ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୭୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୦୧୮କୁ ବୃଦ୍ଧି ପାଇଛି ।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୦୯୮୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୧୪୨୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୭୪୩୦୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

 ଆଜି (ବୁଧବାର) ଅପରାହ୍ନ ୨.୩୦ରେ କରୋନା ସ୍ଥିତି ନେଇ ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ଏବେ ସଂକ୍ରମଣ ହାର କମିବାରେ ଲାଗିଛି । ହେଲେ ସାମାନ୍ୟ ଅବହେଳା ସାରା ରାଜ୍ୟକୁ ମହଙ୍ଗା ପଡ଼ିବ ବୋଲି ବିଶେଶଜ୍ଞ ମାନେ କହୁଛନ୍ତି । ତେବେ ୨୧ ଜିଲ୍ଲାରେ ବର୍ତ୍ତମାନ ଟି.ପି.ଆର. ୫ ପ୍ରତିଶତ ତଳେ ଥିବାରୁ ଏସବୁ ଜିଲ୍ଲାରେ ଅନେକ କଟକଣା କୋହଳ କରିପାରନ୍ତି ସରକାର । ହେଲେ କଟକ, ଖୋର୍ଦ୍ଧା, ବାଲେଶ୍ବର, ପୁରୀ ଓ ମୟୁରଭଞ୍ଜ ଭଳି ୫ ଜିଲ୍ଲାରେ ଟି.ପି.ଆର. ୭ ପ୍ରତିଶତ ଉପରେ ଥିବାରୁ ଲକ୍‌ଡାଉନ୍‌ ବଳବତ୍ତର ରହିପାରେ ।

 ଆଜି ରାଜ୍ୟରେ ଟିକା ଅଭାବ ଯୋଗୁଁ ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଏସବୁ ଜିଲ୍ଲଗୁଡ଼ିକ ହେଲା ଅନୁଗୋଳ, ବଲାଙ୍ଗିର, ବାଲେଶ୍ବର, ଭଦ୍ରକ, ଢେଙ୍ଗାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ, ସୋନପୁର। କୋଭିସିଲ୍ଡ ଟିକା ଅଭାବରୁ ଏସବୁ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ।

କୋଭିଡ ନେଗେଟିଭ ରୋଗୀଙ୍କ ମୃତଦେହକୁ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର, ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ ତଥା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏକ ଚିଠି ଲେଖିଛନ୍ତି । ପରିବାରରେ ଚାହିଁଲେ କୋଭିଡ୍ ନେଗେଟିଭ୍ ରୋଗୀର ମରଶରୀରକୁ ହସ୍ତାନ୍ତର କରାଯିବା। ଏହି ସମୟରେ ପରିବାର ସଦସ୍ୟଙ୍କୁ କୋଭିଡ ପ୍ରୋଟୋକଲ ମାନିବାକୁ ଏକ ଦାୟିତ୍ବ  ଦେବାକୁ ପଡିବ ଯେପରି ଶରୀରର ବ୍ୟାଗ ଖୋଲିବା କିମ୍ବା ଶରୀରକୁ ଛୁଇଁପାରିବେନାହିଁ ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୫,୯୫୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୧୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୬୨ ହଜାର ୮୪୮ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୯୪ ଲକ୍ଷ ୨୭ ହଜାର ୩୩୦ ରେ ପହଁଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୫୩୭୦୬୪ ।

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ କୋଭିଡ-୧୯ ଜନିତ ସୀମକ୍ଷା ହୋଇପାରେ । ବୁଧବାର ସନ୍ଧ୍ୟାରେ ଭଚ୍ୟୁଆଲ ମାଧ୍ୟମରେ ଆୟୋଜନ ହେବାକୁ ଥିବା ବୈଠକରେ ସଡ଼କ ଓ ପରିବହନ ମନ୍ତ୍ରାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର କାମକାର୍ଯ୍ୟ ଉପରେ ଆଲୋଚନା ହୋଇପାରେ । 

