ନାବାଳିକା ଯୌନ ନିର୍ଯ୍ୟାତନା ମାମଲାର ତ୍ବରିତ ବିଚାର ପାଇଁ, ଭଦ୍ରକରେ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଉଦଘାଟିତ…

ବାସ୍ତବବ୍ୟୁରୋ:(ଭଦ୍ରକ)- ଦିଲ୍ଲୀର ନିର୍ଭୟା ମାମଲା ପରେ ଦେଶ ବ୍ୟାପି ନାବାଳିକା ମାନଙ୍କ ପ୍ରତି ହେଉ ଥିବା ଯୌନ ନିର୍ଯ୍ୟାତନା ମାମାଲା ଗୁଡିକ ବିଚାର ପାଇଁ ସରକାର ସ୍ବତନ୍ତ୍ର ପୋସ୍କୋ ଆଇନକୁ ଅଧିକ ଗୁରୁତ୍ୱ ଦେଇଛନ୍ତି | ସ୍ବତନ୍ତ୍ର କୋର୍ଟ ମାଧ୍ୟମରେ ୬ମାସ ମଧ୍ୟରେ ଶୁଣାଣି ଶେଷ କରିବା ପାଇଁ ଆଇନ ପ୍ରଣିତ ହୋଇଛି.|ଏହି ପରିପେକ୍ଷୀରେ ଆଜି,ନାବାଳିକା ଯୌନ ନିର୍ଯ୍ୟାତନା ମାମଲାର ତ୍ବରିତ ବିଚାର ପାଇଁ ଭଦ୍ରକର ସ୍ବତନ୍ତ୍ର ପୋସ୍କୋ (ଫାଷ୍ଟ ଟ୍ରାକ) କୋର୍ଟର ଉଦ୍ଘାଟନ ସକାଳ ୯ଟାରେ ଭର୍ଚୁଆଲ ମୁଡରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୂଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ ଏସ. ମୁରଳିଧରଙ୍କ କରକମଳରେ ଉଦ୍ଘାଟନ ହୋଇଯାଇଛି।

ଆଜି ଭଦ୍ରକ ସମେତ ରାଜ୍ୟର ୧୫ ଗୋଟି ଜିଲ୍ଲାରେ ସ୍ବତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟର ଶୁଭ ଉଦ୍ଘାଟନ ହୋଇଛି। ଏହି କୋର୍ଟର ସମସ୍ତ ବିଚାରପତି ମାନେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ତଥା ସେମାନଙ୍କୁ ଅସ୍ଥାୟିଭାବେ ନିଜୁକ୍ତି ଦିଆ ଯାଇଛି.| ସେହି ଅନୁଯାଇ ଭଦ୍ରକରେ ଶ୍ରୀମତି ମିନତି କୁମାରି ପଣ୍ଡାଙ୍କୁ ନିଜୁକ୍ତି ଦିଆ ଯାଇଛି।ଏହି କୋର୍ଟ ଉଦ୍ଘାଟନ ପରେ ଜେଲରେ ବିଚାରାଧିନ ବନ୍ଦି ଭାବରେ ଅଟକ ଥିବା ଶତାଧିକ ବନ୍ଦି ଉପକୃତ ହେବେ।

ଆଜିର ଏହି ଉଦଘାଟନି ସମାରୋହରେ ଭଦ୍ରକ ଜିଲ୍ଲା ଜଜ ଶିଶିର କୁମାର ରଥ,ପରିବାର ଅଦାଲତ ଜଜ୍ ବିକ୍ରମ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଣତି ସାହା, ମୁଖ୍ୟ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ଦେବଦତ୍ତ ପଟ୍ଟନାୟକ, ବରିଷ୍ଟ ଦେୱାନି ଜଜ ହିମାଂସୁଶେଖର ବିଶ୍ବାଳ, କନିଷ୍ଟ ଦେୱାନି ଜଜ ଅବିନାଶ ଚିନ୍ନାରା, ସହକାରି ବରିଷ୍ଟ ଦେୱାନି ଜଜ୍ ଶର୍ମିଷ୍ଟା ଦାସ, ଏସ.ଡି.ଜେମ୍ ଅଳକାନନ୍ଦା ମହାନ୍ତି, ନିଳିମା ଶଡଙ୍ଗି, ସ୍ବର୍ଣ୍ଣପ୍ରଭା ସ୍ବାଇଁ, ପ୍ରଜ୍ଞାପାରମିତା ମହାନ୍ତି, ମିସ୍ ରିତିକା ଜେନା, ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଲିପ ମହାପାତ୍ର, ସଂପାଦକ ଜିତେନ୍ଦ୍ର ପଣ୍ଡା, ବରିଷ୍ଟ ଆଇନଜୀବୀ ନିରାକାର ଜେନା, ବସନ୍ତ ଦାସ, ରାୟରାମାନନ୍ଦ ମହାପାତ୍ର, ପର୍ଶୁରାମ ଦ୍ବିବେଦି, ଗଦାଧର ବଳ, ସଂଜୟ ମାଝି, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଗିରିଧାରି ନାଥ, ନିଶିକାନ୍ତ ନାୟକ ପ୍ରମୁଖ ଓକିଲ ସଂଗର ସମସ୍ତ କର୍ମ କର୍ତ୍ତା ଓ ସହି କୋର୍ଟର ସ୍ବତନ୍ତ୍ର ସରକାରିକ ଓକିଲ ମନୋରଂଜନ ଦାସ ପ୍ରମୁଖ ଉଦ୍ଘାଟନୀ ପର୍ବରେ ଉପସ୍ତିତ ଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଉତ୍କଳମଣି ଫାଉଂଡେସନ ଟ୍ରଷ୍ଟ ତରଫରୁ ଜାତୀୟ ଡାକ୍ତର ଦିବସରେ ଡାକ୍ତରଙ୍କୁ ସମ୍ବର୍ଦ୍ଧନା...

Thu Jul 1 , 2021
ବାସ୍ତବବ୍ୟୁରୋ:ଭଦ୍ରକ– ଡାକ୍ତର ହେଉଛନ୍ତି ଦ୍ୱିତୀୟ ଇଶ୍ଵର ଯେତେବେଳେ ଆମର ସବୁଠାରୁ ଭରସା ତୁଟିଯାଏ ଜୀବନ ଆଉ ମୃତ୍ୟୁର ଦୋଛକିରେ ଠିଆହୋଇ କେବଳ ଦୁଇ ଜଣଙ୍କ ଉପରେ ଆସ୍ଥା ଥାଏ |ଜଣେ ଅଦୂର୍ଷ୍ୟ ଈଶ୍ଵର ଆଉଜଣେ ସାକ୍ଷାତ,ଏ ଦେହ ତାଙ୍କରି ହାତରେ ଟେକିଦେଇ ହୁଅ, ସେ ଆଉକେଇ ନୁହେଁ ଡାକ୍ତର |ପିତା କସା ଯାହା ଦିଅନ୍ତି ଆଖି ବୁଝି ଖାଇଦେଉ,କାରଣ ବଂଚିବା ଆଉ ବଂଚାଇବାର ମୋହ ସବୁ କଥା ମାନିନେବାକୁ ବାଧ୍ୟ […]

You May Like

Pin It on Pinterest