୫୧୦ ଗ୍ରାମର ଧଳା ଜହର ପୁଣି ଜବତ କଲା ଭଦ୍ରକ ପୋଲିସ…

ବାସ୍ତବବ୍ୟୁରୋ:ଭଦ୍ରକ ପୁଣି ୫୧୦ ଗ୍ରାମର ଧଳାଜହର ଜବତ କରିଛି ଭଦ୍ରକ ପୋଲିସ,ପ୍ରାୟତଃ ପ୍ରତ୍ବେକ ଦିନ ଭଦ୍ରକ ପୋଲିସ ତରଫରୁ ବ୍ରାଉନ ସୁଗାର ଜବତ କରାଯାଉଛି,ସୂଚନା ଥାଉକି ଗତ ୨୩-୬ ୧୧୨ ରେ ଉପଖଣ୍ଡ ଆରକ୍ଷିଅଧିକ୍ଷକ ସାର୍ଥକ ରାୟ ଏକ ସାମ୍ବାଦିକ ସମ୍ମିଳନୀ କରି ଜବତ ହୋଇଥିବା ୧୧୨ ଗ୍ରାମ ଧଳାଜହର ବାବଦରେ କହିଥିଲେ |

ଗତକାଲି ଦିନ ୧୨-୩୦ ରେ କୋଭିଡ କଟକଣାକୁ ନେଇ ଜିଲ୍ଲା ପୋଲିସ ତରଫରୁ ଭଦ୍ରକ ଚରମ୍ପା ନିକଟସ୍ଥ ଧାମରା ରେଲୱେ ଓଭର ବ୍ରିଜ ନିକଟରେ ମୋଟର ଭେଇକିଲ ଯାଞ୍ଚ ବେଳେ ବିଶେଷ ସୂତ୍ରରୁ ଖବର ପାଇଥିଲେ କି ଏକ ବେପାରୀ ବ୍ରାଉନସୁଗାର ନେଇ ଜଳେଶ୍ୱର ରୁ ଭଦ୍ରକ ଅଭିମୁଖେ ଆସୁଛି |ଭଦ୍ରକ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା ଏବଂ ସେହି ଟିମ ସଂନ୍ଦେହଜନକ ଭାବେ ଆସୁଥିବା ଏକ ହିରୋ cd deluxe ମୋଟର ସାଇକେଲ ଆସୁଥିବା ଜଣେ ଯୁବକକୁ ଅଟକାଇଥିଲେ |

ଯାଞ୍ଚ ବେଳେ ତା ପାଖରୁ ୫୧୦ ଗ୍ରାମ ବ୍ରାଉନ ସୁଗାର ସହିତ ଗୋଟେ ଲାଭା ମୋବାଇଲ ଫୋନ ସହିତ ହିରୋ cd deluxe ମୋଟର ସାଇକେଲ(no-OR-22-D-4600କୁ ଜବତ କରିଥିଲେ,ଗିରଫ ଯୁବକ ହେଉଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ଏରେଇ ଗ୍ରାମର ସେକ ରାଇବୁଲ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭଦ୍ରକ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା| |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସ୍ୱାସ୍ଥ୍ୟ ଟିପ୍ସ: ଆପଣ ଯୁବକ ଅବସ୍ଥାରେ ବୁଢାଙ୍କ ପରି ଦିଶୁଛନ୍ତି କି ?ଆଜିଠାରୁ ଏ ଅଭ୍ୟାସ ଛାଡ଼ନ୍ତୁ ସବୁବେଳେ ଯୁବକ ହୋଇ ରୁହନ୍ତୁ...

Sun Jun 27 , 2021
ବାସ୍ତବବ୍ୟୁରୋ:ଏହା ସତ୍ୟ ଯେ ଦୁନିଆର କୌଣସି ଶକ୍ତି ବାର୍ଦ୍ଧକ୍ୟକୁ ରୋକି କରିପାରିବ ନାହିଁ। କିନ୍ତୁ ଆମେ ଅଳ୍ପ ବୟସରେ ଆସୁଥିବା ବୃଦ୍ଧାବସ୍ଥାର ଲକ୍ଷଣକୁ ନିଶ୍ଚିତ ଭାବରେ ରୋକି ପାରିବା | ଉଦାହରଣ ସ୍ୱରୂପ, ବୃଦ୍ଧାବସ୍ଥାରେ ଶାରୀରିକ ଦୁର୍ବଳତା,ଜୀବନ୍ତ ଚର୍ମ,କୁଞ୍ଚନ କେଶ ଝଡ଼ିବା, ମଧୁମେହ ଅଧିକ ବିପି ପରି, ବୃଦ୍ଧ ବ୍ୟକ୍ତିଙ୍କ ରୋଗକୁ ଯୁବାବସ୍ଥାରୁ ରୋକାଯାଇପାରିବ | ବାସ୍ତବରେ, ଅଳ୍ପ ବୟସରେ ବୃଦ୍ଧାବସ୍ଥାର ଏହି ଲକ୍ଷଣଗୁଡ଼ିକର ପଛରେ ଆମର କିଛି କୁଅଭ୍ୟାସ […]

You May Like

Pin It on Pinterest