ରିଟେଲ ଡିଲର ସଙ୍ଘ ର କାର୍ଯ୍ୟ ବନ୍ଦ୍ ଚେତାବନୀ

ବାସ୍ତବବ୍ୟୁରୋ:କଟକ:(ଦୀପକ୍ କୁମାର ବେଉରା) ରାସ୍ତାକୁ ଓହ୍ଲାଇଲା ରିଟେଲ ଡିଲର ସଙ୍ଘ । କୋଭିଡ ମହାମାରୀ ସମୟରେ ନିୟମିତ ଆଧାରରେ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ଚାଉଳ ଗହମ ଯୋଗାଇ ଆସୁଛନ୍ତି । ହେଲେ ଏଯାବତ ରାଜ୍ୟ ସରକାରଙ୍କ ପକ୍ଷରୁ କମିଶନ ମିଳିନଥିବାରୁ ଅସନ୍ତୋଷ ପ୍ରକାଶ କରିଛି ସଂଘ ।କେନ୍ଦ୍ର ସରକାର କମିଶନ ବାବଦକୁ କୋଟି କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପଠାଇ ସାରିଥିଲେ ସୁଦ୍ଧା ଏଯାବତ ରାଜ୍ୟ ସରକାର କମିଶନ ବାବଦକୁ କୌଣସି ଟଙ୍କା ଦେଇନଥିବା ଅଭିଯୋଗ କରିଛନ୍ତି । ତେଣୁ ଖୁବଶୀଘ୍ର ଏହି ସମସ୍ୟା ର ସମାଧାନ ସରକାର କରନ୍ତୁ ବୋଲି ସଂଘ ଦାବି କରିଛି । ନଚେତ ଆଗାମୀ ଦିନରେ ଡିଲରରେ ଯୋଗାଣ କାର୍ଯ୍ୟ ବନ୍ଦ କରିବ ବୋଲି ଚେତାବନୀ ଦେଇଛି ସଙ୍ଘ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗୋରୁ ଚାଲାଣ କରୁଥିବା ବେଳେ ଧରାହେଲା ନକଲି ସାମ୍ବାଦିକ...

Tue Jul 6 , 2021
ବାସ୍ତବବ୍ୟୁରୋ:(ମାହାଙ୍ଗା) ଟାଟା ଏସି ଗାଡ଼ିରେ ପ୍ରେଶ୍ ଲେଖି ଗୋରୁ ଚାଲାଣ କରାଯାଉଥିବା ବେଳେ ଧରାହେଲା ନକଲି ସାମ୍ବାଦିକ । କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଭିମରାଜପୁର ଗ୍ରାମ ଠାରେ ଟାଟା ଏସି ମାଲ୍ ବୁହା ଗାଡ଼ି ନମ୍ବର OD. 05 AW 8031 ଗାଡ଼ିରେ ପ୍ରେଶ୍ ଲେଖି ଖୁଣ୍ଟନୀଥାନା ଅଞ୍ଚଳ ଭୋଗରା ର ରାମଚନ୍ଦ୍ର ସାହୁ ଙ୍କ ପୁଅ ଅଶୋକ ସାହୁ ଓ ଏହାର ସହଯୋଗୀ ଜଗତପୁର ଥାନା […]

You May Like

Pin It on Pinterest