ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ…

ବାସ୍ତବବ୍ୟୁରୋ:(ମନୋଜ ମହାନ୍ତି)ଆଜି ଘଷିପୁରା ଥାନା ଅନ୍ତର୍ଗତ ପୋଡ଼ା ଖମଣ ଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ସ୍ଥଳରେ ଦଣ୍ଡପଣି ରେଡ୍ଡୀ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ବ୍ୟକ୍ତି ଗୁଡୁ ବେହେରାଙ୍କ ର କଟକ ବଡ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ଦୁଇଜଣ ଙ୍କ ସମେତ ସମୁଦାୟ ତିନି ଜଣ ବ୍ୟକ୍ତି କମ୍ପାନୀ କାମ ସାରି ଭୋର ୪-୩୦ ରେ OD02BE7444 କାରରେ ବଡ଼ବିଲରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ ।

ହେଲେ ପୋଡ଼ା ଖମଣ ଗାଁ ନିକଟରେ ଡ୍ରାଇଭରର ଆଖି ଲାଗିଯିବାରୁ ରାସ୍ତାକଡରେ ପୂର୍ବରୁ ଠିଆହୋଇଥିବା ଟ୍ରକ ପଛ ପାଖରେ କାର ଟି ମାଡ଼ ହୋଇଥିଲା । ଡ୍ରାଇଭର ସମେତ ତିନି ଯାତ୍ରୀଙ୍କୁ ଘଷିପୁରା ପୋଲିସ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା | ସେଠାରେ ଆଉ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଡ୍ରାଇଭର ସମେତ ଅନ୍ୟଜଣେ ଯାତ୍ରୀ କଟକ ବଡ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିଶ୍ଚିତ ହେଉଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭଲ ଖବର! କରୋନାର ତୃତୀୟ ତରଙ୍ଗ ପିଲାମାନଙ୍କ ଉପରେ ବିପଦ ସୃଷ୍ଟି କରିବ ନାହିଁ - ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ...

Thu Jul 1 , 2021
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)କୋଭିଡ -୧୯ ସଂକ୍ରମଣର ତୃତୀୟ ତରଙ୍ଗରେ ପିଲାମାନଙ୍କ ଠାରେ ସଂକ୍ରମଣକୁ ନେଇ ଭୟର ଅବସ୍ଥା ସୃଷ୍ଟି କରୁଛି | କିନ୍ତୁ ବୁଧବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଅଧିକାଂଶ ପିଲା ଅସ୍ୱାଭାବିକ ଏବଂ କ୍ୱଚିତ୍ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ। କରୋନାର ଦ୍ୱିତୀୟ ତରଙ୍ଗ ପ୍ରଥମ ଅପେକ୍ଷା ଅଧିକ ମାରାତ୍ମକ ବୋଲି ପ୍ରମାଣିତ ହୋଇଛି | ଏହି ତରଙ୍ଗ ସମୟରେ କରୋନା ପଜିଟିଭ ପିଲାଙ୍କ ସଂଖ୍ୟା ମଧ୍ୟ […]

You May Like

Pin It on Pinterest