ଆଜିର ଖାସ୍ ଖବର

୧-ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ଚାଲାଣ ହେଉଥିବାବେଳେ ୬ ନାବାଳିକା ଉଦ୍ଧାର, ଦଲାଲକୁ ଅଟକ ରଖି ପଚରାଉଚରା କରୁଛି ରେଳବାଇ ପୋଲିସ୍।

୨-ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା।ସେ ଜଣେ ମହାକାଶ ଉଦ୍ୟୋଗୀ (space entrepreneur) ଓ ‘ମୋ ସ୍କୁଲ୍‌’ କାର୍ଯ୍ୟକ୍ରମର ଚେୟାର୍‌ପର୍ସନ ।

୩-ଅନୁଗୋଳ:ନାଲକୋରେ କୋଇଲା ସଙ୍କଟ; ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ୩ଟି ୟୁନିଟ ବନ୍ଦ।

୪-ମୟୂରଭଞ୍ଜ:ଦୁର୍ଘଟଣାରୁ ବର୍ତିଲେ ରାଜ୍ୟପାଳ,୬ରୁ ଅଧିକ ସୁରକ୍ଷା କର୍ମୀ ଆହତ।

୫-କିଟ୍ ଓ କିସ୍ ତରଫରୁ ଆଜି ସାରା ରାଜ୍ୟରେ ଅନୁଷ୍ଠିତ ହେବ ଶିକ୍ଷା ସମ୍ମୀଳନୀ ‘Education for all’ ।

୬-ଦୁର୍ନୀତିଗ୍ରସ୍ତ ତିନି ପୋଲିସ କର୍ମଚାରୀଙ୍କୁ ବାଧ୍ୟତା ମୂଳକ ଅବସର। ଓଡ଼ିଶା ପୁଲିସ ମୁଖ୍ୟାଳୟରୁ ହେଲା ବଡ଼ କାର୍ଯ୍ୟାନୁଷ୍ଠାନ।

୭-ଅନ୍ତିମ ପର୍ଯ୍ୟାୟରେ ବିଜେପୁର ପ୍ରଚାର ଯୁଦ୍ଧ, ଆଜି ସରିବ କ୍ୟାମ୍ପେନ୍।

୮-ନୂଆଦିଲ୍ଲୀ:ଅନୁପ କୁମାର ସିଂହ ହେଲେ ଏନଏସଜି ଡିଜି, ମିଳିଲା କ୍ୟାବିନେଟ୍ କମିଟିର ମଞ୍ଜୁରି।

୯-ରାଉରକେଲା: ଗଛରେ ପିଟିହେଲା ବସ୍ ‘ଚାନ୍ଦିନି’ ଡ୍ରାଇଭର ମୃତ, ୫ ଆହତ।

୧୦-ଫ୍ରିକଲିଂ ସେବା ବନ୍ଦ ପରେ ମଧ୍ୟ ଜିଓର ଦ୍ବିତୀୟ ତ୍ରୟମାସରେ ନିଟ ଲାଭ ୪୫.୪% ବୃଦ୍ଧି ଘଟି ପହଞ୍ଚିଲା ୯୯୦ କୋଟି ଟଙ୍କାରେ, ବଢିଲା ଗ୍ରାହକ ସଂଖ୍ୟା।

୧୧-ଆସନ୍ତା ୧୨ ଦିନ ମଧ୍ୟରୁ ୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଆଗରୁ ସାରିଦିଅନ୍ତୁ କାମ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଲା ଉବେର ର ଚଢା ଭଡା ର ସମୀକ୍ଷା କରିବେ ସରକାର

Sat Oct 19 , 2019
ବାସ୍ତବ ବ୍ୟୁରୋ: ଓଲା ଓ ଉବେର ଭଳି ଟ୍ୟାକ୍ସି କମ୍ପାନୀ ଲୋକଙ୍କ ଚାହିଦା ହିସାବରେ ମୂଲ୍ୟ ବୃଦ୍ଧି କରୁଛନ୍ତି | ଯାହାକୁ ନେଇ ବିରୋଧ ପ୍ରକାଶ ପାଇବା ପରେ କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ବାବଦରେ ବିଚାର କରାଯାଉଛି | ସର୍ଜ ପ୍ରାଇସିଂ ନାମରେ ମନଇଚ୍ଛା ମୂଲ୍ୟ ବୃଦ୍ଧି କରାଯାଉଥିବା ନେଇ ଗତ ମାସ ସ୍ବଦେଶୀ ଜାଗରଣ ମଞ୍ଚ ଆପତ୍ତି ଉଠାଇଥିଲା | ମଞ୍ଚ ପକ୍ଷରୁ କୁହାଯାଇଥିଲା […]

You May Like

Pin It on Pinterest