CPMର କେନ୍ଦ୍ର ସରକାରଙ୍କ ପେଟ୍ରୋଲ ଡିଜେଲ ଓ ଗ୍ୟାସ୍ ଦରବୃଦ୍ଧି ବିରୁଦ୍ଧରେ ବିକ୍ଷୋଭ…

ଭୁବନେଶ୍ୱର-ଆଜି ଦୁମୁଡୁମା ମୁଖ୍ୟ ବଜାର ଛକରେ,ମର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି, ଏକାମ୍ର ଭୁବନେଶ୍ୱର ଶାଖା ତରଫରୁ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶଛୁଆଁ ଦରବୃଦ୍ଧି ଆଉ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ବିରୁଦ୍ଧରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। CPIM ର ଭୁବନେଶ୍ବର ବିଶିଷ୍ଠ ଶ୍ରମିକ ନେତା ନେତା ଶ୍ରୀ ପ୍ରଦୀପ୍ତ ନାୟଙ୍କ କହିଥିଲେ ଯେ ଗୋଟିଏ ଦେଶ ଗୋଟିଏ ଟ୍ୟାକ୍ସ କହି ମିଛ ଫୁଟାଣି ମାରି ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ମୋଦି ଜି ଏସ ଟି ଲାଘୁ କଲେ କିନ୍ତୁ ଚିନ୍ତାର ବିଷୟ ଯେ ପେଟ୍ରୋଲିୟମ ଜାତ ଦ୍ରବ୍ୟ ଉପରେ ପୁରୁଣା ଭାଟ ଆଜି ପର୍ଯ୍ୟନ୍ତ ଲଗାଇ ଲିଟର ପିଛା କେନ୍ଦ୍ର ରାଜ୍ୟ ସରକାର ୬୦ ଟଙ୍କା ଟ୍ୟାକ୍ସ ନେଇ ଲୋକଙ୍କୁ ଲୁଟି ଚାଲିଛନ୍ତି। ୪୦ ଟଙ୍କା ରେ ଜିନିଷ କିଣି ୬୦ ଟଙ୍କା ଖଜଣା ଦେବେ ଜନ ସାଧାରଣ। ୨୦୧୪ ରେ ଜାଳେଣି ଗ୍ୟାସ ସିଲିଣ୍ଡର ପିଛା ୪୦୦ ଟଙ୍କା ରୁ ଏବେ ୧୦୦୦। ବାଃ ବାଃ ରେ ସ୍ୱଚ୍ଛ ଶାସନ ଅଛେଦିନ ର ମିଛ ଭଣ୍ଡାମି।

ମହାମାରୀ ସମୟରେ ଅଭାବ ରେ ଆଉଟ ପାଉଟ ହେଉଥିବା ଅନେକ ସାଧାରଣ ଲୋକେ ଏହି ଗଣ ପ୍ରତିବାଦ ରେ ସ୍ୱତଃ ପ୍ରବୃତ୍ତ ଭାବରେ ଯୋଗଦେଇ ବିଜେପି ର ମୋଦୀ ସରକାର ଓ ନୋଦବିଷ୍ଣୁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ CPIM ଦ୍ୱାରା ଆହୁତ ଆନ୍ଦୋଳନ କୁ ସମର୍ଥନ କରି ନାରା ଦେଇଥିଲେ। ପ୍ରତ୍ୟେକ ବେକାର, ଖଟି ଖିଆ ପରିବାର କୁ ମାସକୁ ୭୫୦୦ ଟଙ୍କା ଓ ମୁଣ୍ଡପିଛା ୧୦ କେଜି ରାଶନ ଯୋଗାଇ ଦେବାକୁ ଏହି ବିଖୋଭ ରେ ଦାବୀ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିପି ଏମ ର ଶ୍ରମିକ ନେତା ବସନ୍ତ ସାହୁ, ଯୁବନେତା ଶ୍ରୀ ଆମ୍ବୁଜ ନାଥ, ମଧୁସୂଦନ ମିଶ୍ର, ସେକ ହଜୁର ଖାନ ପ୍ରମୁଖ ଯୋଗ ଦେଇ ଏ ଲଢେଇ ଜୋରଦାର ହେବ ବୋଲି ସରକାରଙ୍କୁ ଚେତାବନୀ ଦେଇଥିଲେ। ଦୀର୍ଘ ଏକ ଘଣ୍ଟା ପର୍ଯ୍ୟନ୍ତ ଏହି ବିକ୍ଷୋଭ ରେ ବହୁ ସଂଖ୍ୟାରେ ସାଥି ଯୋଗଦେଇ ସଫଳ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେସିଙ୍ଗା ପୋଲିସ ଷ୍ଟେସନ ଛକ ଠାରୁ ଏକ ସ୍ଵିଫ୍ଟ୍ଡ଼ିଜାର ଗାଡ଼ି ରୁ ୮୦ କେଜି ଗଞ୍ଜେଇ ଜବତ...

Fri Jul 2 , 2021
ବାସ୍ତବବ୍ୟୁରୋ:(କଳାହାଣ୍ଡି)କେସିଙ୍ଗା ପୋଲିସ ର ଆଉ ଏକ ବଡ଼ ସଫଳତା ଗତ ଦୁଇ ଦିନ ଭିତରେ ଲଗାତାର ଭାବରେ ଦୁଇ ଦୁଇଟି ଗଞ୍ଜେଇ ଗାଡ଼ି କୁ ଜବତ କରିଛି କେସିଙ୍ଗା ପୋଲିସ ।ନୂତନ ଭାବେ ଥାନାରେ ଯୋଗ ଦେଇଥିବା ଆଇ ଆଇ ସି ଏସ କେ ନନ୍ଦ ଙ୍କ ନେତୃତ୍ଵ ରେ ଗତ କାଲି ଏକ ବୋଲେରୋ ଗାଡ଼ି ସହିତ ୭୮କେ ଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଆଜି ପୁନର୍ବାର […]

You May Like

Pin It on Pinterest