ଜୁଲାଇ ୧୫ ତାରିଖ ଦିନ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦି ନ କିଣିବା ପାଇଁ ରାଜ୍ୟବାସୀଙ୍କୁ ପିସିସି ସଭାପତିଙ୍କ ଅନୁରୋଧ…

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ତୈଳ ଓ ଗ୍ୟାସ୍‌ ଦର ବୃଦ୍ଧି ସହିତ ଚାଷୀମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ଜୁଲାଇ ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ |ଜୁଲାଇ ୧୫ ତାରିଖ ଦିନ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦି ନ କିଣିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହି ଗୋଟିଏ ଦିନ ଓଡ଼ିଶାବାସୀ ଏଥିରେ ସ୍ୱତଃପୂର୍ତ୍ତ ଭାବେ ସାମିଲ ହୋଇ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦି ନକିଣିବାକୁ ଅନୁରୋଧ କରିଛନ୍ତି ପିସିସି ସଭାପତି ।

ସେ କହିଛନ୍ତି, ଏଥିପାଇଁ ଆମେ କାହାକୁ ବାଧ୍ୟ କରିବୁ ନାହିଁ। କୌଣସି ସ୍ଥାନରେ ପିକେଟିଂ କରିବୁ ନାହିଁ କି ପେଟ୍ରୋଲ ପମ୍ପ ଆଗରେ ଛିଡ଼ା ହେବୁ ନାହିଁ। ଆମେ କେବଳ ରାଜ୍ୟବାସୀଙ୍କୁ ନିବେଦନ କରୁଛୁ ଯେ ଯେଉଁମାନେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦି କିଣୁଛନ୍ତି, ସେମାନେ ସେହି ଗୋଟିଏ ଦିନ ଏସବୁ ସାମଗ୍ରୀ କିଣନ୍ତୁ ନାହିଁ। ତା’ହେଲେ ହୁଏତ ଏହାର କିଛି ପ୍ରଭାବ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ପଡ଼ିବ।

ଜୁଲାଇ ୭ରୁ ୧୭ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିବାଦ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ୭ ତାରିଖରେ ଆମେ ରାଜ୍ୟର ପ୍ରତି ବ୍ଲକ୍ ହେଡ୍‌କ୍ୱାର୍ଟର୍ସରେ ପ୍ରତିବାଦ କରିବୁ। ୯ ତାରିଖରେ ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ପ୍ରତିବାଦ କରିବୁ। ୧୪ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ପ୍ରତିବାଦ କରାଯିବ। ୧୭ ତାରିଖରେ ପ୍ରତ୍ୟେକ ପେଟ୍ରୋଲ ପମ୍ପ ସାମ୍ନାରେ ଆମେ ସାଧାରଣ ଲୋକଙ୍କ ଠାରୁ ଦସ୍ତଖତ ଗ୍ରହଣ କରିବୁ। ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦିର ଦର ହ୍ରାସ କରାଯାଉ ବୋଲି କହି ଆମେ ଲୋକଙ୍କ ଠାରୁ ଦସ୍ତଖତ ସଂଗ୍ରହ କରିବୁ ଓ ଏହାକୁ ଏକ ସ୍ମାରକପତ୍ର ଭାବେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବୁ। ଏଆଇସିସିର ନିର୍ଦ୍ଦେଶକ୍ରମେ ଦଳୀୟ ନେତା ଓ କର୍ମୀମାନେ ଗାଁ ଗାଁ ବୁଲି କୋଭିଡ୍‌ ରିପୋର୍ଟ ସଂଗ୍ରହ କରିବେ। ସତ ମିଛର ପ୍ରମାଣ ଏକଠା ହେବ,ମାସେ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ତା’ପରେ ସଂଗୃହୀତ ରିପୋର୍ଟକୁ ନୂଆଦିଲ୍ଲୀ ପଠାଯିବ। ଏଥିରୁ ଉପଲବ୍ଧ ହୋଇପାରିବ ଯେ କରୋନା ଯୋଗୁ ଲୋକେ କେତେ ହନ୍ତସନ୍ତ ହେଉଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍...

Mon Jul 5 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟାର ଖୁଲାସା କରିଛନ୍ତି ଭୁବନେଶ୍ଵର ଡିସିପି। ମହିଳାଙ୍କ ମୃତଦେହ ପଡ଼ିଥିବା ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ହିଁ ସଂପୃକ୍ତ ମହିଳାଙ୍କୁ ହତ୍ୟା କରିଛି । କେବଳ ମହିଳା ନୁହେଁ ତାଙ୍କର ଏକ ଛୋଟ ପୁଅକୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ | ସୌଭାଗ୍ୟବଶତଃ ପିଲାଟି ମୃତ୍ୟ ମୁଖରୁ ବର୍ତ୍ତିଯାଇଛି । ଏହି ଘଟଣାରେ […]

You May Like

Pin It on Pinterest