ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୫୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୧୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୮୬୯୪୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୪୨୧୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୪୮୯୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଚଳିତ ଶିକ୍ଷାବର୍ଷରେ ମଧ୍ୟ ଶତକଡା ୩୦ ପ୍ରତିଶତ ସିଲାବସ ହ୍ରାସ କରାଯିବ । ଏଥର ମଧ୍ୟ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ହ୍ରାସ କରାଯିବ । ତେବେ ସ୍କୁଲ ଖୋଲିବା ଲାଗି କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନି । ବର୍ତ୍ତମାନ ଅନଲାଇନରେ କ୍ଲାସ ଜାରି ରହିବ : ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ।
କୋଭିଡ ମହାମାରୀ ସମୟରେ ଯାତ୍ରୀଙ୍କ ନିରାପଦ ସ୍କ୍ରିନିଂକୁ ନିଶ୍ଚିତ କରିବା ପାଇଁ ରେଳ ବାଇ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନରେ ସ୍ଥାପିତ ହୋଇଛି ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ଆକ୍ସେସ୍ (ଏଟିଏମ୍ଏ) ସିଷ୍ଟମ । ଏହି ନିଆରା ପଦକ୍ଷେପ ଦ୍ବାରା ଏଟିଏମଏ ବା ଆତ୍ମା ସିଷ୍ଟମ ଦ୍ବାରା ଯାତ୍ରୀଙ୍କ ତାପମାତ୍ରା ପାଇଁ ଫଳପ୍ରଦ ସ୍କ୍ରିନିଂ ଏବଂ ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟରେ କର୍ମଚାରୀଙ୍କ ଦ୍ବାରା ନିରାପଦ ଦୂରତାରୁ ଟିକେଟ୍ ଯାଞ୍ଚ କରିବାରେ ସହାୟତା କରିବ ।
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ଓ ବୟନ ଶିଳ୍ପମନ୍ତ୍ରୀ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ମିଳିତ ଭାବେ ‘ଟୟକାଥନ ୨୦୨୧’ର ଫାଇନାଲ ସମାରୋହକୁ ଭର୍ଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନ୍ୟ ପାଞ୍ଚଟି ମନ୍ତ୍ରଣାଳୟ ଯଥା, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ, କ୍ଷୁଦ୍ର ଓ ମଧ୍ୟମ ଉଦ୍ଦ୍ୟୋଗ ମନ୍ତ୍ରଣାଳୟ ଏବଂ ବୟନଶିଳ୍ପ ମନ୍ତ୍ରଣାଳୟ ସହଯୋଗରେ ଏହି ‘ଟୟକାଥନ୍ ୨୦୨୧’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦,୮୪୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୩୫୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୦୦ଲକ୍ଷ ୨୮ ହଜାର ୭୦୯ରେ ପହଞ୍ଚିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଆଜି (ବୁଧବାର) କେନ୍ଦ୍ର କ୍ୟାବିନେଟ ବୈଠକ ବସିବ । ଏହି ବୈଠକ ଦିନ ୧୧ଟାରୁ ଆରମ୍ଭ ହେବ । କେନ୍ଦ୍ର କ୍ୟାବିନେଟର ସମ୍ପ୍ରସାରଣ ନେଇ ଚାଲିଥିବା ଆଲୋଚନା ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେଉଥିବାରୁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।
ଭାରତ ଓ ଚୀନ୍ ସୀମାରେ ଉତ୍ତେଜନା ଜାରି ରହିଥିବା ବେଳେ ଚୀନ୍ କ୍ରମାଗତ ଅନୁପ୍ରବେଶ ଉଦ୍ୟମ କରୁଛି । ସିକ୍କିମ୍ ସୀମା ନିକଟ ତିବ୍ଦତ ୟୁନିଟ୍ ନିକଟରେ ଚୀନ୍ ସୈନ୍ୟ ମୁତୟନ କରିଛି । ସିକ୍କିମ୍ ଓ ଭୁଟାନ ମଧ୍ୟରେ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଚୁମ୍ବୀ ଉପତ୍ୟକାରେ ପିପୁଲ୍ସ ଲିବରେସନ୍ ଆର୍ମି(ପିଏଲଏ) କର୍ମଚାରୀ ନିୟୋଜିତ ଅଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ପିଏମଏ ମିମାଙ୍ଗ ଚେତନ (ଏମସି) ନାମରେ ଜଣାଶୁଣା ଏକ ନୂତନ ମିଲିଟାରୀ ମୁତୟନ କରିଛି।
ଆଜି ପର୍ଯ୍ୟନ୍ତ ବିଶ୍ୱରେ ୧୭ କୋଟି ୯୯ ଲକ୍ଷ ୫ ହଜାର ୨୮୦ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୮ ଲକ୍ଷ ୯୭ ହଜାର ୧୧୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୬ କୋଟି ୪୬ ଲକ୍ଷ ୫୪ ହଜାର ୬୨୭ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୧୩ ଲକ୍ଷ ୫୩ ହଜାର ୫୩୬ ଜଣ ଲୋକ ସକ୍ରିୟ ଅଛନ୍ତି ।
ଆଜି (ବୁଧବାର) ସକାଳ ପ୍ରାୟ ୬ଟା ୩୯ ମିନିଟରେ ପାକିସ୍ତାନ ରାଜଧାନୀ ଇସଲାମାବାଦରେ ଭୁକମ୍ପ ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୫ ବୋଲି ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ ।
୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ସେପ୍ଟେମ୍ବର ସୁଦ୍ଧା ଦେଶରେ କୋଭାକ୍ସିନ ଟିକା ଉପଲବ୍ଧ ହୋଇଯିବ । ପରୀକ୍ଷଣର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ସମାପ୍ତ ହେବା ପରେ ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ପାଇଁ କୋଭାକ୍ସିନ ସମ୍ବନ୍ଧୀୟ ତଥ୍ୟ ଉପଲବ୍ଧ ହେବ : AIIMS ନିର୍ଦ୍ଦେଶକ ଡଃ ରଣଦୀପ ଗୁଲେରିଆ ।