ୟୁଟିଉଵ୍ ମାଧ୍ଯମରେ ଶିକ୍ଷା ନାମରେ ୭୦% ଛାତ୍ରଛାତ୍ରୀଙ୍କୁ ଅଧ୍ଯୟନରୁ ଵଞ୍ଚିତ କରୁଛନ୍ତି ସରକାର,ଚାନ୍ଦଵାଲିରେ ଛାତ୍ର ଵିକ୍ଷୋଭ…

ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଆଜି ଚାନ୍ଦଵାଲି ଠାରେ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍ଏଫ୍) ଆହ୍ଵାନରେ ଵିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଵିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସରକାରଙ୍କ ଅନଲାଇନ୍ ୟୁଟିଉଵ୍ ମାଧ୍ଯମରେ ଶିକ୍ଷାଦାନର ଭେଳିକି,ଶିକ୍ଷା ନାଁରେ ଓଡ଼ିଶାରେ ଛାତ୍ର ଛାତ୍ରୀ ମାନଙ୍କୁ ମୂର୍ଖ କରାଯାଉଛି | ସ୍କୁଲ କଲେଜ ସଟଡାଉନ କରାଇ ଅନଲାଇନ୍ ୟୁଟିଉଵ୍ ମାଧ୍ଯମରେ ଯେଉଁ ଶିକ୍ଷାଦାନର ଆରମ୍ଭ କରିଛନ୍ତି,ସେଥିରେ ୭୦% ଛାତ୍ରଛାତ୍ରୀ ଅଧ୍ଯୟନରୁ ଵଞ୍ଚିତ ହେଉଥିଵାରୁ ତାହା ଵନ୍ଦକରି ଅଵିଳମ୍ଵେ ସ୍କୁଲ କଲେଜ ଖୋଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ଶ୍ରଣୀଗୃହ ଶିକ୍ଷା ଦାନ ପାଇଁ ଦାଵିକରି ଉଭୟ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଉଦ୍ଦେଶ୍ଯରେ ଵିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଓଡ଼ିଶାରେ ଗତ ଜୁନ – ୨୧ରୁ ସରକାର ଅନଲାଇନ୍/ ୟୁଟିଉଵ୍ ମାଧ୍ଯମରେ ଶିକ୍ଷାଦାନ ଆରମ୍ଭ କରିଛନ୍ତି।ତାହା ଧନୀ ଗରିଵ ଉନ୍ନତ ଓ ଅଵହେଳିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ଯରେ ତାରତମ୍ଯ ସୃଷ୍ଟି କରୁଛି।ସଂଖ୍ଯାଗରିଷ୍ଠ ଛାତ୍ରଛାତ୍ରୀଙ୍କ ପାଖରେ ଲାପଟପ୍ ଅଥଵା ସ୍ମାର୍ଟ ଫୋନ ନଥିଵା,ଡାଟା ରିଚାର୍ଜର ଆର୍ଥିକ ଦୁରାଵସ୍ଥା, ଗ୍ରାମାଞ୍ଚଳରେ ମୋଵାଇଲ ଅଥଵା ଇଣ୍ଟର୍ଣ୍ଣେଟର ନେଟଓ୍ଵାର୍କ ନଥିଵାରୁ ହାରାହାରୀ ୭୦% ଛାତ୍ରଛାତ୍ରୀ ଶିକ୍ଷାରୁ ଵଞ୍ଚିତ ହେଉଛନ୍ତି।ଏହା ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପରିଵର୍ତ୍ତେ ଵୈଷମ୍ଯର ପ୍ରାଚିର ଛିଡା କରିଛି।

