
ବାସ୍ତବବ୍ୟୁରୋ:(ନର୍ଲା)-ଲୋଟାରୀ କ୍ଲବ୍ ଭୁବନେଶ୍ୱର ପକ୍ଷରୁ ନର୍ଲା ଥାନା ପରିସରରେ ୭୨ ତମ ବନ ମହୋତ୍ସବ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ଡି ଏସ ପି ଅଭିଷେକ ପାଣିଗ୍ରାହୀ ଙ୍କ ତତ୍ତ୍ଵ ବଧାନର ଆମ୍ବ ପଣସ, ଡାଳିମ୍ବ ,ଜାମୁକୋଳି, ଆତ ବୃକ୍ଷ ରୋପଣ କରାଯାଇଅଛି ।ଏହି ଅବସରରେ ବରିଷ୍ଠ ସାମ୍ୱାଦିକ ଲିଙ୍ଗରାଜ ମିଶ୍ର ଙ୍କୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଜୟ ଦୁର୍ଗା ସ୍ପୋର୍ଟସ କ୍ଲବ୍ ସର୍ଗିଗୁଡ଼ା ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଛି ।

ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ସମ୍ମାନୀ ତ ଅତିଥି ଭାବରେ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର,ଯୁକ୍ତ ତିନି ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ, ସବ୍ ଇନସପେକ୍ଟର ବଂଶୀଧର ସାମଲ, ସୁରେଶ ଚନ୍ଦ୍ର ବିଶି, ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଉଦ୍ୟାନ କୃଷି ବିଭାଗ ପ୍ରଶାନ୍ତ କୁମାର ପ୍ରଧାନ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ଯୁବ ସ୍ଵେ୍ଛାସେବୀ ହେମସାଗର ସାହୁ , ମିଳନ କୁମାର ଭୋଇ, ଶୁକଦେବ ସାହୁ ।