
ବାସ୍ତବବ୍ୟୁରୋ:(କଳାହାଣ୍ଡି)କେସିଙ୍ଗା ପୋଲିସ ର ଆଉ ଏକ ବଡ଼ ସଫଳତା ଗତ ଦୁଇ ଦିନ ଭିତରେ ଲଗାତାର ଭାବରେ ଦୁଇ ଦୁଇଟି ଗଞ୍ଜେଇ ଗାଡ଼ି କୁ ଜବତ କରିଛି କେସିଙ୍ଗା ପୋଲିସ ।ନୂତନ ଭାବେ ଥାନାରେ ଯୋଗ ଦେଇଥିବା ଆଇ ଆଇ ସି ଏସ କେ ନନ୍ଦ ଙ୍କ ନେତୃତ୍ଵ ରେ ଗତ କାଲି ଏକ ବୋଲେରୋ ଗାଡ଼ି ସହିତ ୭୮କେ ଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଆଜି ପୁନର୍ବାର ଆଉ ଏକ ଗାଡ଼ି ସହିତ ୮୦ କେ ଜି ଗଞ୍ଜେଇ ଜବତ କରାଯାଇଛି ।
ଏହି ଗାଡ଼ି ସହିତ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କର ଯାଇଥିବା ବେଳେ ତାଙ୍କୁ ପଚରା ଉଚରା କରାଯାଉଛି।ସ୍ଥାନୀୟ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଗଞ୍ଜେଇ ଗୁଡ଼ିକୁ ଜବତ କରିଛି ପୋଲିସ ।ପୋଲିସ ଆଖିରେ ଧୂଳି ଦେବା ପାଇଁ ଗାଡ଼ିରେ ଏକ ଗୁପ୍ତ ଚାମ୍ବର ତିଆରି କରାଯାଇ ସେଥିରେ ସମସ୍ତ ଗଞ୍ଜେଇ କୁ ଲୁଚାଯାଇଥିଲା ।ଅଭିଯୁକ୍ତ ଙ୍କ ନିକଟରୁ ଯାହା ଖବର ମିଳିଛି ଗାଡ଼ିଟି ଭବାନୀପାଟଣା ରୁ ବିହାର ଯାଉଥିବା ଜଣାପଡିଥିଲା ବେଳେ ଦୁଇ ଅଭିଯୁକ୍ତ ଙ୍କ କଥା କୁ ସହଜରେ ଗ୍ରହଣ କରି ପରୁ ନାହିଁ ସ୍ଥାନୀୟ ପୋଲିସ ।ଅତି ଚତୁର ତାର ସହିତ ଗାଡ଼ି ସାମ୍ନା ରେ କୋଭିଦ୍ ପାସ ଲଗାଇ ଗାଡ଼ିଟି ଖସାଇ ନେବାପାଇଁ ଯଥା ସମ୍ଭବ ଚେଷ୍ଟା କରିଥିଲେ ଦୁଇ ଅଭିଯୁକ୍ତ ।