ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍…ଏକ୍ସପାରି ଔଷଧ ଖାଇ ୩୬ ଶିଶୁ ଅସୁସ୍ଥ

ବାସ୍ତବ ବ୍ୟୁରୋ (କେନ୍ଦ୍ରାପଡ଼ା) : ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ଦାୟିତ୍ୱହୀନତାରୁ, କେନ୍ଦ୍ରାପଡା ଜିଲ୍ଲାରେ ଏକ୍ସପାରି କୃମି ଔଷଧ ଖାଇ ୩୬ ଜଣ ଶିଶୁ ଅସୁସ୍ଥ ହେବା ଘଟଣାରେ ସ୍ୱାସ୍ଥ୍ୟ ବିଭାଗର ଅହେତୁକ ଅବହେଳା ପ୍ରମାଣିତ ହୋଇଛି ।

ଶିଶୁମାନେ ଅସୁସ୍ଥ ହୋଇଥିବା ଜଣାପଡିବା ପରେ ରାଜ୍ୟ ସରକାରଙ୍କ ଉପରେ ବହୁ ପରିମାଣର କ୍ଷତିପୂରଣ ବୋଝ ଲଦିଛନ୍ତି ଜାତୀୟ ମାନବାଧିକାର କମିଶନ । ୩୬ ଜଣ ଶିଶୁଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୂରଣ କାହିଁକି ଦିଆ ନ ଯିବ, ସେ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଅର୍ଥାତ୍ ରାଜ୍ୟ ସରକାରଙ୍କୁ ମୋଟ ୩ କୋଟି ୬୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପଡିବ ।

ଏଥିସହିତ ଏହି ଘଟଣାରେ ଦୋଷୀ ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୪ ମସିହା ନଭେମ୍ବର ୫ ତାରିଖରେ ଗରଦପୁର ବ୍ଲକର ଟିକନପୁର ସ୍କୁଲରେ ଆଶା କର୍ମୀ ଓ ଏଏନ୍ଏମ୍ ମାନେ ପିଲାମାନଙ୍କୁ କୃମି ନାଶକ ସିରପ ଦେଇଥିଲେ । ଏହାକୁ ଖାଇବା ପରେ ବେହୁଲା ଗାଁର ୧ ବର୍ଷ ବୟସରୁ ୧୦ ବର୍ଷ ବୟସର ୩୬ ଜଣ ପିଲା ଅସୁସ୍ଥ ହୋଇ ପଡିଥିଲେ ।

ବିଭାଗୀୟ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ଘଟିଥିବା ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ୍ ଦାୟର କରିଥିଲେ । ଦୋଷୀ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବା ସହ ଶିଶୁମାନଙ୍କୁ କ୍ଷତିପୂରଣ ରାଶି ଦେବାକୁ କମିଶନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । କମିଶନ ଏହାର ବିଚାର କରି ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କୁ ନୋଟିସ୍ ଜାରି କରିବା ସହ ଏହି ଘଟଣାରେ ବିଭାଗ କି ପଦକ୍ଷେପ ତାହା ଜଣାଇବାକୁ ନିର୍ଦ୍ଦଶେ ଦେଇଥିଲେ । ବିଭାଗୀୟ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିଲା ଯେ ପିଲାମାନଙ୍କୁ ଦିଆଯାଇଥିବା ଆଲବେଣ୍ଡାଜୋଲ୍ ସିରପ୍ର ବୈଧ ତାରିଖ ସମାପ୍ତ ହୋଇଯାଇଥିଲା । କିନ୍ତୁ ବିଭାଗୀୟ ଅଫିସରଙ୍କୁ ଘଂଟ ଘୋଡାଇବା ଲାଗି ଏଥିପାଇଁ ପରେ ଦିଆଯାଇଥିବା ରିପୋର୍ଟରେ ବିଭିନ୍ନ ଯୁକ୍ତି ଦର୍ଶାଯାଇଥିଲା । ଏଇ ନିକଟରେ ସରକାର ଦେଇଥିବା ରିପୋର୍ଟରେ କୁହାଯାଇଥିଲା ଯେ ଏଏନଏମ୍ ଓ ଆଶାକର୍ମୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏହା ହୋଇଥାଇପାରେ । କିନ୍ତୁ ଏହାକୁ କମିଶନ ଅଗ୍ରାହ୍ୟ କରି କହିଛନ୍ତି ଯେ ପିଲାମାନଙ୍କୁ କେଉଁ ଔଷଧ ଦିଆଯିବା, ସେ ନିଷ୍ପତି ନେବା ଡାକ୍ତର ଓ ମେଡିକାଲ ଅଫିସରଙ୍କର । ତେଣୁ ଔଷଧର ବୈଧ ତାରିଖ ରହିଛି କି ନାହିଁ, ତାହା ମଧ୍ୟ ଯାଂଚ୍ କରିବା ସେମାନଙ୍କ ଦାୟିତ୍ୱ । ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୂର୍ବତଟ ରେଳପଥ ୨୬ଟି ଷ୍ଟେସନରେ ମନୁମେଣ୍ଟାଲ ଜାତୀୟ ପତାକା ସ୍ଥାପନ କରିବାକୁ ଯୋଜନା କରିବ

Thu Oct 17 , 2019
ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଜିଲ୍ଲା ସଦର ମହକୁମା ଓ ପର୍ଯ୍ୟଟନ ସ୍ଥଳ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କଠାରେ ମନୁମେଣ୍ଟାଲ ଜାତୀୟ ପତାକା ଉପଲବ୍ଧ କରାଇବ I ଭାରତୀୟ ରେଳବାଇରେ ଯାତ୍ରୀ ମାନଙ୍କ ମଧ୍ୟରେ ରାଷ୍ଟ୍ରବାଦ ଏବଂ ଦେଶ ଭକ୍ତିର ଭାବନା ପ୍ରଦାନ କରିବା ପାଇଁ ରେଳଷ୍ଟେସନ ଗୁଡିକୁ ସୌନ୍ଦର୍ଯ୍ୟକରଣ କରିବା ଲକ୍ଷ୍ୟରେ ରେଳମନ୍ତ୍ରଣାଳୟ ଆଦେଶନାମା ଅନୁଯାଇ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ବିଭିନ୍ନ ଜିଲ୍ଲା ସଦର […]

You May Like

Pin It on Pinterest