କେନ୍ଦ୍ରାପଡ଼ା(ବାସ୍ତବ ଟିଭି): କଡ଼ ଲେଉଟାଇବ ‘ରାଜନଗର ରାଜନୀତି’ । ବହୁ ଦିନର ପ୍ରତିକ୍ଷାର ଅନ୍ତ ଘଟିବାର ସମ୍ଭାବନାରେ କେନ୍ଦ୍ରାପଡ଼ାର ‘ରାଜନଗର ରାଜନୀତି’ । ଦୀର୍ଘ ୩୫ବର୍ଷରୁ ଉଦ୍ଧ୍ୱର୍ ଜନତା ଦଳ ହେଇ କି କଂଗ୍ରେସରେ ରାଜୁତି କରିଆସୁଥିବା ସ୍ୱର୍ଗତଃ ନଳିନୀ ମହାନ୍ତିଙ୍କ ଗଡକୁ଼ ୨୦୦୯ରେ ଅକ୍ତିଆର କରିଥିଲେ ଅଲେଖ କୁମାର । ଯାହାକୁ ନେଇ ରାଜନଗର ରାଜନୀତିରେ ଆରମ୍ଭ ହୋଇଥିଲା ଏକ ନୂଆ ରାଜନୀତି ସମୀକରଣ । ହେଲେ ୨୦୧୪ ନିର୍ବାଚନରେ ପୁଣି ସ୍ୱର୍ଗତଃ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତିଙ୍କ ହାତକୁ ଯାଇଥିଲା । ତେବେ ରାଜନଗର ବାସୀଙ୍କ କହିବା ଅନୁଯାୟୀ ରାଜନଗର ନିର୍ବାଚନମଣ୍ଡଳିରେ ସେମିତି କିଛି ଆଖିଦୃଶିଆ କାର୍ଯ୍ୟ ନଳିନୀ ଓ ଅଂଶୁମାନଙ୍କ ସମୟରେ ହୋଇନାହିଁ । ବରଂ ସମୟ ବତିଯାଇଛି ହେଲେ କାମ ଶୂନ । ତାହା ସହ ଲୋକଙ୍କ ଖୁଲମଖୁଲା ବଡ଼ ବୟାନ ମଧ୍ୟ ରହିଛି କି ୨୦୦୯-୨୦୧୪ ମସିହା ମାତ୍ର ୫ବର୍ଷର ଅଲେଖ କୁମାର ଜେନାଙ୍କ ଶାସନ କାଳ ଭିତରେ ଅନେକ ଜନ ହିତକାରୀ କାର୍ଯ୍ୟ ହୋଇଛି । ସେ ଶିକ୍ଷା, ସ୍ୟାସ୍ଥ୍ୟ, ଗମନାଗମନ ଓ ବହୁ ଜନହିତକର କାର୍ଯ୍ୟରେ କରିଛନ୍ତି ।
ଯାହା ଏବେରାଜନଗରର ବାସୀ ଭୁଲି ପାରିନାହାଁନ୍ତି । ତେଣୁ ‘ରାଜନଗର ରାଜନୀତିରେ’ କଡ଼଼ ଲେଉଟିବା ପୁରାପୁରି ବାରି ହୋଇପଡ଼ୁଛି । ଅନ୍ୟପଟେ ଦିତୀୟତଃ ଆସନ୍ତା ନିର୍ବାଚପାଇଁ ଶାସକ ଦଳର ଆଶାୟୀ ପାର୍ଥୀଙ୍କ ଭିଡ଼ କହିଲେ ନସରେ । ଯେବେଠୁ ପୂର୍ବତନ ବିଧାୟକ ଅଲେଖ କୁମାର ଜେନା ବିଜେପିରେ ଯୋଗ ଦେଲେରି ସେବେଠୁ ଅନ୍ୟ ଦଳର ଆଶାୟୀଙ୍କ ଆଶା ମଉଳିଗଲାଣି । କାରଣ ଯଦି ଆମେ ୨୦୦୯-୨୦୧୪ ବିଜେପିର ଭୋଟ ହାର ଅନୁଶୀଳନ କରିବା ୯ ଆଉ ୧୪ ର ଭୋଟ ହାର ଆପାତତଃ ସମାନ । କିନ୍ତୁ ଅଲେଖ ଜେନାଙ୍କ ମିଶ୍ରଣ ପର୍ବରେ ବାରି ହୋଇପଡ଼ିଥିଲା ଅଲେଖଙ୍କ ଲୋକପ୍ରିୟତା, କାରଣ ଶାସକ ଦଳର ବିରୋଧ ସତ୍ୱେ ୩୦ହଜାରରୁ ଅଧିକ ରାଜନଗରବାସୀ ମିଶ୍ରଣ ପର୍ବରେ ସାମିଲ ହୋଇ ଅଲେଖଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସ ରଖିଥିବା ଜଣାଇଥିଲେ । ଏଣୁ ଏଥର ବିଜେପି ଆସିବାର ସ୍ପଷ୍ଟ ହୋଇଯାଇଛି ବୋଲି କହିଲେ ଭୁଲ ହେବନାହିଁ ।