ଗୋରୁ ଚାଲାଣ କରୁଥିବା ବେଳେ ଧରାହେଲା ନକଲି ସାମ୍ବାଦିକ…

ବାସ୍ତବବ୍ୟୁରୋ:(ମାହାଙ୍ଗା) ଟାଟା ଏସି ଗାଡ଼ିରେ ପ୍ରେଶ୍ ଲେଖି ଗୋରୁ ଚାଲାଣ କରାଯାଉଥିବା ବେଳେ ଧରାହେଲା ନକଲି ସାମ୍ବାଦିକ । କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଭିମରାଜପୁର ଗ୍ରାମ ଠାରେ ଟାଟା ଏସି ମାଲ୍ ବୁହା ଗାଡ଼ି ନମ୍ବର OD. 05 AW 8031 ଗାଡ଼ିରେ ପ୍ରେଶ୍ ଲେଖି ଖୁଣ୍ଟନୀଥାନା ଅଞ୍ଚଳ ଭୋଗରା ର ରାମଚନ୍ଦ୍ର ସାହୁ ଙ୍କ ପୁଅ ଅଶୋକ ସାହୁ ଓ ଏହାର ସହଯୋଗୀ ଜଗତପୁର ଥାନା ଅନଚଳ ଭିମରାଜପୁର ଗ୍ରାମ ର ଖଲିଦ୍ ଖାଁ ଙ୍କ ପୁଅ ବାରୋ କୁ ମାଲ୍ ବୁହା ଗାଡ଼ି ରେ ପ୍ରେସ୍ ଲେଖି ନିଜକୁ ସାମ୍ବାଦିକ କହି ଗୋରୁ ଚାଲାଣ କରିବା ଓ ସାମ୍ବାଦିକ ଙ୍କୁ ଜିବନ ରୁ ମାରିଦେବା ଅଭିଯୋଗ ରେ ଗିରଫ କରିଛି ଜଗତପୁର ଥାନା ର ପାଗା ଫାଣ୍ଡି ପୁଲିସ୍ ।

ଏହି ଧୂର୍ତ୍ତ ବର୍ଷ ବର୍ଷ ଧରି ନିଜକୁ କେତେବେଳେ ହାଇକୋର୍ଟ ର ଓକିଲ ତ କେତେବେଳେ ସାମ୍ବାଦିକ ଓ ବଡ଼ ବଡ଼ ପୁଲିସ ବାବୁଙ୍କ ପାଖ ଲୋକ କହି କେତେବେଳେ ଗଞ୍ଜାଇ ତ କେତେବେଳେ ଗୋରୁ ଚାଲାଣ କରିଥାଏ । ବିଭିନ୍ନ ଥାନାରେ ଏ ଲୋକ ନାମରେ ଏଭଳି ବହୁତ କେଶ୍ ଅଛି ପ୍ରକାଶ କରିଛନ୍ତି ଜଗତପୁର, ଟାଙ୍ଗୀ ଓ ଖୁଣ୍ଟୁଣି ପୁଲିସ୍ । ପୂର୍ବରୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଏ ,ବ୍ୟକ୍ତି ଜେଲ୍ ଯାଇଥିବାର ପ୍ରକାଶ କରିଛନ୍ତି ଖୁଣ୍ଟୁଣି ପୁଲିସ୍ । ସାମ୍ବାଦିକ ଙ୍କୁ ଜିବନ ରୁ ମାରିଦେବା ଧମକ ଓ ଗୋରୁ ଚାଲାଣ କରାଯାଉଥିବା ଅଭିଯୋଗ ରେ ଏମାନଙ୍କୁ ଜଗତପୁର ଥାନା ପାଗା ଫାଣ୍ଡି ଅଧିକାରୀ ଶ୍ରୀ ରୋହିତ୍ ବଳ ଗିରଫ କରିବା ସହ ଟାଟା ଏସି ଗାଡ଼ିକୁ ଜବତ କରି ଗୋରୁ ଗୁଡ଼ିକୁ ମଧ୍ୟ ଉଦ୍ଧାର କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରୋଟାରି କ୍ଲବ୍ ଭୁବନେଶ୍ୱର ପକ୍ଷରୁ ନର୍ଲା ଥାନା ରେ ୭୨ ତମ ବନ ମହୋତ୍ସବ ପାଳନ...

Tue Jul 6 , 2021
ବାସ୍ତବବ୍ୟୁରୋ:(ନର୍ଲା)-ଲୋଟାରୀ କ୍ଲବ୍ ଭୁବନେଶ୍ୱର ପକ୍ଷରୁ ନର୍ଲା ଥାନା ପରିସରରେ ୭୨ ତମ ବନ ମହୋତ୍ସବ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ଡି ଏସ ପି ଅଭିଷେକ ପାଣିଗ୍ରାହୀ ଙ୍କ ତତ୍ତ୍ଵ ବଧାନର ଆମ୍ବ ପଣସ, ଡାଳିମ୍ବ ,ଜାମୁକୋଳି, ଆତ ବୃକ୍ଷ ରୋପଣ କରାଯାଇଅଛି ।ଏହି ଅବସରରେ ବରିଷ୍ଠ ସାମ୍ୱାଦିକ ଲିଙ୍ଗରାଜ ମିଶ୍ର ଙ୍କୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଜୟ ଦୁର୍ଗା ସ୍ପୋର୍ଟସ କ୍ଲବ୍ ସର୍ଗିଗୁଡ଼ା ପକ୍ଷରୁ […]

You May Like

Pin It on Pinterest