍ଷ ୭୭ ହଜାର ୮୬୧ରେ ପହଞ୍ଚିଛି ।

 ବିହାରରେ ଅନଲକ୍-୩ ବିହାର ରେ ଏଣିକି ଦୋକାନ ଏବଂ ପ୍ରତିଷ୍ଠାନଗୁଡ଼ିକ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ । ଏଥିସହ ରାତ୍ରକାଳୀନ କର୍ଫ୍ୟୁ ସମୟ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କରାଯାଇଛି । ସୋମବାର ସନ୍ଧ୍ୟାରେ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜେ ଏହି ସୂଚନା ଦେଇଛନ୍ତି । ଏହି ନୂତନ ଆଦେଶ ଜୁନ୍ ୨୩ ରୁ କାର୍ଯ୍ୟକାରୀ ହେବ ଏବଂ ଜୁଲାଇ ୬ ପର୍ଯ୍ୟନ୍ତ ବଲବତ୍ତର ରହିବ ।

ସ୍ୱଳ୍ପ ଜନସଂଖ୍ୟା ବିଶିଷ୍ଟ ମିଜୋ ସମ୍ପ୍ରଦାୟକୁ ବୃଦ୍ଧି କରିବାକୁ ଉତ୍ସାହିତ କରିବା ପାଇଁ ମିଜୋରାମ ମନ୍ତ୍ରୀଙ୍କ ଅଜବ ଘୋଷଣା । ତାଙ୍କ ନିର୍ବାଚନମଣ୍ଡଳୀରେ ସର୍ବାଧିକ ପିଲା ଥିବା ପିତାମାତାଙ୍କୁ ପ୍ରଦାନ କରାଯିବ ୧ ଲକ୍ଷ ଟଙ୍କାର ନଗଦ ପ୍ରୋତ୍ସାହନ ।

ଦେଶରେ ବୃଦ୍ଧି ପାଉଛି କରୋନାର ନୂୂଆ ପ୍ରଜାତି ଡେଲଟା ପ୍ଲସ ମ୍ୟୁଟାଂଟ ଭାରିଆଂଟ ସଂକ୍ରମଣ । କେବଳ ମହାରାଷ୍ଟ୍ରରୁ ୨୧ ଜଣ ଡେଲଟା ପ୍ଲସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୁମ୍ବାଇ, ପାଲଘର, ରତ୍ନଗିରିରୁ ମଧ୍ୟ ଡେଲଟା ପ୍ଲସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ତାମିଲନାଡୁ, ପଞ୍ଜାବ ଓ ମଧ୍ୟପ୍ରଦେଶରେ ଏହି ନୂଆ ଭାରିଆଂଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଭାରତ ବାୟୋଟେକ ର କୋଭାକ୍ସିନ ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ନିକଟରେ ଦାଖଲ କରିଛି । ଡିସିଜିଆଇଙ୍କ ସମୀକ୍ଷା ପରେ ଏହା ପ୍ରକାଶିତ ହେବ ।

ଆଜି ପର୍ଯ୍ୟନ୍ତ ବିଶ୍ୱରେ ୧୭ କୋଟି ୯୫ ଲକ୍ଷ ୩୨ ହଜାର ୩୭୦ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୩୮ ଲକ୍ଷ ୮୮ ହଜାର ୩୦୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୬ କୋଟି ୪୧ ଲକ୍ଷ ୫୮ ହଜାର ୭୨୦ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୧୪ ଲକ୍ଷ ୮୫ ହଜାର ୩୪୪ ଜଣ ଲୋକ ସକ୍ରିୟ ଅଛନ୍ତି ।

ଆସନ୍ତା ବର୍ଷ କତାରରେ ଫିଫା ବିଶ୍ୱକପ୍‌ର ଆୟୋଜନ ହେବ । ଗଲ୍ଫ ଆରବ ଷ୍ଟେଟ ୪ ସପ୍ତାହବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ୨୦୨୨ ନଭେମ୍ବରରେ ଆୟୋଜନ କରିବ । ଫିଫା ପକ୍ଷରୁ କୁହାଯାଇଛି ଯେ, ସମସ୍ତ ମ୍ୟାଚରେ ଦର୍ଶକ ରହିବେ । ଯେଉଁମାନେ ସଂପୂର୍ଣ୍ଣ ଭାବେ କରୋନା ଟିକା ନେଇଛନ୍ତି, ସେହି ପ୍ରଶଂସକମାନେ ଫିଫା ବିଶ୍ୱକପ-୨୦୨୨ ଦେଖିବାର ସୁଯୋଗ ପାଇପାରିବେ । ଟିକା ନେଇ ନଥିଲେ ଷ୍ଟାଡିୟମ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିପାରିବ ନାହିଁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମନରେଗା ଯୋଜନାରେ ଦୁର୍ନୀତି- କାମ କଳାହାଣ୍ଡିରେ ନବରଙ୍ଗପୁର ଶ୍ରମିକଙ୍କୁ ମଜୁରୀ...

Tue Jun 22 , 2021
ବାସ୍ତବବ୍ୟୁରୋ:(କଳାହାଣ୍ଡି) କଳାହାଣ୍ଡି ଜିଲ୍ଲା-ଥୁଆମୂଳ ରାମପୁର ବ୍ଲକ , ମାଲିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଣ୍ଡାବାଗ ଗ୍ରାମର ମନରେଗା ଯୋଜନାରେ ଦୁର୍ନୀତି ହୋଇଥିବା ଓ ସେମାନେ ଜେଲ ଯାଇଥିବା ଘଟଣା ମନରେ ନଲିଭୁଣୁ , ବର୍ତ୍ତମାନ ସେହି ଗ୍ରାମପଞ୍ଚାୟତର ସାରଦାପାସ ଗ୍ରାମର ମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି ବ୍ଲକକୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଆସୁନଥିବାରୁ ଏଠାରେ ନିୟୋଜିତ ହୋଇଥିବା ଅଧିକାରୀ ମାନେ ତାଙ୍କ ମନ […]

You May Like

Pin It on Pinterest