ଚାନ୍ଦବାଲି ତେନ୍ତୁଲିଡିହି ପଞ୍ଚାୟତରେ ଚିଙ୍ଗୁଡ଼ି ପ୍ଲାଣ୍ଟରେ ଏରିଏଟର୍ ରେ କଟି ବୃଦ୍ଧଙ୍କର ମୃତ୍ୟୁ…

ବାସ୍ତବବ୍ୟୁରୋ:ଚାନ୍ଦବାଲି, ଆଜି ଜଣେ ବୃଦ୍ଧଙ୍କର ଚାନ୍ଦବାଲି ବ୍ଲକ ତେନ୍ତୁଲିଡିହି ପଞ୍ଚାୟତରେ ଚିଙ୍ଗୁଡ଼ି ଚାଷ ହୋଇଥିବା ପ୍ଲାଣ୍ଟରେ ବ୍ୟବହୃତ ଏରିଏଟର ମେସିନରେ କଟି ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଓରାସାହି ପଞ୍ଚାୟତ ନେଢୁଆଳୀ ଗାଁର ହାଡିବନ୍ଧୁ ମାଝୀ । ହାଡିବନ୍ଧୁ ଓ ତାଙ୍କ ପୁଅ ତେନ୍ତୁଲିଡିହି ପଞ୍ଚାୟତର ଏକ ଘରୋଇ ଚିଙ୍ଗୁଡ଼ି ପ୍ଲାଣ୍ଟରେ କାମ କରୁଥିଲେ ।

ହାଡିବନ୍ଧୁ ଚିଙ୍ଗୁଡ଼ି ଫାର୍ମରେ ବ୍ୟବହୃତ ଏରିଏଟର କାର୍ଯ୍ୟ କରୁଥିବା ସମୟରେ ତାଙ୍କର ଗୋଡ଼ ଲାଗିଯିବାରୁ ତାଙ୍କର ଗୁପ୍ତାଙ୍ଗ ଏରିଏଟରରେ ମାଡ଼ ହେବା ଫଳରେ ଘଟଣା ସ୍ଥଳରେ ବୃଦ୍ଧ ସଂଜ୍ଞାହୀନ ହୋଇ ପଡ଼ିଥିଲେ । ପରେ ତାଙ୍କୁ ମେଡିକାଲ ଆଣିବା ପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା । ଏଥିନେଇ ଚାନ୍ଦବାଲି ଥାନାରେ ଅଭିଯୋଗ ପରେ ଚାନ୍ଦବାଲି ଥାନାରେ ୯/୨୦୨୧ ମୂଳେ ଏକ ୟୁଡ଼ି କେଶ ରୁଜୁ କରାଯାଇ ତଦନ୍ତ କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜ୍ୟେଷ୍ଠ ପୂର୍ଣ୍ଣିମାରେ ପଦ୍ମବନ ପୀଠ ଭକ୍ତ ଶୂନ୍ୟ ଫିକା ପଡିଲା ଦେବସ୍ନାନ ଯାତ୍ରା...

Thu Jun 24 , 2021
ବାସ୍ତବବ୍ୟୁରୋ:(ମାହାଙ୍ଗା)କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ର ନେମାଳ ପଦ୍ମ ବନ ପୀଠ ରେ କୋଭିଡ଼ି ଯୋଗୁ ୧୪୪ ଧାରା ଲାଗିଥିବାରୁ ଫିକା ପଡିଲା ଦେବସ୍ନାନ ଯାତ୍ରା ପ୍ରତି ବର୍ଷ ଆଜିର ଦିନରେ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥାଏ କିନ୍ତୁ ଏଥର ବିନା ଭକ୍ତ ରେ କେବଳ ନୀତି କାନ୍ତି ରେ ପାଳନ ହେଉଛି ଯାତ୍ରା ନା ଅଛନ୍ତି ଭକ୍ତ ନା ଶୁଭୁଛି ଭଜନ କୀର୍ତନ ପୋଲିସ ଛାଉଣି […]

You May Like

Pin It on Pinterest