ଏହାଛଡା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶ୍ରେଣୀଗୃହ ଶିକ୍ଷାଦାନ ଛାତ୍ର-ଶିକ୍ଷକ ଉଭୟ ପକ୍ଷର ପ୍ରଶ୍ନ ଓ ଉତ୍ତର ଛାତ୍ରଛାତ୍ରୀଙ୍କ ମେଧା ଵୃଦ୍ଧି କରାଇଥାଏ ।ୟୁଟିଉଵ୍ ଶିକ୍ଷାରେ ଏକତରଫା ଉପସ୍ଥାପନ ହେତୁ ଛାତ୍ରଛାତ୍ରୀଙ୍କ ମେଧା ଵୃଦ୍ଧି କରୁ ନାହିଁ। ଦେଶର ଅର୍ଥନୀତି ଭୁଷୁଡି ପଡିଲା ଵୋଲି ଶିଳ୍ପ, କଳ, କାରଖାନା, ଵ୍ଯଵସାୟ, ଵାଣିଜ୍ଯ, ସେଣ୍ଟ୍ରାଲ ଭିଷ୍ଟା ସମେତ ସ୍ମାର୍ଟ ସିଟି ଇତ୍ଯାଦିର ନିର୍ମାଣ କାର୍ଯ୍ଯ କୋଭିଡ୍ ସତର୍କତା ସହ ଚାଲୁ ରଖିଥିଵା ଵେଳେ, ଵିଵାହ ଇତ୍ଯାଦି ଘରୋଇ କାର୍ଯ୍ଯକ୍ରମରେ ୨୫ଜଣ ଭାଗ ନେଇ ପାରୁଥିଵା ଵେଳେ ସ୍କୁଲ କଲେଜରେ ୨୫/୨୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଶାରିରୀକ ଦୁରତା ରକ୍ଷା ସହ ଶ୍ରେଣୀ ଗୃହ ଶିକ୍ଷାଦାନ ପାଇଁ ସ୍କୁଲ କଲେଜ ଖୋଲିଵାରେ ସରକାରଙ୍କୁ କେହି ରୋକି ନାହାନ୍ତି।ଅପରପକ୍ଷରେ ଘରୋଇ ଶିକ୍ଷାନୁଷ୍ଠାନମାନେ ଵର୍ଷ ଆରମ୍ଭରୁ ନାମଲେଖା ସହ ଵାର୍ଷିକ ଫି ନେଇ ଥାଆନ୍ତି,ସ୍କୁଲ କଲେଜ ଵନ୍ଦରେ ସେମାନେ ଫି ନେଇ ମଧ୍ଯ ଛାତ୍ରଛାତ୍ରୀଙ୍କୁ ନପଢାଇ ଵାର୍ଷିକ ଫି ରଖିଲେ।

ସରକାର ତାଙ୍କ ଲାଭର ଗ୍ଯାରେଣ୍ଟର ଭାଵେ ସମସ୍ତ ସ୍କୁଲ କଲେଜ ଵନ୍ଦ ରଖିଲେ। ଏଵେ ଅନଲାଇନ୍ ୟୁଟିଉଵ୍ ଶିକ୍ଷାର ଭେଳିକି ଆରମ୍ଭ କରି ଭେଦଭାଵର ପ୍ରାଚିର ଛିଡାକଲେ।ସ୍କୁଲ କଲେଜର ପ୍ରତ୍ଯେକ ଛାତ୍ରଛାତ୍ରୀଙ୍କୁ ଲାପଟପ୍, ଡଙ୍ଗଲ, ନେଟଓ୍ଵାର୍କ ଵ୍ଯଵସ୍ଥା ସରକାର ଯୁଦ୍ଧକାଳୀନ ଭିତ୍ତିରେ କରାନ୍ତୁ, ନଚେତ୍ ସ୍କୁଲ କଲେଜ ଯୁଦ୍ଧକାଳୀନ ଭିତ୍ତିରେ ଖୋଲି ଶ୍ରେଣୀଗୃହ ଶିକ୍ଷାଦାନ ଵ୍ଯଵସ୍ଥା ପାଇଁ ଦାଵି କରାଯାଇଛି।*

