ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଯୁବକର ଜୀବନ….

ବାସ୍ତବବ୍ୟୁରୋ:ଦେବକାନ୍ତ,(ଚାନ୍ଦବାଲି) ବିଦ୍ୟୁତ ବିଭାଗର ଖାମଖିଆଲି ପାଇଁ ଅକାଳରେ ଚାଲିଗଲା ୨୫ ବର୍ଷ ଯୁବକର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚାନ୍ଦବାଲି ବ୍ଲକ ଚଡଦିଆ ପଞ୍ଚାୟତ ହରିସପୁର ଗ୍ରାମରେ। ସୂଚନାଯୋଗ୍ୟ ଧାମରା କରଂଜମାଳଗ୍ରାମର ଗୌରାଙ୍ଗ ମାଝୀଙ୍କ ପୁଅ ଚନ୍ଦନ ମାଝୀ କିଛି ଦିନ ପୂର୍ବରୁ ଚଡଦିଆ ଗ୍ରାମରେ ଥିବା ତାର ମାଉସି ଘରକୁ ବୁଲିବାକୁ ଆସିଥିଲେ।

କିନ୍ତୁ ଆଜି ସକାଳେ ଗାଁ ପାଖକୁ ବୁଲିବାକୁ ଯାଇଥିଲେ, ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଜଣାପଡିଛି। ଦୀର୍ଘ ଦିନ ଧରି ବିଦ୍ୟୁତ ତାର ଓହଳି ରହିଥିଲେ ମଧ୍ୟ ବିଦ୍ୟୁତ କର୍ମଚାରୀଙ୍କ ନଜର ପଡିନଥିଲା ଏ ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଶୁଣିନଥିଲେ କର୍ମଚାରୀ ତେବେ ବାତ୍ୟା ୟସକୁ ଗୋଟେ ମାସ ବିତିଯାଇଥିଲେବି ଏବେବି କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇରହିଛି ବିଦ୍ୟୁତ ବିଭାଗ । ବିଦ୍ୟୁତ ବିଭାଗର ଖାମଖିଆଲି ଯୋଗୁ ଏଭଳି ଘଟଣା ଘଟିଥିବା ବେଳେ ଉକ୍ତ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ପକ୍ଷରୁ ଦାବିକରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Jun 26 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୫୪ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୮୪୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୯୭୦୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୦୧୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୬୦୧୪୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି […]

You May Like

Pin It on Pinterest