ଯୁବ ସାପ ଧରାଳିଙ୍କୁ ମିଳୁନାହିଁ ସରକାରୀ ସହାୟତା…

ବାସ୍ତବବ୍ୟୁରୋ:(କଳାହାଣ୍ଡି) ବିଷଧର ସାପ ଧରିବା ତାଙ୍କ ନିଶା ଓ ପେଶା ନିଜ ଜୀବନ କୁ ବିପଦ ରେ ପକାଇ ଅନ୍ୟ ଲୋକ ଙ୍କଧନ ଜୀବନ ସୁରକ୍ଷା ପାଇଁ ଦିନ ରାତି ସେଵା ପ୍ରଦାନ କରୁଥିବା ସାପ ଧରାଳି ଯୁବକ ଙ୍କୁ ମିଳୁନାହିଁ କୌଣସି ସରକାରୀ ସହାୟତା, କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଦାସିଗା ରେ ରହୁଥିବା ବିରେନ୍ଦ୍ର କୁମାର ସାହୁ ଆଜିକୁ ୧୩ ବର୍ଷ ହେବ ବିଷାକ୍ତ ସାପ ଧରି ଲୋକଙ୍କୁ ସୁରକ୍ଷା ଦେଉଛନ୍ତି ସେ ୨୦୧୯ ରେ ଭୁବନେଶ୍ୱର ସ୍ନେକ ହେଲ୍ପ ଲାଇନ ରୁ ଟ୍ରେନିଂ ମଧ୍ୟ ନେଇଛନ୍ତି |

ଜୁନାଗଡ ଅଞ୍ଚଳ ର ଯେ କୌଣସି ସ୍ଥାନ ରେ ବିଷଧର ସାପ ଧରିବାକୁ ହେଲେ ତାଙ୍କୁ ଖୋଜା ପଡେ ଆଜି ସୁଦ୍ଧା ସେ ଶହ ଶହ ବିଷଧର ସାପ କୁ ଉଦ୍ଧାର କରି ନିକଟବର୍ତ୍ତୀ ଜଙ୍ଗଲ ରେ ଛାଡିଛନ୍ତି ଗତକାଲି ସେ ଗୋଟେ ଦିନରେ ୯ ଗୋଟି ନାଗସାପ କୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି ହେଲେ ଲୋକଙ୍କ ଜୀବନ କୁ ସୁରକ୍ଷା ଦେଉଥିବା ଏହି ଯୁବକ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି ଏଣୁ କୌଣସି ସରକାରୀ ଯୋଜନାରେ ତାଙ୍କୁ ସହାୟତା ଦେଲେ ସେ ଜୀବନ ଜୀବିକା ନିର୍ବାହ କରିବା ସହ ଲୋକଙ୍କ ସେବା ରେ ମଧ୍ୟ ରହିବା ନେଇ ପ୍ରତିକ୍ରିୟା ଦେଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସାମାଜିକ ସଙ୍ଗଠନ ର ଟୀକା କରଣ ପାଇଁ ଅଭିନବ ପ୍ରୟାସ

Mon Jun 28 , 2021
ବାସ୍ତବବ୍ୟୁରୋ:(ଜଳେଶ୍ୱର)ମହାମାରୀ କୋରୋନା ର କବଳରେ ଆଜି ସମଗ୍ର ବିଶ୍ବ। ସେଥିରୁ ବର୍ତ୍ତିନାହିଁ ମଧ୍ୟ ଭାରତ। କୋରୋନା କୁ ମାତ୍ ଦେବା ପାଇଁ ଭାରତ ସରକାରଙ୍କ ତରଫରୁ ଲକ୍ ଡାଉନ, ସଟଡାଉନ ସହିତ ବିଭିନ୍ନ କଟକଣା ଜାରି ରହିଛି ସାରା ଭାରତ ବର୍ଷରେ ଏବଂ ଟୀକା କରଣ ମଧ୍ୟ ଜାରି ରହିଛି। ଟୀକା କରଣ ପାଇଁ ସମଗ୍ର ଭାରତ ବର୍ଷ ରେ ପ୍ରାୟତଃ ସମଗ୍ର ବିଭାଗ ତତ୍ପର। ସେଥିରୁ ଓଡ଼ିଶା ମଧ୍ୟ […]

You May Like

Pin It on Pinterest