ଜୁଲାଇ ୩୧ ତାରିଖ ଯାଏଁ କରୋନା କଟକଣା କଡ଼ାକଡ଼ି ପାଳନ କରିବା ଲାଗି କେନ୍ଦ୍ର ଗୃମ ନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଜଣାଇଛି। ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଆଧାରରେ କୋଭିଡ କଟକଣାକୁ ପାଳନ କରିବା ଲାଗି ଗୃହ ମନ୍ତ୍ରଣାଳୟ ଜଣାଇଛି। କୋଭିଡ ମାମଲା ଖସୁଥିବାରୁ କିଛି ରାଜ୍ୟ କଟକଣା କୋହଳ କରୁଛନ୍ତି। ତେବେ ସ୍ଥିତିକୁ ଦେଖି ସତର୍କତାମୂଳକ ପଦକ୍ଷେପ ନେବା ଲାଗି କେନ୍ଦ୍ର ସତର୍କ କରିଦେଇଛି। ଗୃହ ସଚିବ ଅଜୟ ଭାଲ୍ଲା ଏନେଇ ସମସ୍ତ ରାଜ୍ୟକୁ ଚିଠି ଲେଖିଛନ୍ତି।

ଜୁଲାଇ ୫ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଦିଲ୍ଲୀର ଲକ୍ଷ୍ମୀ ନଗର ମୁଖ୍ୟ ବଜାର ଏବଂ ଏହାର ଆଖପାଖ ବଜାର କୁ ବନ୍ଦ କରିଛନ୍ତି ଦିଲ୍ଲୀ ଜିଲ୍ଲା ମାଜିଷ୍ଟ୍ରେଟ୍ । ଏହି ବଜାରରେ କରୋନା ନିୟମ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଥିଲା । COVID19 ସଠିକ୍ ଆଚରଣକୁ ପାଳନ ନକରିବାରୁ ମଙ୍ଗଲ ବଜାର, ବିଜୟ ଚୌକ୍, ସୁଭାଷ ଚୌକ୍, ଜଗତରମ୍ ପାର୍କ, ଗୁରୁ ରାମଦାସ ନାଗର ଜୁଲାଇ ୫ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିଛି ।

ବଲିଉଡ ଅଭିନେତ୍ରୀ ଉର୍ବଶୀଙ୍କୁ ‘ସ୍ତ୍ରୀ ଶକ୍ତି ଜାତୀୟ ପୁରସ୍କାର ୨୦୨୧’ ସମ୍ମାନରେ ସମ୍ମାନିତ କରାଯାଇଛି । ଉଭୟ କରୋନା ସମୟରେ ଲକଡାଉନରେ ଏବଂ ମୁମ୍ବାଇରେ ଘୂର୍ଣ୍ଣିବଳୟ ଝଡ଼ ତାଉତ୍ ରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ତାଙ୍କର ଏହି ମହାନ୍ କାର୍ଯ୍ୟକୁ ପ୍ରଶଂସକମାନେ ମଧ୍ୟ ପ୍ରଶଂସା କରିଥିଲେ ।

ଆଜି (ବୁଧବାର) ସକାଳେ ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ହୃଦଘାତ କାରଣରୁ ପରଲୋକ ହୋଇଛି । ରାଜ କୌଶଲ ଆଜି ସକାଳ ୪.୩୦ରେ ଘରେ ହୃଦଘାତରେ ପୀଡିତ ହୋଇଥିଲେ । ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ନେବା ପୂର୍ବରୁ ତାଙ୍କର ଜୀବନ ଚାଲିଯାଇଥିଲା ।

ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଦିଲ୍ଲୀପ କୁମାରଙ୍କୁ ପୁଣିଥରେ ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ଦିଲ୍ଲୀପ କୁମାରଙ୍କୁ ଡାକ୍ତରଙ୍କ ତତ୍ତ୍ବାବଧାନରେ ଆଇସିୟୁରେ ରଖାଯାଇଛି।

