ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୫୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୬୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୯୦୫୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୭୭୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୫୩୦୧୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି (ଗୁରୁବାର) ରାଜ୍ୟର ୧୦ଟି ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ଶୁକ୍ରବାର ବର୍ଷା ବଢ଼ିପାରେ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡ଼ା, କଟକରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ଘଡ଼ଘଡ଼ି ସହ ବର୍ଷାର ବି ସମ୍ଭାବନା ରହିଛି । ୨୬ ଓ ୨୭ ତାରିଖରେ ମଧ୍ୟ ରାଜ୍ୟରେ ସମାନ ସ୍ଥିତି ରହିପାରେ ।

 କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ମନ୍ଦିର ଚତୁପାର୍ଶ୍ୱ, ରଥଦାଣ୍ଡ ସମେତ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

କୋଭିଡ କଟକଣା ମଧ୍ୟରେ ଚଳିତବର୍ଷ ବିନା ଭକ୍ତରେ ହେଉଛି ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ।  ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ବୁଧବାର ରାତି ୧୦ ଟାରୁ ୧୪୪ ଧାରା ଲାଗୁ କରାଯାଇଛି । ଭକ୍ତ ମାନେ ବଡଦାଣ୍ଡକୁ ନଆସି ଟିଭିରେ ସିଧା ପ୍ରସାରଣ ମାଧ୍ୟମରେ ସ୍ନାନଯାତ୍ରା ଓ ହାତୀବେଶ ଦର୍ଶନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। 

ଗତ ଏପ୍ରିଲ ୨୬ ତାରିଖରୁ କରୋନା ଚିକିତ୍ସା ପାଇଁ ସମ୍ପୂର୍ଣ୍ଣ ଭାବରେ ଭୁବନେଶ୍ୱର ଏମ୍ସ ଓଫିଡି ବନ୍ଦ ରହିଥିଲା ଯାହା ବର୍ତ୍ତମାନ ଦୀର୍ଘ ଦୁଇ ମାସ ପରେ ଖୋଲିବାକୁ ଯାଉଛି ।ଆସନ୍ତା ଜୁନ୍ ୨୮ ତାରିଖରୁ ପୁଣି ଥରେ ଏମ୍ସ ଓପିଡି ଖୋଲିବ ବୋଲି ଏମ୍ସ ନିର୍ଦ୍ଦେଶୀକା ଡା. ଗୀତାଞ୍ଜଳି ବି ସୂଚନା ଦେଇଛନ୍ତି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୪୦୬୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୩୨୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୮୨ ହଜାର ୭୭୮ରେ ପହଞ୍ଚିଛି । ମୃତ୍ୟୁସଂଖ୍ୟା ୩ ଲକ୍ଷ ୯୧ ହଜାର ୯୮୧ରେ ପହଞ୍ଚିଥିବା ବେଳେ ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୯୦ ଲକ୍ଷ ୬୩ ହଜାର ୭୪୦ରେ ପହଁଚିଛି । ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୬୨୭୦୫୭ ।

ଆଜି (ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଜମ୍ମୁ କାଶ୍ମୀରରେ ସମସ୍ତ ରାଜନୈତିକ ଦଳର ନେତାଙ୍କ ସହ ବୈଠକ ଅନୁଷ୍ଠିତ ହେବ । ବୈଠକକୁ ପ୍ରାୟ ୧୪ ଜଣ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଓ ଅନେକ ଦଳର ପ୍ରମୁଖ ନେତା ସାମିଲ ଅଛନ୍ତି । ବୈଠକରେ ଅମିତ ଶାହ, ରାଜନାଥ ସିଂ ଓ ଜିତେନ୍ଦ୍ର ସିଂ ମଧ୍ୟ ଉପସ୍ଥିତ ରହିବେ ।

ବିହାରରେ ଆସନ୍ତା କିଛି ଦିନ ମଧ୍ୟରେ ମୌସୁମୀ ଅଧିବେଶନ ଆରମ୍ଭ ହେବ ଏଥି ପାଇଁ ଯେଉଁମାନେ କରୋନା ଭାକସିନର ଡବଲ୍ ଡୋଜ୍ ନେଇଛନ୍ତି ସେହି ବିଧାୟକଙ୍କୁ ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ମିଳିବ । ବିହାର ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା ଏନେଇ ଜାରି କରିଛନ୍ତି ନିର୍ଦ୍ଦେଶନାମା ।

ଆଜି ପର୍ଯ୍ୟନ୍ତ ବିଶ୍ୱରେ  ୧୮ କୋଟି ୩ ଲକ୍ଷ ୪୧ ହଜାର ୨୦ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୯ ଲକ୍ଷ ୬ ହଜାର ୬୨୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୬ କୋଟି ୫୦ ଲକ୍ଷ ୬୭ ହଜାର ୧୭୬ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୧୩ ଲକ୍ଷ ୬୭ ହଜାର ୧୭୬ ଜଣ ଲୋକ ସକ୍ରିୟ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭାରତୀୟ ଜନତାପାର୍ଟି କେନ୍ଦ୍ରାପଡା ଜିଲ୍ଲାର, ବିଭିନ୍ନ ନିର୍ବାରଚନମଣ୍ଡଳୀ ଆଇଟି ସେଲ ସଂଯୋଜକ ନିଯୁକ୍ତି...

Thu Jun 24 , 2021
ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା) ରାଜ୍ୟରେ ଭାରତୀୟ ଜନତାପାର୍ଟି ନିଜର ସ୍ତିତି ମଜଭୁତ କରିବାର ଚେଷ୍ଟା ଜାରି ରଖିଛି |ପଂଚାୟତ ନିର୍ବାଚନକୁ ଆଖିରେ ରଖି ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଂଗଠନ ପ୍ରତି ଜୋର ଦେଇଛି |ଏହି ପରିପେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ, ଜିଲ୍ଲା ସଭାପତି କିଶୋର ପଣ୍ଡା ପ୍ରତେକ ନିର୍ବାଚନ ମଣ୍ଡଳୀ ପାଇଁ ଆଇଟି ସେଲ ସଂଯୋଜକଙ୍କ ନାମ ଘୋଷଣା କରିଛନ୍ତି | ଖବର ଅନୁଯାଇ ରାଜ୍ୟ ଆଇଟି ସେଲ […]

You May Like

Pin It on Pinterest