
ଜଳେଶ୍ୱର:(ନବୀନ ସାହୁ) ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଗୋପିମୋହନପୁର ପଞ୍ଚାୟତ ଅନ୍ତର୍ଗତ ବାଶୁଳିଆ ଆଦିବାସୀ ସାହିରେ ବାଶୁଳି ପୁଜା ଭୋଗ ଖାଇ ୭୦ ରୁ ଅଧିକ ଗ୍ରାମବାସୀ ଅସୁସ୍ଥ ହୋଇଛନ୍ତି ,ସୁଚନା ଅନୁଯାୟୀ ଗତ ଶନିବାର ରାତିରେ ଗ୍ରାମରେ ବାଶୁଳି ଠାକୁରାଣୀଙ୍କ ନିକଟରେ ପୂଜା ଅନୁଷ୍ଠିତ ହୋଇଥିଲା,ପୂଜା ସରିବା ପରେ ଗ୍ରାମବାସି ମାନେ ଠାକୁରାଣୀଙ୍କ ଭୋଗ ଖାଇଥିଲେ ।
ଭୋଗ ଖାଇବାର ପାଖାପାଖି ୧୨ ଘଣ୍ଟା ପରେ କିଛି ଗ୍ରାମବାସୀ ଙ୍କ ମୁଣ୍ଡ ବୁଲାଇବା ସହ ପ୍ରବଳ ଝାଡାବାନ୍ତି ଆରମ୍ଭ ହୋଇଯାଇଥିଲା,ଖବର ପାଇ ଆଶା କର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀ ଗ୍ରାମରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରାଇଥିଲେ,ମାତ୍ର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ସ୍ଥାନୀୟ ଡାକ୍ତରଖାନାକୁ ଖବର ଦେବାପରେ ,ଗ୍ରାମରେ ଦୁଇଟି ମେଡ଼ିକାଲ ଟିମ୍ ପହଞ୍ଚି ଚିକିତ୍ସା କରୁଛନ୍ତି। ଅସୁସ୍ଥ ଙ୍କ ମଧ୍ୟରେ ୫ ଜଣ ଛୋଟ ପିଲା ରହିଛନ୍ତି।



