
ବାସ୍ତବବ୍ୟୁରୋ:(ରିସର୍ଚ୍ଚ ଟିମ)ବର୍ତମାନ ଇଣ୍ଟରନେଟ୍ ର ଯୁଗ ସୋସିଆଲ ମିଡ଼ିଆର ଯୁଗ, ଟ୍ରମ୍ପ ଛିଙ୍କିବାର ଆଖି ପଲକରେ ବିଶ୍ଵବାସୀ ଜାଣିଯଉଛନ୍ତି |ପିଲାଙ୍କର ବହି ଉଇ ଖାଉଛି ପାଠ ପଢ଼ା ଇଣ୍ଟର୍ନେଟ୍ ରେ | ପାରିବାରିକ ସମ୍ପର୍କରେ ଦୂରତା ବଢିଛି |ପିଲା କାନ୍ଦିଲେ ମା’ମାନେ ମୋବାଇଲ ଧରାଇ ଦେଉଛନ୍ତି |ସୋସିଆଲ ମିଡ଼ିଆ ଯୁଗରେ ସୋସିଆଲ ମିଡ଼ିଆ ଯେତିକି ସୁବିଧା ଯୋଗାଇ ଦେଉଛି ଲୋକମାନେ ସେତିକି ଅଜବ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ସୋସିଆଲ ମିଡ଼ିଆରୁ | ଏହା ସ୍ୱାସ୍ଥ୍ୟର ବିଷୟ ହେଉ କିମ୍ବା ସୌଦର୍ଯ୍ୟ ବୃଦ୍ଧି ପାଇଁ, ଅଧିକାଂଶ ଲୋକ ଅନ୍ଧ ଭାବରେ ଗୁଗୁଲର ପରାମର୍ଶ ଉପରେ ବିଶ୍ୱାସ କରନ୍ତି |
କରୋନା କାରଣରୁ, ଅଧିକାଂଶ ସମୟ ଇଣ୍ଟରନେଟରେ ଅତିବାହିତ ପଡୁଛି | ଏଭଳି ପରିସ୍ଥିତିରେ ସେମାନେ ସେମାନଙ୍କର ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ଗୁଗୁଲର ସାହାଯ୍ୟ ନେଉଛନ୍ତି। ସମ୍ପ୍ରତି ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଗୁଗୁଲରେ ପୁରୁଷମାନେ ଯାହା ଅଧିକ ଖୋଜନ୍ତି | ଆସନ୍ତୁ ଜାଣିବା ସେହି ୫ ଟି ପ୍ରଶ୍ନ ପୁରୁଷଙ୍କ ସହିତ ଜଡିତ, ଯାହାର ଉତ୍ତର ସେମାନେ ଗୁପ୍ତରେ କେବଳ ଗୁଗୁଲକୁ ପଚାରନ୍ତି |
ଗୁଗୁଲରେ ପୁରୁଷମାନେ କ’ଣ ଖୋଜନ୍ତି?
ସମ୍ପ୍ରତି, ଅନୁସନ୍ଧାନ ଜଣାପଡିଛି ଯେ ଗୁଗୁଲରେ ପୁରୁଷମାନେ ଯାହା ଅଧିକ ଖୋଜନ୍ତି | ଯଦିଓ ଏହି ସମସ୍ତ ଜିନିଷ ହେଉଛି ପୁରୁଷମାନଙ୍କର ସବୁଠାରୁ ବଡ଼ ମୌଳିିକ କାହାଣୀ ଏବଂ ଏ ସବୁୁୁଥିରୁ ଦୂରରେ ରହିବା ସେମାନଙ୍କ ହିତରେ | ଏହାର କାରଣ ହେଉଛି ସୋସିଆଲ ମିଡିଆରେ ପୁରୁଷଙ୍କ ଯୌନ ଜୀବନଠାରୁ ଆରମ୍ଭ କରି କେଶ ଝଡ଼ିବା ପର୍ଯ୍ୟନ୍ତ ଅନେକ ବିଷୟରେ ଗୁଗୁଲରେ ସର୍ଚ୍ଚ କରଥାଏ | ଗୁଗୁଲ ଅନୁସରଣ କରିବା କ୍ଷେତ୍ରରେ ସେମାନଙ୍କୁ କ୍ଷତି ସହିବାକୁ ପଡିପାରେ | ଆସନ୍ତୁ ଜାଣିବା ସାଧାରଣ ଜିନିଷ ଯାହା ପୁରୁଷଙ୍କ ସ୍ୱାସ୍ଥ୍ୟ ବିଷୟରେ ଲୋକପ୍ରିୟ ପ୍ରଶ୍ନ….
- ପ୍ରତିବର୍ଷ ୬୮ ,୬୦୦ ଲୋକ ଗୁଗୁଲରେ ସର୍ଚ୍ଚ କରଥାନ୍ତି କି ଦୁର୍ବଳ ଇରେକସନ୍ ଶକ୍ତିହୀନତାର ସଙ୍କେତ ନା ଏହା ନଂପୁସକତାର କାରଣ ବା ସନ୍ତାନ ପାଇଁ ଅସମର୍ଥ?
- ପ୍ରତିବର୍ଷ ହାରାହାରି ୬୮ ,୪୦୦ ଲୋକ ଗୁଗୁଲରେ ସର୍ଚ୍ଚ କରିଥିଲେ ଯେ ବାରମ୍ବାର ଦାଢ଼ି କାଟିବା ଦ୍ୱାରା,ଶୀଘ୍ର ଦାଢ଼ି ବଢିଥାଏ କି ନାହିଁ |
- ପ୍ରତିବର୍ଷ ୬୧ ,୨୦୦ ଲୋକ ଗୁଗୁଲରେ ସର୍ଚ୍ଚ କରିଥିଲେ ଯେ ପୁରୁଷମାନଙ୍କୁ ସ୍ତନ କର୍କଟ ପାଇପାରିବ କି?
- ଟୋପି ପିନ୍ଧିବା ଏବଂ ଲଂବା କେଶ ରଖିବା କାରଣରୁ ପୁରୁଷମାନଙ୍କ କେଶ ଝଡ଼େ କି , ପ୍ରତିବର୍ଷ ହାରାହାରି ୫୨ ,୧୦୦ ଲୋକ ଗୁଗୁଲରେ ସର୍ଚ୍ଚ |
- ବ୍ୟାୟାମ ସମ୍ବଧୀୟ କାର୍ଯ୍ୟ ପରେ ତୁରନ୍ତ ପ୍ରୋଟିନ୍ ଗ୍ରହଣ କରାଯିବା ଉଚିତ ନା ନୁହେଁ , କିମ୍ୱା କେଉଁ ପ୍ରୋଟିନ୍ ଖାଇବା ଉଚିତ୍ ୫୧ ,୦୦୦ ଲୋକ ଅନୁସନ୍ଧାନ କରିଥିଲେ |



