ଯୁବତୀକୁ ବଳାତ୍କାର ଉଦ୍ୟମ କରିଥିବା ଯୁବକ ଗିରଫ…

ବାସ୍ତବବ୍ୟୁରୋ:(ଭଦ୍ରକ)୦୩/୦୭:ଭଦ୍ରକ ଗ୍ରାମାଞ୍ଚଳ ଥାନା କଲେଇପଂଚାୟତ କଣ୍ଟାପଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା |ଘରେ ପଶି ଏକ ଯୁବତୀକୁ ବଳାତ୍କାର ଉଦ୍ୟମ କରିଛନ୍ତି ସେହି ଗ୍ରାମର ଜଗବନ୍ଧୁ ମହାଳିକ ନାମକ ଜଣେ ଯୁବକ |ସୂଚନାନୁଯାଇ ତା ୦୧/୦୭ରିଖ ସନ୍ଧ୍ୟା ଘ୬:୩୦ଟୀକା ସମୟରେ ଜଗବନ୍ଧୁ ସେହି ଗ୍ରାମର ସମ୍ପୃକ୍ତ ଯୁବତୀଙ୍କ ଘରକୁ ଯାଇଥିଲେ ଓ ତାଙ୍କ ବାପାଙ୍କୁ ଖୋଜିଥିଲେ କିନ୍ତୁ ତାଙ୍କ ବାପା ଘରେ ନଥିବାରୁ ଯୁବତୀ ଜଣକ ବାହାରି ଆସି ବାପା ନାହାନ୍ତି ବୋଲି କହିଥିଲେ| ଜଗବନ୍ଧୁ ସେଠାରୁ ନଯାଇ ପୁଣି ଫେରିଥିଲେ, ସଂଧ୍ୟା ସମୟ ଥିବାରୁ କେହିନଥିବାର ସୁଯୋଗନେଇ ଜଗବନ୍ଧୁ ସମ୍ପୃକ୍ତ ଯୁବତୀଙ୍କୁ ଘରକୁ ଟାଣିନେଇ ଅସଦାଚରଣ କରିଥିଲେ |

ଯୁବତୀ ଜଣକ ପ୍ରତିବାଦ କରିବାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ |ଯୁବତୀ ଜଣକ ପାଟିକରିବାରୁ ଘରଲୋକ ଆସିଥିଲେ ,ତାପରେ ଜଗବନ୍ଧୁ ଦୌଡ଼ିପଳାଇଥିଲେ ବୋଲି ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ ପୀଡିତା |ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଗ୍ରାମାଞ୍ଚଳଥାନା ପୋଲିସ ତା ୦୧/୦୭ରିଖ ରାତିରେ ସରଜମିନ ତଦନ୍ତ କରି ପୋଲିସ କେଶ ନଂ ୨୮୪/୨୧ମୂଳେ ଦଫା ୪୪୮,୩୫୪,୩୫୪ଏ,୩୫୪ବି,୫୦୬ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି |ଜଗବନ୍ଧୁଙ୍କ ନାମରେ ଆଗରୁ ମଧ୍ୟ ୪ ଟି ପୋଲିସ କେଶ ଥିବାର ସୂଚନା ମିଳିଛି |

ଯେମିତିକି ଗ୍ରାମାଞ୍ଚଳ ଥାନାରେ ଅପହରଣ ମାମଲା, ମାରପିଟ ମାମଲା ଏବଂ ସହରାଞ୍ଚଳ ଥାନାରେ ଜୁଆ ଖେଳ ମାମଲାରହିଛି |ସବୁଠାରୁ ବଡ କଥା ହେଉଛି ଶାସକ ଦଳର ସମର୍ଥିତ ୱାର୍ଡ ମେମ୍ବର ହେଉଛନ୍ତି ଜଗବନ୍ଧୁ ବୋଲି ଚର୍ଚ୍ଚା ହେଉଛି |ଏଠି ପ୍ରଶ୍ନ ଉଠୁଛି ବାରମ୍ବାର ଅପରାଧ କରୁଥିବା ବ୍ୟକ୍ତିଙ୍କୁ ସମର୍ଥନ କରୁଛିକିଏ ଯାହାପାଇଁ ବେଫିକର ହୋଇ ଅପରାଧ କରିଚାଲିଛନ୍ତି ଅପରାଧୀ |ଏହିଭଳି ଅପରାଧିଙ୍କ ପାଇଁ ସମାଜ ଆଜି କଳଙ୍କିତ ହେବାକୁ ବସିଲାଣି,ଏହିଭଳି ଅଭିଯୁକ୍ତଙ୍କୁ ନ୍ୟାୟଳୟ ଉଚିତ ଦଣ୍ଡବିଧାନ କରିଵେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପଞ୍ଚାୟତରାଜ ଓ ଆଇନି ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ୯ ଟି ହସ୍ପିଟାଲକୁ ଦଶଟି ନୂଆ ଅକସିଜେନ କନସିରେଟର ମେସିନ...

Sun Jul 4 , 2021
ବାସ୍ତବବ୍ୟୁରୋ :ଅଭୟ ସାହୁ,(ମାହାଙ୍ଗା)ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଆଉ ଏକ ବଡ଼ ଉପଲବ୍ଧି ଦେଖିବାକୁ ମିଳିଛି !କୋଭିଡ ସମୟରେ ବିଭିନ୍ନ ହସ୍ପିଟାଲ ଗୁଡିକରେ ରୋଗୀମାନଙ୍କ ଚିକିତ୍ସା ପାଇଁ ଅକସିଜେନର ଆବଶ୍ୟକତାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାର ବିଭିନ୍ନ ହସ୍ପିଟାଲକୁ ଅକସିଜେନ କନସିରେଟର ମେସିନ ଯୋଗାଇ ଦିଆଯାଇଛି !ପଞ୍ଚାୟତରାଜ ଓ ଆଇନି ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ଆମେରିକାନ ଫାଉଣ୍ଡେସନ ପକ୍ଷରୁ ଆଜି ମାହାଙ୍ଗା ନିର୍ବାଚନ […]

You May Like

Pin It on Pinterest