ସାଇବର ଜାଲରେ ଶିକ୍ଷୟିତ୍ରୀ ମୋବାଇଲ୍‌ ସିମ କେୱାଇସି ଅପ୍‌ଡେଟ୍‌ ନାଁରେ ଆକାଉଣ୍ଟରୁ ୬୦ ହଜାର ଚଳୁ…

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଦିନକୁଦିନ ସାଇବର ଠକଙ୍କର ପାଦୁର୍ବଭାବ ବଢିଚାଲିଥିଲେବି, ଏହାକୁ ରୋକିବାରେ ସାଇବର ସେଲ୍କୁ ସେମିତି ଆଖି ଦୃଷ୍ଟିଆ ସଫଳତା ମିଳିନୁ |ସର୍ବସ୍ୱାନ୍ତ ହେଉଛନ୍ତି ସାଧାରଣ ଜନତା |ଏଇ କିଛିଦି ତଳେ ଆମେ ଆପଙ୍କ ନଜରକୁ ଆଣିଥିଲୁ ନିଶ୍ଚନ୍ତ କୋଇଲି ବ୍ଲକ ଗୋପୀନାଥପୁର ଶାସନର ସର୍ବ ପ୍ରସନ୍ନ ପଣ୍ଡାଙ୍କ କଥା |ଯେକି ସାଇବର ସୁନ୍ଦରୀଙ୍କ ମାୟା ଜାଲରେ ୪ ଲକ୍ଷ ଟଙ୍କା ହରାଇଛନ୍ତି |ଏବେ ଠିକ ସେହିପରି ସାଇବର ଠକଙ୍କ ଜାଲରେ ପଡିଛନ୍ତି ଭୁବନେଶ୍ୱରର ଜୈନିକ ଶିକ୍ଷୟିତ୍ରୀ।

ବିଏସ୍‌ଏନ୍‌ଏଲ ମୋବାଇଲ୍‌ କେୱାଇସି ଅପ୍‌ଡେଟ୍‌ କରିବା ବାହାନାରେ ଆକାଉଣ୍ଟରୁ ଚଳୁ କରିଛନ୍ତି ୬୦ ହଜାର । ଶିକ୍ଷୟିତ୍ରୀଙ୍କ ଆକାଉଣ୍ଟରୁ ସାଇବର ଠକ୍‌ ୪ଟି ପର୍ଯ୍ୟାୟରେ ୬୦,୦୦୦ ଟଙ୍କା ଲୁଟିନେଇଥିବାର ସୂଚନା ମିଳିଛି । ଏନେଇ ଶିକ୍ଷୟିତ୍ରୀ ଜଣକ କମିଶନ୍‌ରେଟ୍‌ ପୁଲିସର ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ୪ ଦିନ ବିତି ଯାଇଥିଲେ ମଧ୍ୟ କମିଶନ୍‌ରେଟ୍‌ ପୁଲିସର ସାଇବର ସେଲ୍‌ ପୁଲିସର ଏପର୍ଯ୍ୟନ୍ତ ଖାଲି ହାତ |ପୋଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ବାରେ ଅସଫଳ ।

ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ଯୋଶୀଙ୍କ କହିବାନୁସାରେ, ଗତ ୨୮ ତାରିଖରେ ପ୍ରିୟଦର୍ଶନୀ ଯୋଶୀଙ୍କ ପାଖକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି(ସାଇବର ଠକ) ବିଏସ୍‌ଏନ୍‌ଏଲ ମୋବାଇଲ୍‌ କେୱାଇସି ଅପ୍‌ଡେଟ୍‌ କରାନ୍ତୁ, ନହେଲେ ଆପଣଙ୍କ ଫୋନ୍‌ ବ୍ଲକ୍‌ ହୋଇଯିବ ବୋଲି କହିଥିଲେ। ତା’ପରେ କଥା ଛଳନାରେ ଶ୍ରୀମତି ଯୋଶୀଙ୍କୁ ନିଜ ଆୟତ୍ତକୁ ନେଇଥିଲେ। ୧୦ ଟଙ୍କା ରିଚାର୍ଜ କଲେ କେୱାଇସି ଅନ୍‌ଲାଇନ୍‌ରେ ଅପ୍‌ଡେଟ୍‌ କରିଦେବି ବୋଲି କହିଥିଲେ ସାଇବର ଠକ। ତାଙ୍କ କଥାକୁ ସହଜରେ ଗ୍ରହଣ କରି ନେଇଥିଲେ ପ୍ରିୟଦର୍ଶନୀ।ଫଳତଃ ସାଇବର ଠକ୍‌ଙ୍କ ପରାମର୍ଶ କ୍ରମେ ଶ୍ରୀମତି ଯୋଶୀ ନିଜର ଓ ନିଜ ବାପାଙ୍କ ମୋବାଇଲ୍‌ରେ ଦୁଇଟି ଆପ୍‌ (ଫୋନ୍‌ ପେୟାରିଂ ଆପ୍‌) ଡାଉନ୍‌ଲୋଡ୍‌ କରିଥିଲେ। ପରେ ୧୦ ଟଙ୍କା ରିଚାର୍ଜ ମଧ୍ୟ କରିଥିଲେ। ୧୦ ଟଙ୍କା ରିଚାର୍ଯ୍ୟ ହେବା ପରେ ଶ୍ରୀମତି ଯୋଶୀଙ୍କ ଆକାଉଣ୍ଟରୁ ଦୁଇଟି ପର୍ଯ୍ୟାୟରେ ୪୯୯୫ ଓ ୪୯୯୯ ଟଙ୍କା କଟିଯାଇଥିଲା ।

