
ବାସ୍ତବବ୍ୟୁରୋ:(ଭବାନୀପାଟଣା)ନିଜ ଜନ୍ମ ମାଟି ର ମହକ ଅଲଗା ଗାଁ ର ପାଣି ପବନ ରେ ଛୋଟ ରୁ ବଡ଼ ହୋଇ ଅନେକ ବ୍ୟକ୍ତି କର୍ମକ୍ଷେତ୍ରରେ ସଫଳତା ପାଇଲେ ନିଜ ଗାଁ କୁ ଭୁଲି ସହର ମୁହାଁ ହେଉଥିବା ବେଳେ ଆଜି ମଧ୍ୟ ଏମିତି କିଛି ମଣିଷ ଅଛନ୍ତି ଯିଏ ଗାଁ ର ମାଟି ପାଣି ପବନ ସହ ଯୋଡି ହୋଇ ରହିବାକୁ ଭଲ ପାଆନ୍ତି ସେହିପରି ଜଣେ ଗାଁ କୁ ଭଲ ପାଉଥିବା ମଣିଷ ହେଉଛନ୍ତି କୋକସରା ବ୍ଲକ ଫୁଫଗା ର ସୁରେନ୍ଦ୍ର କୁମାର ଜାଲ ବର୍ତମାନ ସେ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଉଚ୍ଚ ପଦସ୍ଥ କର୍ମଚାରୀ ତେବେ ଗାଁ ମାଟି ର ମହକ ପାଣି ପବନ ନିଜ ଲୋକଙ୍କୁ କୁ ସେ ଭୁଲି ପାରିନାହାନ୍ତି ଯେତେବେଳେ ବି କର୍ମମୟ ଜୀବନ ରୁ କିଛି ସମୟ ମିଳେ ସେ ନିଜ ଗାଁ ଓ ଅଞ୍ଚଳ ରେ ସମସ୍ତ ଙ୍କ ସହ ଜଡିତ ହୋଇ ରହନ୍ତି।
ରବିବାର ଅମର ମଣିଷ ଫୁଫଗା ସଂଘଠନ ପକ୍ଷରୁ ସେ ନିଜ ଗାଁ ଫୁଫଗା ର ଗରିବ ଅସହାୟ ପରିବାର ରେ ଚଳିତ ବର୍ଷ ୨୦୨୧ ଜାନୁଆରୀ ରୁ ମୃତ୍ୟୁ ବରଣ କରିଥିବା ନିଜ ଗାଁ ର ପ୍ରାୟ ୩୫ ପରିବାର ର ସଦସ୍ୟ ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଓ ଏହା ସହ ମାସ୍କ ବଣ୍ଟନ କରି କୋଭିଡ ଉପରେ ସଚେତନ ମଧ୍ୟ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ଫୁଫଗା ସରପଞ୍ଚ କୀର୍ତ୍ତନ ଶବର ସମାଜସେବୀ ନିଳାମ୍ବର ବାରିକ ଦୁର୍ଯ୍ୟୋଧନ ଜାଲ ସମ୍ମାନିତ ଅତିଥି ଭାବେ ରଘୁନାଥ ପଟେଲ ପୁରୁନ ଲହଜଳ କୁମ ଶବର ଉମାକାନ୍ତ ଶବର ଉପସ୍ଥିତ ରହି ତାଙ୍କ ର ଏହି ସେବା ମନୋଭାବ କୁ ପ୍ରଶଂସା କରିବା ସହ ତାଙ୍କ ପାଇଁ ଆଜି ଆମେ ଗ୍ରାମବାସୀ ନିଜକୁ ଗର୍ବିତ ମନେ କରୁଛୁ ବୋଳି ମତ ରଖିଥିଲେ କାର୍ଯ୍ୟକ୍ରମ ରେ ମୋଷୁମୀକାନ୍ତ ପଟେଲ ବିପ୍ରଚାରଣ ପଟେଲ ମଞ୍ଚ ପରିଚଲାନା କରିଥିବା ବେଳେ ବରିଷ୍ଠ ଶିକ୍ଷାବିଦ ବୈକୁଣ୍ଠ ଜାଳ ଧନ୍ୟବାଦ ଅର୍ପଣ କରିଥିଲେ ।