
ବାସ୍ତବବ୍ୟୁରୋ:(ମାହାଙ୍ଗା)କଟକ ଜିଲ୍ଲା ମାହାଙ୍ଗା ବ୍ଲକନାହାଙ୍ଗ ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଘଟିଯାଇଥିବା ଅଗ୍ନିକାଣ୍ଡରେ ବିଜୟ ମହାପାତ୍ର ଓ ରଞ୍ଜନ ମହାପାତ୍ରଙ୍କ ୬ ବଖରା ଚାଳଛପର ଘର ସହ ସର୍ବସ୍ବ ଖାଦ୍ୟ ବସ୍ତ୍ର ଟଙ୍କା ସୁନା ଅଳଙ୍କାର ନିଆଁରେ ପୋଡି ପାଉଁଶ ହୋଇଯାଇଛି, ଏପରିକି ତାଙ୍କର ଦୁଇ କଲେଜ ପଢୁଆ ଝିଅଙ୍କ ସମସ୍ତ ଆସବାବ ପତ୍ର ଖାତା ବହି ନିଆଁରେ ପୋଡି ପାଉଁଶ ହୋଇଯାଇଛି |
ଅଗ୍ନି ବିପନ୍ନ ଛାତ୍ରୀ ଅର୍ପିତା ମହାପାତ୍ର ଯୁକ୍ତ ୩ ଶେଷ ବର୍ଷ କଳା ପରୀକ୍ଷା ଦୁଇଦିନ ପରେ ହେବ, ଏଭଳି ସର୍ବସ୍ବ ହରାଇଥିବା ଛାତ୍ରୀଙ୍କ ନିକଟରେ ମାହାଙ୍ଗା ପ୍ରେସ କ୍ଲବ କାର୍ଯ୍ୟକାରୀ ସଭାପତି ଲଷ୍ମୀଧର ଖୁଣ୍ଟିଆଙ୍କ ନେତୃତ୍ୱରେ କର୍ମକର୍ତ୍ତା ମାନେ ପହଂଚି ପାଠ ପଢା ଓ ପରୀକ୍ଷା ପାଇଁ ଅଢେଇ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି,ଏଥିରେ କ୍ଲବ ର ସଭାପତି ଦୀପକ ସାହୁ, ସାମ୍ବାଦିକ ସପ୍ତଜ୍ୟୋତି ରାଉଳ, ଦୟାନିଧି ସାହୁ ରମେଶ ସାହୁ, ଅଶୋକ ଦାସ, ରାମକୃଷ୍ଣ ସାହ, ଅନିରୁଦ୍ଧ ପାଣି, ଅଶୋକ ପ୍ରହରାଜ,ଦେବେନ୍ଦ୍ର ଷଡ଼ଙ୍ଗୀ, ପିକେ ବାରିକ ସମେତ ସମସ୍ତ ସାମ୍ବାଦିକ ଉପସ୍ଥିତ ରହି ସହାୟତା ପ୍ରଦାନ କରିଥିଲେ |