ପୂର୍ବତଟ ରେଳପଥ ୨୬ଟି ଷ୍ଟେସନରେ ମନୁମେଣ୍ଟାଲ ଜାତୀୟ ପତାକା ସ୍ଥାପନ କରିବାକୁ ଯୋଜନା କରିବ

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଜିଲ୍ଲା ସଦର ମହକୁମା ଓ ପର୍ଯ୍ୟଟନ ସ୍ଥଳ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କଠାରେ ମନୁମେଣ୍ଟାଲ ଜାତୀୟ ପତାକା ଉପଲବ୍ଧ କରାଇବ I

ଭାରତୀୟ ରେଳବାଇରେ ଯାତ୍ରୀ ମାନଙ୍କ ମଧ୍ୟରେ ରାଷ୍ଟ୍ରବାଦ ଏବଂ ଦେଶ ଭକ୍ତିର ଭାବନା ପ୍ରଦାନ କରିବା ପାଇଁ ରେଳଷ୍ଟେସନ ଗୁଡିକୁ ସୌନ୍ଦର୍ଯ୍ୟକରଣ କରିବା ଲକ୍ଷ୍ୟରେ ରେଳମନ୍ତ୍ରଣାଳୟ ଆଦେଶନାମା ଅନୁଯାଇ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ବିଭିନ୍ନ ଜିଲ୍ଲା ସଦର ମହକୁମା ଏବଂ ପର୍ଯ୍ୟଟନ ସ୍ଥଳକୁ ଗୁରୁତ୍ୱ ଦେଉଥିବା ଷ୍ଟେସନ ମାନଙ୍କ ଠାରେ ମନୁମେଣ୍ଟାଲ ଜାତୀୟ ପତାକା ପ୍ରତିଷ୍ଠା କରିବାକୁ ଯୋଜନା କରିଅଛି I

ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୨୬ଟି ଷ୍ଟେସନ ଠାରେ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ଖମ୍ବରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ସ୍ଥିରକରାଯାଇଅଛି I ଏହି ଷ୍ଟେସନ ଗୁଡିକ ଜିଲ୍ଲା ସଦର ମହକୁମା, ଐତିହାସିକ ଓ ପର୍ଯ୍ୟଟନ ସ୍ଥଳ ମାନଙ୍କରେ ଅବସ୍ଥିତ I

ଓଡିଶା ରାଜଧାନୀ ଭୁବନେଶ୍ୱର ଏବଂ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଠାରେ ଏହି ମନୁମେଣ୍ଟାଲ ତ୍ରିରଙ୍ଗା ପୂର୍ବରୁ ସ୍ଥାପନ କରାଯାଇସାରିଛି I ଏବେ ପ୍ରସ୍ତାବିତ ଷ୍ଟେସନ ଗୁଡିକ ମଧ୍ୟରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ୧୩ଟି ଷ୍ଟେସନ ଠାରେ, ୱାଲଟିୟର ରେଳମଣ୍ଡଳ ର ୭ଟି ଷ୍ଟେସନ ଠାରେ ଏବଂ ସମ୍ବଲପୁର ରେଳମଣ୍ଡଳର ୬ଟି ଷ୍ଟେସନ ଠାରେ ମନୁମେଣ୍ଟାଲ ଜାତୀୟ ପତାକା ସ୍ଥାପନ କରାଯିବ I ଭଲ ଦୃଶ୍ୟମାନ ହେଉଥିବା, ବିସ୍ତୃତ ସ୍ଥାନର ଉପଲବ୍ଧତା ସହିତ ଅନ୍ୟାନ ସୁରକ୍ଷା ଓ ସୁରକ୍ଷା ଉପାୟ ଗୁଡିକୁ ଧ୍ୟାନରେ ରଖି ଏହିସବୁକୁ ପ୍ରତିଷ୍ଠା କରାଯିବ I

ଖରଡ଼ା ରୋଡ଼ ରେଳମଣ୍ଡଳର ପୁରୀ, କଟକ, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା ରୋଡ଼, ଖୋର୍ଦ୍ଧା ଟାଉନ, ନୟାଗଡ଼ ଟାଉନ, ବ୍ରହ୍ମପୁର, ଛତ୍ରପୁର ଓ ପାରାଦୀପ ଠାରେ; ସମ୍ବଲପୁର ରେଳମଣ୍ଡଳର ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ନୂଆପଡା ରୋଡ଼, ଭବାନୀପାଟଣା, ଓ ମହାସମୁନ୍ଦ ଏବଂ ୱାଲଟିୟର ରେଳମଣ୍ଡଳର କୋରାପୁଟ, ରାୟଗଡା, ପାରଳାଖେମୁଣ୍ଡି, ଶ୍ରୀକାକୁଲମ ରୋଡ଼, ବିଜୟନଗରମ, ଜଗଦଳପୁର ଓ ଦନ୍ତେୱାଡା ଷ୍ଟେସନ ମାନଙ୍କ ଠାରେ ଏହି ସବୁ ମନୁମେଣ୍ଟାଲ ତ୍ରିରଙ୍ଗା ପତାକା ପ୍ରତିଷ୍ଠା କରାଯିବ I

ଷ୍ଟେସନ ପାଖରେ ଥିବା ଉପଯୋଗୀ ଫାଙ୍କା ସ୍ଥାନଠାରେ ଏହି ମନୁମେଣ୍ଟାଲ ତ୍ରିରଙ୍ଗା ପତାକା ସ୍ଥାପନ କରାଯିବାକୁ ଥିବାବେଳେ ଭଲ ଦୃଶ୍ୟମାନ ପାଇଁ ଫୋକସ ଲାଇଟ ବ୍ୟବହାର ମଧ୍ୟ କରାଯିବ I ଷ୍ଟେସନ ପ୍ରଶାସନ ଓ ରେଳବାଇ ସୁରକ୍ଷାବଳ ଦ୍ୱାରା ଏହି ମନୁମେଣ୍ଟାଲ ତ୍ରିରଙ୍ଗା ପତାକା ଗୁଡିକର ରକ୍ଷଣାବେକ୍ଷଣ କରାଯିବ I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Oct 18 , 2019
୧-କିଟ୍ ବିଶ୍ୱବିଦ୍ୟାଳୟ: ଆଜି ପୂର୍ବାହ୍ନରେ ଯାନ୍ତ୍ରିକ ବିଦ୍ୟାଳୟରେ ଉଦ୍ଘାଟିତ ହେବ ICAMPD -2019। ମେକାନିକାଲ ପ୍ରୋସେସିଂ ଓ ଡିଜାଇନ୍ ବିଷୟରେ ହେବ ଅନ୍ତର୍ଜାତୀୟ ସମ୍ମୀଳନୀ। ୨-ଆଜି ବିଜେପୁର ମଇଦାନରେ ନବୀନଙ୍କୁ ଟକ୍କର ଦେବେ – କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୩-ଦଶ ତାରିଖରେ ବଡ଼ଓଷା,ପ୍ରଭୁ ଧବଳେଶ୍ଵରଙ୍କ ପଞ୍ଚକ ଯାତ୍ରା ପାଇଁ ପ୍ରସ୍ତୁତି,୨୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ,ଡଙ୍ଗା ଭଡ଼ା ରହିବ ୨୦ ଟଙ୍କା। ୪-କେନ୍ଦ୍ରାପଡ଼ା: ଗ୍ରାମବାସୀଙ୍କୁ ପିଡିଙ୍କ ଦୁର୍ବ୍ୟବହାର, ଭିଡିଓ […]

You May Like

Pin It on Pinterest