
ବାସ୍ତବବ୍ୟୁରୋ:(ବୁଗୁଡା)ଓଡିଶା ବ୍ରାହ୍ମଣ ସମିତି ଓ ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂଘ ପକ୍ଷରୁ ଆବାହକ ତଥା ରାଜ୍ୟ ସଭାପତି ମନୋଜ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକର ମାଣିତରା ସ୍ବାସ୍ଥ୍ୟସେବା କେନ୍ଦ୍ର ପରିସରରେ ଏକ କୋଭିଡ୍ ଯୋଦ୍ଧା ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ବ୍ରାହ୍ମଣ ସମିତିର ବ୍ଳକ ସଭାପତି କାଳି ଚରଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଡ.ଦୟାନିଧି ରାଉତ ଏବଂ ଅନ୍ୟତମ ଅତିଥି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ଉପସ୍ଥିତ ଅତିଥି ମାନେ ମହାମାରୀ କରୋନା ର ପ୍ରାଦୁର୍ଭାବ ଏବଂ ତାର ମୁକାବିଲା କରିବା ସଂମ୍ଫର୍କରେ କିଛି ମତପ୍ରକାଶ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଡାକ୍ତର ଦୟାନିଧି ରାଉତ,ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ବାଳଙ୍କ ସମେତ ସେହି କେନ୍ଦ୍ରର ସମସ୍ତ କର୍ମଚାରୀମାନଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସଭାପତି ଦୁର୍ଗା ମାଧବ ପାଣି,ଉପଦେଷ୍ଟା ରାଜକିଶୋର ଦାଶ ଏବଂ କମିଟି ସଦସ୍ୟ ସୂର୍ଯ୍ୟ ନାରାୟଣ ଦାଶ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି ସୁପରିଚାଳନା କରିଥିଲେ ।