୨୨୦ ଲିଟର ଚୋରା ମଦ ସହ ଦୁଇ ଜଣ ଗିରଫ…

ବାସ୍ତବବ୍ୟୁରୋ:(ଭଦ୍ରକ)ପ୍ରତେକ ଦିନ ଚୋରାମଦ ବିକ୍ରି ବଡ଼ିବାରେ ଲାଗିଛି |ଗତକାଲି ବିଳମ୍ବିତ ରାତିରେ ଏକ ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରୀକ୍ଷକ କ୍ଷିତୀଶ ଦାସଙ୍କ ନିର୍ଦେଶ କ୍ରମେ ଏକ ଅବକାରୀ ଟିମ ଗତକାଲି ବିଳମ୍ବିତ ରାତିରେ ଚାନ୍ଦବାଲି ମତୋ ବଜାରରେ ଥିବା ପୁରୁଣା ସରକାରୀ ମଦଦୋକାନ ନିକଟରୁ ୨୨୦ ଲିଟର ଚୋରା ମଦ ସହ ଦୁଇ ଜଣକୁ ଗିରଫ କରିଥିଲା |

୨୨୦ ଲିଟର ମଦ ମଧ୍ୟରୁ ୭୦ ଲିଟର ବିଦେଶୀ ମଦ ସହ ୧୫୦ ଲିଟର ଆସ୍କା ଫୋର୍ଟି ମଦ ଜବତ ହୋଇଥିବା ବେଳେ ଦୁଇଜଣ ଅଭିଯୁକ୍ତ ଅମୁଲ୍ୟ ମହାଳିକ ଓ ଅଜୟ ମହାଳିକଙ୍କୁ ଗିରଫ କରାଯାଇଥିଲା |ଅବକାରୀ କେସ ନମ୍ବର ୨୧ /୨୦୨୧ -୨୨ ମୂଳେ ଏକ ମାମଲା ରୁଜ୍ଜୁ କରି ଆଜି କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଅବକାରୀ ନିରୀକ୍ଷକ କ୍ଷିତୀଶ ଦାସ |

ସବୁଠାରୁ ବଡ କଥା ହେଉଛି ଗିରଫ ହୋଇଥିବା ଅଭିଯୁକ୍ତ ଅମୁଲ୍ୟ ନାୟକଙ୍କ ନାମରେ ଆଗରୁ ଚୋରା ମଦ ବିକ୍ରି ମାମଲା ଥିବା ସୂଚନା ଦେଇଛି ଅବକାରୀ ବିଭାଗ ଯାହାର କେସ ନମ୍ବର- ୧୧ /୨୦୨୧ – ୨୨ ଚୋରା ମଦବିକ୍ରି ଦିନକୁ ଦିନ ବଢୁଥିବା ବେଳେ ବର୍ତ୍ତମାନ କିନ୍ତୁ ଅବକାରୀ ଭଦ୍ରକ ବିଭାଗର ତତ୍ପରତା ଦେଖିବାକୁ ମିଳିଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ୪୩ ମନ୍ତ୍ରୀଙ୍କ ନୂଆ ତାଲିକା...

Wed Jul 7 , 2021
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଜାରି କରାଯାଇଛି କ୍ୟାବିନେଟ୍ ତାଲିକା ।ଆଜି ୪୩ ମନ୍ତ୍ରୀ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଶପଥ ଗ୍ରହଣ କରିବେ । ଏହି ୪୩ ଜଣଙ୍କ ମଧ୍ୟରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, ପଶୁପତି କୁମାର ପାରସ, ଭୂପେନ୍ଦ୍ର ଯାଦବ, ଅନୁପ୍ରିୟା ପଟେଲ, ଶୋଭା କରନ୍ଦଲାଜେ, ମିନାକ୍ଷୀ ଲେଖି, ଅଜୟ ଭଟ୍ଟ ଓ ଅନୁରାଗ ଠାକୁରଙ୍କ ନାଁ ଆଗରେ ଅଛି। ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶାରୁ ଅଶ୍ୱିନୀ […]

You May Like

Pin It on Pinterest