ଆଜି (ବୁଧବାର) କ୍ରମାଗତ ଚତୁର୍ଥ ଦିନରେ ଜମ୍ମୁର ତିନୋଟି ପୃଥକ୍‌ ସ୍ଥାନରେ ନିରାପତ୍ତା କର୍ମଚାରୀମାନେ ଡ୍ରୋନ୍‌ ଦେଖିଛନ୍ତି। ଗତ ରାତିର ଦ୍ବିତୀୟାର୍ଦ୍ଧର ଶେଷ ଆଡ଼କୁ ଏହି ଡ୍ରୋନ୍‌ଗୁଡ଼ିକ ଜମ୍ମୁ ଅଞ୍ଚଳର ମିରନ୍‌ ସାହିବ, କାଲୁଚକ ଏବଂ କୁଞ୍ଜୱାନି ଅଞ୍ଚଳ ଆକାଶରେ ଉଡୁଥିଲେ । ପାହାନ୍ତା ପ୍ରାୟ ୪.୪୦ ମିନିଟ୍‌ରେ କାଲୁଚକରେ ଗୋଟାଏ ଅଜ୍ଞାତ ଡ୍ରୋନ୍‌ ଉଡୁଥିଲା। ପାହାନ୍ତ ୪.୫୨ ମିନିଟ୍‌ରେ ଜମ୍ମୁର କୁଞ୍ଜୱାନି ଅଞ୍ଚଳରେ ଥିବା ବାୟୁସେନା ଷ୍ଟେସନ୍‌ ସିଗ୍‌ନାଲ୍‌ ପାଖରେ ଅନ୍ୟ ଏକ ଉଡ଼ନ୍ତା ଡ୍ରୋନ୍‌ ଦେଖାଯାଇଥିଲା। ପ୍ରତିରକ୍ଷା ଛାଉଣି ଅଞ୍ଚଳ ନିକଟରେ ଏହି ଡ୍ରୋନ୍‌ ସବୁ ଉଡୁଥିବା ଲକ୍ଷ୍ୟ କରାଯାଉଛି ।

କୋଭାକ୍ସିନର ଗୁଣବତ୍ତାକୁ ସ୍ୱିକାର କରିଛି ଆମେରିକା । କରୋନାର ଆଲଫା, ଡେଲଟା ଭାରିଆଣ୍ଟକୁ ମାତ୍ ଦେଉଛି ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ ସ୍ୱଦେଶୀ ଆଣ୍ଟି-କରୋନା ଟିକା କୋଭାକ୍ସିନ । ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH) ଜାଣିବାକୁ ପାଇଛି ଯେ ଟିକାରୁ ଶରୀରରେ ତିଆରି ଆଣ୍ଟିବଡିଗୁଡିକ କରୋନାର ଆଲଫା ଏବଂ ଡେଲଟା ପ୍ରକାର ସହିତ ଲଢେଇ କରିବାରେ ପ୍ରଭାବଶାଳୀ ଅଟେ ।

ଇଣ୍ଡୋନେସିଆର ବାଲି ଉପକୂଳରେ ଏକ ଯାତ୍ରୀବାହୀ ଜାହାଜ ବୁଡ଼ିଯିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତିନି ପୁରୁଷ ଏବଂ ତିନି ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଜାହାଜରେ ୪୧ ଜଣ ଯାତ୍ରୀ ଏବଂ ୧୫ ଜଣ ଚାଳକ ଦଳ ଥିଲେ । ଜାହାଜଟି ବାଲିର ଗିଲିମାନୁକ୍ ବନ୍ଦରକୁ ଯାଉଥିଲା, କିନ୍ତୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ବୁଡ଼ି ଯାଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମାହାଙ୍ଗା ପ୍ରେସ କ୍ଲବ ପକ୍ଷରୁ ଅଗ୍ନିବିପନ୍ନ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ...

Wed Jun 30 , 2021
ବାସ୍ତବବ୍ୟୁରୋ:(ମାହାଙ୍ଗା)କଟକ ଜିଲ୍ଲା ମାହାଙ୍ଗା ବ୍ଲକନାହାଙ୍ଗ ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଘଟିଯାଇଥିବା ଅଗ୍ନିକାଣ୍ଡରେ ବିଜୟ ମହାପାତ୍ର ଓ ରଞ୍ଜନ ମହାପାତ୍ରଙ୍କ ୬ ବଖରା ଚାଳଛପର ଘର ସହ ସର୍ବସ୍ବ ଖାଦ୍ୟ ବସ୍ତ୍ର ଟଙ୍କା ସୁନା ଅଳଙ୍କାର ନିଆଁରେ ପୋଡି ପାଉଁଶ ହୋଇଯାଇଛି, ଏପରିକି ତାଙ୍କର ଦୁଇ କଲେଜ ପଢୁଆ ଝିଅଙ୍କ ସମସ୍ତ ଆସବାବ ପତ୍ର ଖାତା ବହି ନିଆଁରେ ପୋଡି ପାଉଁଶ ହୋଇଯାଇଛି | ଅଗ୍ନି ବିପନ୍ନ ଛାତ୍ରୀ ଅର୍ପିତା […]

You May Like

Pin It on Pinterest