
ବାସ୍ତବବ୍ୟୁରୋ:(ଭଦ୍ରକ) ଆଜି ସାରାରାଜ୍ୟରେ କଂଗ୍ରେସ ତରଫରୁ ତୈଳ ଦର ବୃଦ୍ଧି ପ୍ରତିବାଦରେ ଧାରଣା ଦିଆଯାଉଛି, ସେଥିରୁ ବାଦ ପଡିନି ଭଦ୍ରକ |ଆଜି ଭଦ୍ରକ ତହସିଲ କାର୍ଯ୍ୟାଳୟ ଠାରେ ଭଦ୍ରକ ଜିଲ୍ଲା କଂଗ୍ରେସର ବହୁ ଟାଣୁଆ ନେତା ଏକତ୍ରିତ ହୋଇ କୋଭିଡ କଟକଣା ମାନି ଧାରଣାରେ ବସିଛନ୍ତି | ସବୁଠାରୁ ବଡ କଥା ହେଉଛି ମୋଦିସରକାର କୋରାନକୁ ଦୂରେଇବା ପାଇଁ ଘଣ୍ଟ ଥାଳି ବାଡେଇବା ପାଇଁ କହିଥିଲେ କିନ୍ତୁ ଆଜି ତୈଳ ଦର ହ୍ରାସ ପାଇଁ କଂଗ୍ରେସ ମୋଦିସରକାର ନୀତି ଆପଣେଇ ଘଣ୍ଟ ଥାଳି ବଜେଇ ବିରୋଧ କରିଛନ୍ତି ବୋଲି କହିଥିଲେ ଭଦ୍ରକ ଟାଉନ କଂଗ୍ରେସ କମିଟି ସଭାପତି ଅବଦୁଲ ମୂଷିଦ ଖାଁ |ଭଦ୍ରକ ଜିଲ୍ଲା ସଭାପତି ସୁବ୍ରତ ଦାସ, ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ନଳିନୀ ମହାନ୍ତିଙ୍କ ସମେତ ବହୁତ ବରିଷ୍ଠ ନେତା ଯୋଗଦାନ କରିଥିଲେ |ଯେତେଦିନ ଯାଏ ତୈଳ ଦର ଆଶାନୁରୂପକ ନକମିବ ସେତେଦିନଯାଏ ଏ ଲଢେଇଜାରିରହିବ ବୋଲି କହିଛନ୍ତି କଂଗ୍ରେସ ବହୁତ ବରିଷ୍ଠ ନେତା |




