ଜଗତପୁର ପୋଲିସ୍ ହାତରେ ଚେନ୍ ଲୁଟେରା ଗ୍ୟାଙ୍ଗ୍…

ବାସ୍ତବବ୍ୟୁରୋ:କଟକ :(ଦୀପକ୍ କୁମାର ବେଉରା) କମିଶନରେଟ୍ ପୋଲିସ ପଞ୍ଝାରେ ଚେନ୍ ଲୁଟେରା ଗ୍ୟାଙ୍ଗ୍।ଏଭଳି ଏକ ଗ୍ୟାଙ୍ଗ୍ ର ଦୁଇ ଜଣ ସଦସ୍ୟଙ୍କୁ ଧରିବାରେ ସଫଳ ହୋଇଛି କଟକ ଜଗତପୁର ଥାନା ପୋଲିସ୍।ପୋଲିସ୍ ସୂଚନା ମୁତାବକ ଜଗତପୁର ଅଞ୍ଚଳର ଅଲେଖ ଲେଙ୍କାଙ୍କ ମା ଘରକୁ ରାସ୍ତାରେ ଯାଉଥିବା ସମୟରେ ଏକ ବାଇକ୍ ରେ ଦୁଇ ଜଣ ଦୁର୍ବୃତ୍ତ ଆସି ପିନ୍ଧିଥିବା ସୁନା ଚେନ୍ କୁ ଝାମ୍ପି ଫେରାର ହୋଇଯାଇଥିଲେ ।

ଘଟଣା ସମ୍ପର୍କରେ ଏପ୍ରିଲ ୧୨ ତାରିଖରେ ଜଗତପୁର ଥାନାରେ ଏଫ୍ ଆଇ ଆର୍ ରୁଜ୍ଜୁ କରିଥିଲେ ଅଭିଯୋଗକାରୀ। ତେବେ ସମାନ ଘଟଣା ଜଗତପୁର ଥାନାରେ ଏକ ମାମଲା ଥିବା ଖୋଳତାଡ କରୁଥିଲା ପୋଲିସ୍। ଆଉ ଏହି ଘଟଣାରେ ଏମାନଙ୍କ ସମ୍ପୃକ୍ତି ଥିବା ସୂଚନା ପାଇ ଜଗତପୁର ଥାନା ଏବଂ ସ୍ପେଶାଲ୍ ସ୍କ୍କାର୍ଡ ର ମିଳିତ ଅପରେସନରେ ଯାଜପୁରର ବାବା ଓରଫ୍ ଦିଲ୍ଲୀପ ଦାସ ଏବଂ କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଦୀପୁ ଓରଫ୍ ଦୀପକ ଶତପଥି ଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ଚେନ୍ ଲୁଟେରାଙ୍କ ନିକଟରୁ ମୋଟ୍ ୩୨ ଗ୍ରାମ୍ ର ୩ ଟି ସୁନାଚେନ୍ ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ପଚାଶ ହଜାର ଟଙ୍କା,୭ ଟି ମୋବାଇଲ ଫୋନ୍, ଗୋଟିଏ ବାଇକ୍ କୁ ଜବତ କରାଯାଇଥିବା ଜଗତପୁର ଥାନାରେ ପ୍ରେସ୍ ମିଟ୍ ରେ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ।

ଏମାନେ ଖାଲି ଚେନ୍ ଲୁଟେରା ନୁହନ୍ତି ବଂର ବହୁ ସ୍ଥାନରେ ରବରି ମଧ୍ୟ କରିଥାନ୍ତି। ରାଜ୍ୟର ବିଭିନ୍ନ ଥାନାରେ ୪୩ ଟି ଲୁଟ୍ ଏବଂ ଡକାୟତି ମାମଲା ରହିଛି। କିଛି ମାସ ପୂର୍ବରୁ ମାଛ ବେପାରୀକୁ ରାସ୍ତାରେ ଅଟକାଇ ଡକାୟତି କରିଥିବା ପୋଲିସ୍ ନିକଟରେ ଅଭିଯୋଗ ହୋଇଥିଲା। ଏମାନେ ବିଶେଷ କରି ଅବିଭକ୍ତ କଟକ ଜିଲ୍ଲାରେ ଅପରାଧର ନେଟୱାର୍କ ଚଳାଇଥାନ୍ତି। କଟକ ସମେତ ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାରେ ସକ୍ରିୟ ଅଛି ଏହି ଗ୍ୟାଙ୍ଗ୍। ଅପରାଧ ଘଟାଇ ଜେଲ୍ ଯାଇ ଜାମିନ୍ ରେ ଆସି ପୁଣି ଏହିଭଳି ଅପରାଧ ଘଟାଇଥାନ୍ତି। ଆଉ ବିଭିନ୍ନ ମାମଲାରେ ଏହି ଅପରାଧିଙ୍କ ନାଁ ରେ ୱାରେଣ୍ଟ୍ ରହିଥିଲା। ତେବେ ଏମାନେ ଚେନ୍ ଲୁଟ୍ ଏବଂ ଡକାୟତି କରି ଦୀର୍ଘ ଦିନ ହେବ ପୋଲିସ୍ ଆଖିରେ ଧୂଳି ଦେଇ ଫେରାର ଥିଲେ।ତେବେ ଏହି ଅପରାଧିଙ୍କ ସହ ଆଉ କେଉଁ ସହଯୋଗୀ କାମ କରୁଛନ୍ତି ସେ ନେଇ ଖୋଳତାଡ ଆରମ୍ଭ କରିଛି ପୋଲିସ୍।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଯୁବତୀକୁ ବଳାତ୍କାର ଉଦ୍ୟମ କରିଥିବା ଯୁବକ ଗିରଫ...

Sat Jul 3 , 2021
ବାସ୍ତବବ୍ୟୁରୋ:(ଭଦ୍ରକ)୦୩/୦୭:ଭଦ୍ରକ ଗ୍ରାମାଞ୍ଚଳ ଥାନା କଲେଇପଂଚାୟତ କଣ୍ଟାପଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା |ଘରେ ପଶି ଏକ ଯୁବତୀକୁ ବଳାତ୍କାର ଉଦ୍ୟମ କରିଛନ୍ତି ସେହି ଗ୍ରାମର ଜଗବନ୍ଧୁ ମହାଳିକ ନାମକ ଜଣେ ଯୁବକ |ସୂଚନାନୁଯାଇ ତା ୦୧/୦୭ରିଖ ସନ୍ଧ୍ୟା ଘ୬:୩୦ଟୀକା ସମୟରେ ଜଗବନ୍ଧୁ ସେହି ଗ୍ରାମର ସମ୍ପୃକ୍ତ ଯୁବତୀଙ୍କ ଘରକୁ ଯାଇଥିଲେ ଓ ତାଙ୍କ ବାପାଙ୍କୁ ଖୋଜିଥିଲେ କିନ୍ତୁ ତାଙ୍କ ବାପା ଘରେ ନଥିବାରୁ ଯୁବତୀ ଜଣକ ବାହାରି ଆସି […]

You May Like

Pin It on Pinterest