ଆସିକା କଇଁଫୁଲିଆ ବନ୍ଧ ସୌନ୍ଦର୍ଯ୍ୟକରଣର ଶିଳାନ୍ୟାସ…

Photo:bastab media

ବାସ୍ତବବ୍ୟୁରୋ: ଗଞ୍ଜାମ(ଅଭିମନ୍ୟୁ ମିଶ୍ର) ଗଞ୍ଜାମ ଜିଲ୍ଲାର ଆସିକା ସାଂସଦ ଓ ବିଧାୟିକା ଙ୍କ ଦ୍ବାରା ଶୁଭ ଉଦଘାଟନ ହେଲା କଇଁଫୁଲିଆ ବନ୍ଧ ସୌନ୍ଦର୍ଯ୍ୟକରଣ।ଗଞ୍ଜାମ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ରାମଲିଙ୍ଗେଶ୍ବର ଏବଂ ଭଞ୍ଜନଗର ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ଭଳି ଆସିକାରେ ଥିବା କଇଁଫୁଲିଆ ବନ୍ଧକୁ ମଧ୍ୟ ସେହିଭଳି ଢଙ୍ଗରେ ସୌନ୍ଦର୍ଯ୍ୟ କରଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି |

ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ ଙ୍କ ପ୍ରଚେଷ୍ଟା ରେ ଶିଳାନ୍ୟାସ କରାଯାଇଥିବା ବେଳେ ଆସିକାରେ ଚିତ୍ତବିନୋଦନ ନିମନ୍ତେ ଏହା ଏକ ପ୍ରମୁଖ ସ୍ଥାନ ହାସଲ କରିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।ମନେରେଗା ଏବଂ ଅନ୍ୟାନ୍ୟ ଯୋଜନା ମାଧ୍ୟମରେ ପାଖାପାଖି ୪୦ଲକ୍ଷ ଟଙ୍କାର ପ୍ରକଳ୍ପକୁ ବର୍ତ୍ତମାନ ଅନୁମୋଦନ ମିଳିଥିବା ବେଳେ ଆଗକୁ ଏହାର ସୌନ୍ଦର୍ଯ୍ୟକରଣ ନିମନ୍ତେ ଆହୁରି ବ୍ୟୟବରାଦ କରାଯିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ପାଳ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁଦ୍ରା ଯୋଜନା ନାଆଁ ରେ ଠକାମି...

Thu Jun 24 , 2021
ବାସ୍ତବବ୍ୟୁରୋ:ଜଳେଶ୍ୱର(ନବୀନ ସାହୁ) ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଲୋନ କରେଇ ଦବା ନେଇ ଲୋକଙ୍କୁ ଠକେଇ କରିଥିବା ଅଭିଯୋଗ । ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲା ରାଇବାଣିଆ ଥାନା ଅନ୍ତର୍ଗତ ମାଳିପାଳ ଗାଁରେ କିଛି ଲୋକଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା the royel bank of scotland ବ୍ୟାଙ୍କ ରୁ ଲୋନ କରାଇ ଦବା କହି ଭେଲୋରା ଅଞ୍ଚଳରେ ଜୈନିକ ମହିଳା ଲୋକ ମାନଙ୍କ ଠାରୁ ୩୦୦ ରୁ ୫୦୦ ଟଙ୍କା […]

You May Like

Pin It on Pinterest