ପୂର୍ବତଟ ରେଳବାଇ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ପାଇଁ ଖୁସି ଖବର । ବିଭିନ୍ନ ପରୀକ୍ଷା ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଓ ବାହାର ରାଜ୍ୟରୁ ଅନେକ ପରୀକ୍ଷାର୍ଥୀ ଟ୍ରେନ୍ରେ ଯାତାୟାତ କରିଥାଆନ୍ତି । ଏହି ସମୟରେ ଟ୍ରେନ୍ରେ ପ୍ରବଳ ଭିଡ ହେଉଥିବା ଦେଖିବାକୁ ମିଳିଥାଏ। ପରୀକ୍ଷାର୍ଥୀ କିପରି ସହଜ ଓ ସୁବିଧାରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ ସେଥିପାଇଁ ଆଜିଠାରୁ ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିଛି।
ପାସେଞ୍ଜର ଟ୍ରେନରେ କେବଳ ଜେନେରାଲ ବଗି ରହିବ । ଗୋଟିଏ ଟ୍ରେନ୍ ଆଜି ଭୁବନେଶ୍ୱରରୁ ୨୦.୦୦/ ସନ୍ଧ୍ୟା ୮ଟାରେ ଛାଡ଼ି କୋରାପୁଟ, ବ୍ରହ୍ମପୁର-ବିଜୟନଗରମ୍ ଓ ରାୟଗଡ଼ା ହୋଇଯିବ। ଏହି ଟ୍ରେନ୍ ବିଶେଷ ଭାବେ ଦକ୍ଷିଣ ଓଡ଼ିଶା ଓ କଳାହାଣ୍ଡିରୁ ଅଧିକାଂଶ ପରୀକ୍ଷାର୍ଥୀଙ୍କ ପାଇଁ ସୁବିଧା ଯୋଗାଇବ।
ସେହିପରି ଦ୍ୱିତୀୟ ଟ୍ରେନ୍ଟି ପୁରୀରୁ ୨୩.୦୦/ ରାତି ୧୧ଟାରେ ବାହାରି ଭୁବନେଶ୍ୱରରୁ ଢ଼େଙ୍କାନାଳ ଦେଇ ସମ୍ବଲପୁର ଯିବ। ଢ଼େଙ୍କାନାଳ, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ଝାରସୁଗୁଡା ଆଦି ସ୍ଥାନର ପରୀକ୍ଷାର୍ଥୀମାନେ ଏହି ଟ୍ରେନ୍ର ସୁବିଧା ପାଇ ପାରିବେ। ଭଦ୍ରକ, ଭୁବନେଶ୍ୱର, ବାଲେଶ୍ୱର ଓ ବାରିପଦା ଆଡକୁ ଯିବାକୁ ଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଖୋର୍ଦ୍ଧାରୋଡରୁ ଖୋର୍ଦ୍ଧାରୋଡ-ଖଡଗପୁର ପାସେଞ୍ଜର ଆଜି ୧୬.୪୫ (୬.୪୫)ଟା ପରିବର୍ତ୍ତେ ସନ୍ଧ୍ୟା୧୯.୩୦ (୭.୩୦)ଟାରେ ଛାଡିବ।