କମିସନରେଟ ପୁଲିସର ଚୌଦ୍ୱାରରେ ଜୁଆ ଆଡ୍ଡା ଉପରେ ଚଢାଉ : ୫ ଗିରଫ

ବାସ୍ତବବ୍ୟୁରୋ:(ଚୌଦ୍ୱାର,ଦୀପକ୍ କୁମାର ) କମିସନରେଟ ପୁଲିସର ଚୌଦ୍ୱାର ଥାନା ଲଗାତାର ବେଆଇନ ଜୁଆ ଆଡ୍ଡା ଉପରେ ଚଢାଉ ଜାରିରଖିଛି । ଆଜି ସୋମବାର ସକାଳ ୧୧ଟା ବେଳକୁ ଚୌଦ୍ୱାର ପୌରପାଳିକାର ଅନ୍ତର୍ଗତ ହିଙ୍ଗୁଲାଇ ପଡିଆ ନିକଟରେ ବେଆଇନ ଜୁଆ ଆଡ୍ଡା ଚାଲୁଥିବାର ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଚୌଦ୍ୱାର ପୋଲିସ ସେଠାରେ ଅଚାନକ ଚଢାଉ କରିଥିଲେ । ୫ ଜଣ ଜୁଆ ଖେଳୁଥିବାର ଦେଖିଥିଲେ । ସମସ୍ତଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ୧୨ହଜାର ୯୬୦ଟଙ୍କା, ୫୩ଟି ତାସ୍, ୧ଟି ହୋଣ୍ଡା ଆକଟିଭା ସ୍କୁଟି ଜବତ କରିଥିଲେ ।

ଗରିଫ ଯୁବକମାନେ ହେଉଛନ୍ତି ଚୌଦ୍ୱାର ଗୁପ୍ତେଶ୍ୱର ସାହିର ଚିତ୍ତରଞ୍ଜନ ବେହେରା ଓରଫ କଳାଚିତ୍ତ (୩୨), ଗୁପ୍ତେଶ୍ୱର ସାହିର ପ୍ରତାପ ଦଳେଇ (୩୬),ଗୁପ୍ତେଶ୍ୱର ସାହିର ପ୍ରଶାନ୍ତ ବେହେରା (୩୩), ତଳବଜାର ହିଙ୍ଗୁଳାଇ ସାହିର ବିଲୁ ଭୋଇ (୩୫), ବ୍ରାହ୍ମଣ ସାହିର ବସନ୍ତ ସାହୁ (୪୨) । ସମସ୍ତ ଗିରଫ ଯୁବକ ମାନେ ଚୌଦ୍ୱାର ଅଞ୍ଚଳର ହୋଇଥିବା ବେଳେ ଏଠାରେ ସୂଚନାଯୋଗ୍ୟ ଗତ କିଛିଦିନ ଦିନ ଭିତରେ ଚୌଦ୍ୱାର ଅଞ୍ଚଳରେ ବେଆଇନ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ଲକ୍ଷା ଧୀକ ନଗଦ ଟଙ୍କା ଜବତ ସହିତ ବହୁତ୍ ଯୁଆଡି ଙ୍କୁ ଗିରଫ କରିଛି ଚୌଦ୍ୱାର ପୋଲିସ । ଆଗାମି ଦିନରେ ଏଭଳି ଚଢାଉ ଜାରି ରହିବ ବୋଲି ଚୌଦ୍ୱାର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭୋଗ ଖାଇ ୭୦ ରୁ ଅଧିକ ଗ୍ରାମବାସୀ ଅସୁସ୍ଥ...

Mon Jun 28 , 2021
ଜଳେଶ୍ୱର:(ନବୀନ ସାହୁ) ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଗୋପିମୋହନପୁର ପଞ୍ଚାୟତ ଅନ୍ତର୍ଗତ ବାଶୁଳିଆ ଆଦିବାସୀ ସାହିରେ ବାଶୁଳି ପୁଜା ଭୋଗ ଖାଇ ୭୦ ରୁ ଅଧିକ ଗ୍ରାମବାସୀ ଅସୁସ୍ଥ ହୋଇଛନ୍ତି ,ସୁଚନା ଅନୁଯାୟୀ ଗତ ଶନିବାର ରାତିରେ ଗ୍ରାମରେ ବାଶୁଳି ଠାକୁରାଣୀଙ୍କ ନିକଟରେ ପୂଜା ଅନୁଷ୍ଠିତ ହୋଇଥିଲା,ପୂଜା ସରିବା ପରେ ଗ୍ରାମବାସି ମାନେ ଠାକୁରାଣୀଙ୍କ ଭୋଗ ଖାଇଥିଲେ । ଭୋଗ ଖାଇବାର ପାଖାପାଖି ୧୨ ଘଣ୍ଟା ପରେ କିଛି ଗ୍ରାମବାସୀ […]

You May Like

Pin It on Pinterest