ପଞ୍ଚାୟତରାଜ ଓ ଆଇନି ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ୯ ଟି ହସ୍ପିଟାଲକୁ ଦଶଟି ନୂଆ ଅକସିଜେନ କନସିରେଟର ମେସିନ…

ବାସ୍ତବବ୍ୟୁରୋ :ଅଭୟ ସାହୁ,(ମାହାଙ୍ଗା)ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଆଉ ଏକ ବଡ଼ ଉପଲବ୍ଧି ଦେଖିବାକୁ ମିଳିଛି !
କୋଭିଡ ସମୟରେ ବିଭିନ୍ନ ହସ୍ପିଟାଲ ଗୁଡିକରେ ରୋଗୀମାନଙ୍କ ଚିକିତ୍ସା ପାଇଁ ଅକସିଜେନର ଆବଶ୍ୟକତାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାର ବିଭିନ୍ନ ହସ୍ପିଟାଲକୁ ଅକସିଜେନ କନସିରେଟର ମେସିନ ଯୋଗାଇ ଦିଆଯାଇଛି !ପଞ୍ଚାୟତରାଜ ଓ ଆଇନି ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ଆମେରିକାନ ଫାଉଣ୍ଡେସନ ପକ୍ଷରୁ ଆଜି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୯ ଟି ହସ୍ପିଟାଲକୁ ଦଶଟି ନୂଆ ମେସିନ ଯୋଗାଇଦିଆଯିବା ଦେଖିବାକୁ ମିଳିଛି |

ଏହି Oxygen Concentrator ମେସିନ ଚିଦାନନ୍ଦ ମେମୋରିଆଲ ହସ୍ପିଟାଲ ମୂଳବସନ୍ତ ପାଇଁ ୨ ଟି,ଜଗନାଥପୁର CHC ପାଇଁ ୧ ଟି, ନଡିଆସାହସପୁର ଏରିଆ ହସ୍ପିଟାଲ ପାଇଁ ଗୋଟିଏ, ଏରକଣା PHC, ଭଦ୍ରେଶ୍ୱର PHC, ବାସୁଦେବପୁର PHC, ଅସୁରେଶ୍ୱର PHC, ନଗେଶପୁର PHC ଏବଂ ହାଣ୍ଡିଭଙ୍ଗା PHC ପାଇଁ ଗୋଟିଏ ଲେଖା ମେସିନ ଯୋଗାଇଦିଆ ଯାଇଛି |
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ ଗ୍ରାମାଞ୍ଚଳରେ କୋଭିଡ ଆକ୍ରାନ୍ତ ମାନଙ୍କ ଚିକିତ୍ସା କ୍ଷେତ୍ରରେ ଏହି ମେସିନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବବୋଲି କହିଥିଲେ !ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ସନ୍ତୋଷ ମହାନ୍ତି, ଡାକ୍ତର ଅମିତ ଜେନା, ଡାକ୍ତର ସାୟଂ ପ୍ରକାଶ ପରିଡା, ଡାକ୍ତର ଉମେଶ ରାୟ, ଇଞ୍ଜିନିୟର ଭବାନୀ ମିଶ୍ର, ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ !

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Jul 4 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୧୯୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୨୧୮୯୬ରେ ପହଞ୍ଚିଛି । ଏଥି ମଧ୍ୟରୁ ୩୦୨୨୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୮୭୪୨୦ ଜଣ ସୁସ୍ଥ ହୋଇ […]

You May Like

Pin It on Pinterest