ଛାତ୍ରଛାତ୍ରୀ ହେଉଛନ୍ତି ସମାଜର ଭଵିଷ୍ଯତ – ଏହା କୁହାଯାଉଥିଵା ଵେଳେ,ଦେଶକୁ ଵିଶ୍ଵଗୁରୁ କରାଇଵାର କେନ୍ଦ୍ର ଶାସକ ଵର୍ଗ ସ୍ଲୋଗାନ୍ ଦେଉଥିଵା ଵେଳେ, ସ୍କୁଲ କଲେଜ ଵନ୍ଦରଖି ଵିଶ୍ଵଗୁରୁ ପରିଵର୍ତ୍ତେ ଏକ ଅଶିକ୍ଷିତ ଅନିଶ୍ଚିତ ଭଵିଷ୍ଯତ ସମାଜ ଗଠନର ଷଡ଼ଯନ୍ତ୍ର କରାଯାଉଛି। ଏହାଛଡା ୟୁନିସେଫ୍ ପକ୍ଷରୁ କରୋନା ନିୟନ୍ତ୍ରଣ ଆଳରେ ସ୍କୁଲ କଲେଜ ଵନ୍ଦ ନିଷ୍ପତ୍ତି ଠିକ୍ ନୁହେଁ ଓ ଏହା ଛାତ୍ର ଛାତ୍ରୀଙ୍କ ମାନସିକ ଭାରସାମ୍ଯକୁ ଵିଗାଡି ଦେଵ ଵୋଲି କୁହାଯାଇଛି।
ଏହି ପୃଷ୍ଠଭୁମିରେ ତୁରନ୍ତ ଶ୍ରେଣୀ ଗୃହ ଶିକ୍ଷାଦାନ ଵ୍ଯଵସ୍ଥା କରିଵାକୁ ଅଖିଳ ଭାରତ ଛାତ୍ର ସଂଘ (AISF) ଭଦ୍ରକ ଜିଲ୍ଲା କମିଟି ଦୃଢ ଦାଵି କରିଛି।

ସରକାର ଅଵିଳମ୍ଵେ ସ୍କୁଲ କଲେଜ ଖୋଲି ଶ୍ରେଣୀଗୃହ ଶିକ୍ଷାଦାନ ଵ୍ଯଵସ୍ଥା କରନ୍ତୁ, ନତୁଵା ଛାତ୍ର ଅଶାନ୍ତିରୁ ଉତ୍ପନ୍ନ ପରିସ୍ଥିତି ପାଇଁ ସରକାର ଦାୟି ରହିଵେ ଵୋଲି ଏଆଇଏସ୍ଏଫ୍ ଭଦ୍ରକ ଜିଲ୍ଲା ସଭାପତି କାହ୍ନୁ ଚରଣ ପରିଡା,ଅଧର ରଞ୍ଜନ ଦାସ,ମନୋରଞ୍ଜନ ରାଉତ, ଅଭିଷେକ ପଣ୍ଡା, ଅମରେଶ ପରିଡା, ବିକ୍ରମ ମହାନ୍ତି, ପଙ୍କଜ ସେନାପତି, ତପନ ବେହେରା, ରାଜେନ୍ଦ୍ର ରାଉଳ, ସୌରଭ ରାଉଳ ଧନେଶ୍ୱର ରାଉତ, ଦାଵିପତ୍ର ଉପସ୍ଥାପନ ସହ କ୍ଷୋଭ ପ୍ରକାଶ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ...

Wed Jun 30 , 2021
ବାସ୍ତବବ୍ୟୁରୋ:(ମନୋଜ ମହାନ୍ତି)ଆଜି ଘଷିପୁରା ଥାନା ଅନ୍ତର୍ଗତ ପୋଡ଼ା ଖମଣ ଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ସ୍ଥଳରେ ଦଣ୍ଡପଣି ରେଡ୍ଡୀ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ବ୍ୟକ୍ତି ଗୁଡୁ ବେହେରାଙ୍କ ର କଟକ ବଡ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ଦୁଇଜଣ ଙ୍କ ସମେତ ସମୁଦାୟ ତିନି ଜଣ ବ୍ୟକ୍ତି କମ୍ପାନୀ କାମ ସାରି ଭୋର […]

You May Like

Pin It on Pinterest