
ବାସ୍ତବ ବ୍ୟୁରୋ:(ଗଞ୍ଜାମ) ଗଞ୍ଜାମ ଜିଲ୍ଲାରେ ପୁଣି ଏକ ଛତୁ ଫାର୍ମରେ ଅଗ୍ନିକାଣ୍ଡ। ପୁରୁଷୋତ୍ତମପୁର ବ୍ଳକର ରଣଝାଲୀ ଗ୍ରାମର ଶେଷ ମୁଣ୍ଡରେ ଥିବା ଏକ ବଡ଼ ଧରଣର ଛତୁ ଫାର୍ମରେ କୌଣସି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିବା ଫଳରେ ଫାର୍ମଟି ସଂମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପୂର୍ବରୁ ବେଗୁନିଆପଡ଼ା ବ୍ଲକର ବେଗୁନିଆପଡ଼ା ଠାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ।

ଏବେ ପୁଣି ଏକ ଛତୁ ଫାର୍ମରେ ଅଗ୍ନିକାଣ୍ଡକୁ ନେଇ ଛତୁ ଚାଷୀ ନିରାଶ ହୋଇଛନ୍ତି। ରଣଝାଲୀ ଗ୍ରାମର ମହେନ୍ଦ୍ର ବେହେରା ନିଜ ଘର ପଛପଟେ ଏକ ଛତୁ ଫାର୍ମ କରିଥିବା ବେଳେ ଦୀର୍ଘ ବର୍ଷ ଧରି ସେ ଛତୁ ଚାଷ କରି ଆସୁଛନ୍ତି। ଏଥିପାଇଁ କୌଣସି ସରକାରୀ ପ୍ରୋତ୍ସାହନ ମିଳିନଥିବା ବେଳେ ଧାର କରଜ କରି ଏହି ଚାଷ କରୁଛନ୍ତି ମହେନ୍ଦ୍ର।
ତେବେ ଫାର୍ମରେ ନିଆଁ ଲାଗି ପ୍ରାୟ ୬ ଲକ୍ଷ ଟଙ୍କାର ପ୍ରୋଜେକ୍ଟ ନଷ୍ଟ ହୋଇଯାଇଥିବା କହିଛନ୍ତି ମହେନ୍ଦ୍ର। ଏଥି ପାଇଁ ସ୍ଥାନୀୟ ପ୍ରଶାସନ ତାକୁଂ ସହାୟତା ପ୍ରଦାନ କରିବା ପାଇଁ ସେ ନିବେଦନ କରିଛନ୍ତି ।
ଗୋଟିଏ ପଟେ ସରକାର କୃଷି ଉପରେ ଅଧିକ ଗୁରୁତ୍ବ ଦେଇ ବଜେଟ ମଧ୍ୟ କରିଛନ୍ତି। ଅନ୍ୟପଟେ ସରକାରୀ ପ୍ରୋତ୍ସାହନ ଅଭାବରୁ ଚାଷୀ ଏବେ ନିରାଶ ହେଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ତହସିଲଦାର, କୃଷି ତଥା ହର୍ଟିକଲଚର୍ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି।