ଆକାଉଣ୍ଟରୁ ଟଙ୍କା କଟିବା ପରେ ମୋବାଇଲ୍‌କୁ ମେସେଜ୍‌ ଆସିଥିଲା। ହଠାତ୍‌ ଟଙ୍କା କଟିଥିବା ଦେଖି ଶ୍ରୀମତି ଯୋଶୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ନିଜ ୟନୋ ଆପ୍‌ ଖୋଲି ଦେଖିଲା ବେଳକୁ ସବୁ ଟଙ୍କା ଫୋନ୍‌ କରିଥିବା ବ୍ୟକ୍ତିଙ୍କ ପାଖକୁ ଯାଇଥିଲେ। ଏହା ପରେ ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ଯୋଶୀ ଟଙ୍କା କାହିଁକି ନେଲ ବୋଲି ସାଇବର ଠକ୍‌ଙ୍କୁ ପ୍ରଶ୍ନ କରିଥିଲେ। ପ୍ରଥମେ ସାଇବର ଠକ ଜଣକ ମନା କରିଥିଲା। ପରେ ଟଙ୍କା ଭୁଲରେ ଯାଇଛି, ଫେରାଇଦବୁ ବୋଲି କହିଥିଲେ। ତା’ପରେ ଦୁଇଟି ପର୍ଯ୍ୟାୟରେ ପୁଣି ୨୫୦୦୦ ଟଙ୍କା ଲେଖାଏଁ ଆକାଉଣ୍ଟରୁ କଟିଥିଲା।

ଆକାଉଣ୍ଟରୁ ୬୦ ହଜାର ଟଙ୍କା କଟିବା ପରେ ଶ୍ରୀମତି ଯୋଶୀ ସଙ୍ଗେ ସଙ୍ଗେ ବ୍ୟାକକୁ ଯାଇ ନିଜର ଓ ନିଜ ବାପାଙ୍କ ଆକାଉଣ୍ଟକୁ ବ୍ଲକ କରାଇଥିଲେ। ତା’ପରେ ଫୋନ୍‌ କରି ଏଟିଏମ୍‌ଓକୁ ବନ୍ଦ କରାଇଛନ୍ତି। ଏନେଇ ସେ ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ର ସାଇବର ସେଲ୍‌ରେ ଅଭିଯୋଗ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଉତ୍ତରାଖଣ୍ଡରେ ରାଜନୈତିକ ହଲ୍ ଚଲ୍, ତିରଥ ସିଂ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ...

Fri Jul 2 , 2021
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ଉତ୍ତରାଖଣ୍ଡ ସରକାରରେ ଏକ ବଡ ହଲଚଲ ହେବାକୁ ଯାଉଛି। ଚଳିତ ବର୍ଷ ମାର୍ଚ୍ଚ ୧୦ ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ତିରଥ ସିଂ ରାୱତ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ତ୍ରିବେନ୍ଦ୍ର ସିଂ ରାୱତଙ୍କ ସ୍ଥାନରେ ତାଙ୍କୁ ସିଏମ୍ କରାଯାଇଥିଲା। ଯଦି ତାଙ୍କ ଇସ୍ତଫା ଗ୍ରହଣ କରାଯାଏ, ତେବେ ଉତ୍ତରାଖଣ୍ଡ ପୁଣି ଏକ ନୂତନ ସିଏମ୍ ପାଇବ। ଆପଣଙ୍କୁ କହିରଖୁଛୁ ଯେ ଦିଲ୍ଲୀରେ ତିନି ଦିନ ଧରି […]

You May Like

Pin It on Pinterest