ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି କୁ କଟକ ବିଜେପିର ତୀବ୍ର ବିରୋଧ…

କଟକ -(ଦୀପକ୍ କୁମାର ବେଉରା) ରାଜ୍ୟ ସରକାରଙ୍କ ଚାଷ ଓ ଚାଷୀଙ୍କ ପ୍ରତି ଅବହେଳାକୁ ପ୍ରସଙ୍ଗ କରି କଟକ ବିଜେପି କୃଷକ ମୋର୍ଚ୍ଚା ଆଜି ରାଜରାସ୍ତାକୁ ଓହ୍ଲାଇଛି ।କଟକ ୧୬ ନମ୍ବର ଜାତୀୟ ରାଜପଥ ର ବାଲିକୁଦା ଛକଠାରେ ରାସ୍ତା ଅବରୋଧ କରି ବିକ୍ଷୋଭ କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଧାନ ବିକ୍ରୟ କରିବା ପାଇଁ ମଣ୍ଡିଗୁଡିକରେ ଚାଷୀଙ୍କୁ ଟୋକନ୍ ଦିଆଯାଇଥିଲା ବେଳେ ଟୋକନ୍ ର ଧାର୍ଯ୍ୟ ସମୟ ସରିଯାଇଛି। ଯାହା ଫଳରେ ମିଲରମାନଙ୍କୁ ମଣ୍ଡିରେ ଧାନ କ୍ରୟ କରିପାରୁ ନାହାନ୍ତି।

ସରକାର ଏବଂ ମିଲରମାନଙ୍କ ମଧୁଚନ୍ଦ୍ରିକା ପାଇଁ ଏଭଳି ସମସ୍ୟା ଉପୁଜିଛି ବୋଲି ଅଭିଯୋଗ କରିଛି କୃଷକ ମୋର୍ଚ୍ଚା। ଏହାଛଡା କରୋନା ମହାମାରୀ ବେଳେ ଚାଷିମାନେ ଦୁର୍ଦ୍ଦିନରେ ଥିବା ବେଳେ ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇ ନ ଥିବା କୁହାଯାଇଛି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଚାଷୀମାନଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନାକୁ ଓଡିଶା ସରକାର ହାଇଜାକ୍ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ।

ଆଜିର ଆନ୍ଦୋଳନରେ କଟକ ଜିଲ୍ଲାର ବହୁ ଚାଷୁ ଯୋଗ ଦେଇଥିବି ବେଳେ ସରକାର ଯଦି ଦାବିକୁ ନ ଶୁଣନ୍ତି ତେବେ ଆଗକୁ ଏହି ଆନ୍ଦୋଳନ ଚାଷୀଙ୍କୁ ନେଇ ସାରା ରାଜ୍ୟରେ ବ୍ୟାପକ କରାଯିବ ବୋଲି କୁହାଯାଇଛି। ବିକ୍ଷୋଭ ସମାବେଶରେ ରାଜ୍ୟ କୃଷକ ମୋର୍ଚ୍ଚା ର କାର୍ଯ୍ୟକାରିଣୀ ସଦସ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀ, କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ସମେତ ଦଳର ବହୁ କର୍ମୀ ଯୋଗ ଦେଇଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନାବାଳିକା ଯୌନ ନିର୍ଯ୍ୟାତନା ମାମଲାର ତ୍ବରିତ ବିଚାର ପାଇଁ, ଭଦ୍ରକରେ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଉଦଘାଟିତ...

Thu Jul 1 , 2021
ବାସ୍ତବବ୍ୟୁରୋ:(ଭଦ୍ରକ)- ଦିଲ୍ଲୀର ନିର୍ଭୟା ମାମଲା ପରେ ଦେଶ ବ୍ୟାପି ନାବାଳିକା ମାନଙ୍କ ପ୍ରତି ହେଉ ଥିବା ଯୌନ ନିର୍ଯ୍ୟାତନା ମାମାଲା ଗୁଡିକ ବିଚାର ପାଇଁ ସରକାର ସ୍ବତନ୍ତ୍ର ପୋସ୍କୋ ଆଇନକୁ ଅଧିକ ଗୁରୁତ୍ୱ ଦେଇଛନ୍ତି | ସ୍ବତନ୍ତ୍ର କୋର୍ଟ ମାଧ୍ୟମରେ ୬ମାସ ମଧ୍ୟରେ ଶୁଣାଣି ଶେଷ କରିବା ପାଇଁ ଆଇନ ପ୍ରଣିତ ହୋଇଛି.|ଏହି ପରିପେକ୍ଷୀରେ ଆଜି,ନାବାଳିକା ଯୌନ ନିର୍ଯ୍ୟାତନା ମାମଲାର ତ୍ବରିତ ବିଚାର ପାଇଁ ଭଦ୍ରକର ସ୍ବତନ୍ତ୍ର ପୋସ୍କୋ (ଫାଷ୍ଟ […]

You May Like

Pin It on Pinterest