ବାସ୍ତବବ୍ୟୁରୋ:(ଜଳେଶ୍ୱର)ମହାମାରୀ କୋରୋନା ର କବଳରେ ଆଜି ସମଗ୍ର ବିଶ୍ବ। ସେଥିରୁ ବର୍ତ୍ତିନାହିଁ ମଧ୍ୟ ଭାରତ। କୋରୋନା କୁ ମାତ୍ ଦେବା ପାଇଁ ଭାରତ ସରକାରଙ୍କ ତରଫରୁ ଲକ୍ ଡାଉନ, ସଟଡାଉନ ସହିତ ବିଭିନ୍ନ କଟକଣା ଜାରି ରହିଛି ସାରା ଭାରତ ବର୍ଷରେ ଏବଂ ଟୀକା କରଣ ମଧ୍ୟ ଜାରି ରହିଛି। ଟୀକା କରଣ ପାଇଁ ସମଗ୍ର ଭାରତ ବର୍ଷ ରେ ପ୍ରାୟତଃ ସମଗ୍ର ବିଭାଗ ତତ୍ପର। ସେଥିରୁ ଓଡ଼ିଶା ମଧ୍ୟ ପଛରେ ନାହିଁ।ଏଥିରୁ କେମିତି ବାଦ୍ ପଡ଼ିବ ସାମାଜିକ ସଙ୍ଗଠନ। ଏମିତି ଏକ ନିଆରା କାର୍ଯ୍ୟକ୍ରମ ଦେଖିବା ପାଇଁ ମିଳିଛି ବାଲେଶ୍ବର ଜିଲ୍ଲା ର ଜଳେଶ୍ଵର ବ୍ଲକ୍ ର ଖୁଆଡ୍ ଠାରେ ଥିବା ସାମାଜିକ ସଙ୍ଗଠନ ସହଯୋଗ ସଭିଙ୍କ ସାଥିରେ ।
ସାଧାରଣ ରେ କହିବା ପାଇଁ ଗଲେ ରାଇବଣିଆ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ରାଇବଣିଆ ଥାନା ଅନ୍ତର୍ଗତ ଖୁଆଡ ପଞ୍ଚାୟତ ରେ କେନ୍ଦୁଖୁଣ୍ଟା ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ । ଏହି ଗ୍ରାମରେ ଘର ଘର ବୁଲି ସହଯୋଗ ସଭିଙ୍କ ସାଥିରେ ସାମାଜିକସଙ୍ଗଠନ ତରଫରୁ ଲୋକ ମାନଙ୍କୁ ଟୀକା କରଣ ପାଇଁ କହିବା ସହିତ ନାମ ପଞ୍ଜି କରଣ ମଧ୍ୟ କରାଇଥିଲେ। ପ୍ରାୟ ୧୦୦ ଲୋକଙ୍କୁ covid.cowin.gov.in ଆପ ରେ ପଞ୍ଜୀ କରଣ କରାଇଥିଲେ।
ଏବଂ ସଙ୍ଗଠନ ର କର୍ମକର୍ତ୍ତା ମାନେ କହିଥିଲେ କି ଆଗକୁ କିପରି ଅଧିକ ରୁ ଅଧିକ ଅଲଗା ଗ୍ରାମରେ ହେଇପାରିବ ତାହା ପାଇଁ ଚେଷ୍ଟା ଜାରି ରହିବ।ଏହି କାର୍ଯ୍ୟ କ୍ରମରେ ସଙ୍ଗଠନ ର କର୍ମ କର୍ତ୍ତା ମାନଙ୍କ ମଧ୍ୟରେ ସନତ ସାହୁ, ବ୍ରଜକିଶୋର ଗିରି, ଉତ୍ତମ ଘୋଷ, ଚନ୍ଦନ କାମିଲା, ଭବସଙ୍କର ବେହେରା, ସୂର୍ୟ କୁମାର ସାହୁ, ରୁଦ୍ରନାରାୟଣ ସାହୁ, ପଙ୍କଜ ଚାନ୍ଦ, ଦାଶରଥି ସାହୁ, ମନୋଜ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କ୍ରମ କୁ। ସଫଳ କରିଥିଲେ।