
ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଆଜି ପବିତ୍ର ଜ୍ଯେଷ୍ଠ ପୂର୍ଣ୍ଣିମା ବା ସ୍ନାନ ପୂଣ୍ଣିମା । ଏଥିପାଇଁ ଦିନତମାମ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତି। ଭୋର ୪ଟାରେ ଦ୍ବାର ଫିଟାଯିବା ପରେ କୋଭିଡ କଟକଣା ଅନୁଯାୟୀ ସୀମିତ ସେବାୟତଙ୍କ ଦ୍ବାରା ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ନୀତି ସରିବା ପରେ ମଣିବାବାଙ୍କୁ ଫୁଲ, ବେଲ୍ବପତ୍ର, ଚନ୍ଦନ ଲାଗି କରାଯାଇ ପଞ୍ଚ ଉପଚାରରେ ପହିଲି ବାଲ୍ଯଭୋଗ ଲାଗି କରାଯାଇଥିଲା |
ପରେ ସକାଳ ୯ଟାରେ ପହଡଖିଆ ଅନ୍ନନୀତିଭୋଗ, ମଧ୍ଯାହ୍ନ ୧୨ଟାରେ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରାଯାଇ ମଣିବାବାଙ୍କୁ ଦେବସ୍ନାନ ନୀତି ଅବସରରେ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇଥିଲା। ପରେ ବଡ ଅନ୍ନନୀତିଭୋଗ ଉଠିଥିଲା। ୨ଟାରେ ଅବକାଶ ନୀତି ସରିବା ପରେ ଅପରାହ୍ଣରେ ବାବାଙ୍କୁ ବଡସିଂହାର ବେଶ କରାଯାଇଛି।