
ଭୋଗରାଇ,(ନବୀନ କୁମାର୍ ସାହୁ)ପଞ୍ଚାୟତ ର ମୁଖ୍ୟ ସରପଞ୍ଚ କୁହାଯାଉଥିବା ବେଳେ କିନ୍ତୁ ଏଠାରେ ତାହାର ଚିତ୍ର ଓଲଟା। ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ଭୋଗରାଇ ବ୍ଲକ୍ ମହେଶପୁର ପଞ୍ଚାୟତ ର ଓଲାଲବିନ୍ଧା ଗ୍ରାମରେ। ଏହି ଗ୍ରାମରେ ପ୍ରାୟ ଦଶ ହଜାର ଲୋକ ବସବାସ କରନ୍ତି। ଏହି ଗ୍ରାମରେ ଏକ ପୋଖରୀ ଅଛି। ଜଉ ପୋଖରି ରେ ସେହି ଗ୍ରାମରେ ଥିବା। ଗ୍ରାମବାସୀ ନିର୍ଭରଶୀଳ।
ଏହି ଗ୍ରାମର ପୋଖରୀକୁ ପ୍ରାୟତଃ ଗ୍ରାମର ଯୁବକ ମାନେ ସଫେଇ କରିଥାନ୍ତି। ପୋଖରି ସଫେଇ ସମୟରେ କିଛି ଅସାମାଜିକ ଲୋକ ଏହାକୁ ବିରୋଧ କରିଥିଲେଏବଂକହିଥିଲେ କି ପୋଖରୀ ଆମର ଆମେ ତାକୁ ରେଣ୍ଟ ରେ ନେଇଛୁ। ଏହାକୁ କେନ୍ଦ୍ର କରି ଥାନା ରେ ଏତଲା ମଧ୍ୟ ଦେଇଥିଲେ। ଯାହା ଫଳରେ ପୋଖରୀ ସଫେଇ ମଧ୍ୟ ବନ୍ଦ ରହିଛି ଏବଂ ପୋଖରୀ ଦଳ ବଢିବା ସହିତ ବଡ଼ ବଡ଼ ମାଛ ମଧ୍ୟ ମରି ପାଣି ରେ ଭାସୁଛନ୍ତି।
ଫଳରେ ଲୋକେ ନାହି ନଥିବା ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଏ ବାବଦରେ ସରପଞ୍ଚ ବିଡିଓ ଙ୍କୁ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ କିନ୍ତୁ କିଛି ସୁଫଳ ମିଳିନଥିଲା ତେଣୁ ଗ୍ରାମବାସୀ ଙ୍କ ଦାବି ପୋଖରୀକୁ ତୁରନ୍ତ ସଫେଇ କରାଯାଉ।



