
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ଉତ୍ତରାଖଣ୍ଡ ସରକାରରେ ଏକ ବଡ ହଲଚଲ ହେବାକୁ ଯାଉଛି। ଚଳିତ ବର୍ଷ ମାର୍ଚ୍ଚ ୧୦ ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ତିରଥ ସିଂ ରାୱତ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ତ୍ରିବେନ୍ଦ୍ର ସିଂ ରାୱତଙ୍କ ସ୍ଥାନରେ ତାଙ୍କୁ ସିଏମ୍ କରାଯାଇଥିଲା। ଯଦି ତାଙ୍କ ଇସ୍ତଫା ଗ୍ରହଣ କରାଯାଏ, ତେବେ ଉତ୍ତରାଖଣ୍ଡ ପୁଣି ଏକ ନୂତନ ସିଏମ୍ ପାଇବ।
ଆପଣଙ୍କୁ କହିରଖୁଛୁ ଯେ ଦିଲ୍ଲୀରେ ତିନି ଦିନ ଧରି କ୍ୟାମ୍ପ କରିଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ସଭାପତି ଜେପି ନାଡାଙ୍କୁ ଭେଟିଛନ୍ତି। ଏହି ବୈଠକ ରେ ରାଜ୍ୟରେ ନେତୃତ୍ୱର ଆଉ ଏକ ପରିବର୍ତ୍ତନ ହେବାର କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ନାଡାଙ୍କ ଦିଲ୍ଲୀ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରାୟ ଅଧ ଘଣ୍ଟିଆ ଆଲୋଚନା ଏପରି ଏକ ସମୟରେ ଆସିଛି ଯେତେବେଳେ ରାୱତଙ୍କ ଭବିଷ୍ୟତକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି।
ତାଜା ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ତିରଥ ସିଂ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ତାଙ୍କ ଇସ୍ତଫା ଗ୍ରହଣ କରାଯାଇଛି କି ନାହିଁ ତାହା ନିଶ୍ଚିତ ହୋଇପାରି ନାହିଁ।ଆପଣଙ୍କୁ କହି ରଖୁଛୁ କି ,ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଏକ ବର୍ଷରୁ କମ୍ ସମୟ ବାକି ଅଛି ଏବଂ ରାୱତ ପଦରେ ରହିବା ପାଇଁ ସେପ୍ଟେମ୍ବର ୧୦ ସୁଦ୍ଧା ବିଧାନସଭା ସଦସ୍ୟ ଭାବରେ ନିର୍ବାଚିତ ହେବା ଏକ ସାମ୍ବିଧାନିକ ବାଧ୍ୟତାମୂଳକ। ପୋୖଦ୍ରୀ ରୁ ଲୋକସଭା ସାଂସଦ ରାୱତ ଚଳିତ ବର୍ଷ ମାର୍ଚ୍ଚ ୧୦ ରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍। ଗ୍ରହଣ କରିଥିଲେ।